Videos
|
Lifestyle

ଏହି ୪ଟି ଜିନିଷ ପିଅନ୍ତୁ ଅଂଶୁଘାତରୁ ରକ୍ଷା ପଆନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·2 min read
ଏହି ୪ଟି ଜିନିଷ ପିଅନ୍ତୁ ଅଂଶୁଘାତରୁ ରକ୍ଷା ପଆନ୍ତୁ

ଅର୍ଗସ ବ୍ୟୁରୋ: ଖରା ଦିନରେ ଶରୀରରେ ଜଳର ଅଭାବ ଦେଖାଦେଇଥାଏ। ଏହି କାରଣରୁ ଶରୀରର ଅନେକ ଅଙ୍ଗରେ ଶୁଖିଲା ଦେଖାଯାଏ ଏଵଂ  ଷ୍ଟୋନ୍ ମଧ୍ୟ ହୋଇପାରେ । ବେଳେବେଳେ ଏହା ପୁରା ଶରୀରକୁ ପ୍ରଭାବିତ କରିଥଏ । ଏପରି ପରିସ୍ଥିତିରେ ଶରୀରରୁ ଡିହାଇଡ୍ରେସନରୁ ରକ୍ଷା ପାଇଁ ଆପଣ ମାନେ ଖାଇଵା ସହିତ କିଛି ପାନୀୟ ଜଳ ଅନ୍ତର୍ଭୂକ୍ତ କରିବା ଉଚିତ ଯାହାକି ଏହି ପରିସ୍ଥିତିରେ ଭଲ କାର୍ଯ୍ୟ କରିଥାଏ।  ଏଗୁଡିକ ଶରୀରରେ ଜଳର ଅଭାଵକୁ ପୂରଣ କରେ ଏବଂ ହାଇଡ୍ରେସନ୍ ବଜାୟ ରଖେ । ତେଣୁ ଖରା ଦିନରେ ଡିହାଇଡ୍ରେସନ୍ ରୋକିବା ପାଇଁ କେଉଁ ପାନୀୟ ଜଳ  ପିଇଵା ଆସନ୍ତୁ ଜାଣିବା ।

ଖରା ଦିନରେ ଅଧିକ ରୁ ଅଧିକ ଏହି  ୪ଟି ଜିନିଷ ସଵୁ ପିଅନ୍ତୁ ଅଂଶୁଘାତରୁ ରକ୍ଷା ପଆନ୍ତୁ ।

ଲେମ୍ବୁ ପାଣି :- 
ଖରା ଦିନରେ ଲେମ୍ବୁ ପାଣି ପିଇବା ଦ୍ଵାରା ଶରୀରରେ ହାଇଡ୍ରେସନ ଵଢିଵାରେ ସାହାଯ୍ୟ କରିଥାଏ । ଏହି ପାଣିରେ କଳା ଲୁଣ, ଚିନି ଏବଂ ଲେମ୍ବୁ ରସ  ମିଶାଇ ପ୍ରସ୍ତୁତ କରୀଯୀଏ । ଏହି ସବୁ ଜିନିଷ ଶରୀରରେ ହାଇଡ୍ରେସନ୍ ବଢାଇବାରେ ସାହାଯ୍ୟ କରେ । ଏହି ଜିନିଷଗୁଡ଼ିକର ବ୍ୟବହାର ଶରୀରର ପ୍ରତ୍ୟେକ ଅଙ୍ଗକୁ ହାଇଡ୍ରେଟ୍ କରିଥାଏ ଏବଂ ଶରୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳ ଅଭାବରୁ ରକ୍ଷା କରିଥାଏ । ତେଣୁ ଖରା ଦିନରେ ଲେମ୍ବୁ ପାଣି ପିଅନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ନଡିଆ ପାଣି :-
ନଡ଼ିଆ ପାଣି ପିଇବା ଶରୀରକୁ ଭିତରୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ । ନଡ଼ିଆ ପାଣିରେ ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍ ପୋଷଣ ଭରପୂର ରହିଛି । ଯେପରିକି ଜିଙ୍କ, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଫାଇବର ଇତ୍ୟାଦି ଥାଏ । ଏହା ବ୍ୟତୀତ ଏଥିରେ କିଛି ପରିମାଣର ଜଳ ମଧ୍ୟ ଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ORS :-
ORS ପିଇବା ଦ୍ଵାରା  ଶରୀରରେ ଜଳ ଅଭାବକୁ ଦୂର କରେ ଏବଂ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ କରିବାରେ ସାହାଯ୍ୟ କରେ । ଯଦି ଆପଣ କେବେ ଅନୁଭବ କରୁଛନ୍ତି ଯେ ଆପଣଙ୍କର ଶରୀରର ଜଳର   ଅଭାବ ଅଛି କିମ୍ବା ଖରା ଉତ୍ତାପ ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଆପଣ ଏହି ଜିନିଷଗୁଡିକ ପିଇବା ଉଚିତ୍ ।

ସୁପ୍ :-
ସୁପ୍ ଶରୀରରେ ଜଳ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ । ଆପଣ ଯାହା ବି  ପିଅନ୍ତି କେବଳ ଜଳ ଏହା ମାଧ୍ୟମରେ ଶରୀରରେ ପହଞ୍ଚିବାରେ ଲାଗେ । ଏହି କାରଣରୁ ଶରୀରରେ ହାଇଡ୍ରେସନ୍ ରକ୍ଷଣାବେକ୍ଷଣ କରାଯାଏ ଏବଂ ଶରୀରରେ ଜଳର ଅଭାବ ନଥାଏ । ତେଣୁ ସୁପ୍ ପିଅନ୍ତୁ ଏବଂ ଶରୀରକୁ ଡିହାଇଡ୍ରେସନ୍ ଠାରୁ ଦୂରେଇ ରଖନ୍ତୁ ।