Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Health Tips / ବାରମ୍ବାର ପରିସ୍ରା ଲାଗୁଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ

Rashmita Mishra
Browse all articles by Rashmita Mishra
·5 months ago·2 min read
ବାରମ୍ବାର ପରିସ୍ରା ଲାଗୁଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ
Health Tips

Key Points

ବାରମ୍ବାର ପରିସ୍ରା ଲାଗୁଛି କି ?
ବାରମ୍ବାର ପରିସ୍ରା ଲାଗୁଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ

ଅଧିକାଂଶ ଲୋକ ବାରମ୍ବାର ପରିସ୍ରା ଯିବାକୁ ଏକ ସାଧାରଣ ସମସ୍ୟା ବୋଲି ଭାବି ଏହାକୁ ଅଣଦେଖା କରନ୍ତି । ଯଦି ଆପଣଙ୍କୁ ଅଧିକ ସମୟ ଧରି ବାରମ୍ବାର ପରିସ୍ରା କରୁଛନ୍ତି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ ବରଂ ଡାକ୍ତରଙ୍କ ପାଖକୁ ଯାଆନ୍ତୁ । ପ୍ରକୃତରେ, ବାରମ୍ବାର ପରିସ୍ରା ହେବା ଅନେକ ରୋଗର ଲକ୍ଷଣ ହୋଇପାରେ । ଆସନ୍ତୁ ଜାଣିବା କେଉଁ ରୋଗ ହେଲେ ବାରମ୍ବାର ପରିସ୍ରା ଲାଗେ ।

ବାରମ୍ବାର ପରିସ୍ରା ହେବାର ସମସ୍ୟା ମଧୁମେହର ଲକ୍ଷଣ ହୋଇପାରେ। ବିଶେଷକରି ଯଦି ଆପଣ ରାତିରେ ବାରମ୍ବାର ପରିସ୍ରା କରନ୍ତି, ତେବେ ଏହା ଉଚ୍ଚ ଶର୍କରା ସ୍ତରର ଏକ ବଡ଼ ଲକ୍ଷଣ । ଯଦି ଆପଣ କିଛି ଦିନ ଧରି ଲଗାତାର ଭାବରେ ବାରମ୍ବାର ପରିସ୍ରା ସମସ୍ୟା ଭୋଗୁଛନ୍ତି, ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।

କିଡ୍‌ନି ଷ୍ଟୋନ୍ ଯୋଗୁଁ ବାରମ୍ବାର ପରିସ୍ରା ହେବାର ସମସ୍ୟା ହୋଇପାରେ। କିଡ୍‌ନି ଷ୍ଟୋନ୍ ଯୋଗୁଁ ପରିସ୍ରା କରିବା ସମୟରେ ଯନ୍ତ୍ରଣା ଏବଂ ଜଳାପୋଡ଼ା ହେବାର ସମସ୍ୟା ହୋଇପାରେ। କିଛି କ୍ଷେତ୍ରରେ, ପରିସ୍ରାରେ ରକ୍ତ ମଧ୍ୟ ପଡ଼ିଥାଏ। ଯଦି ଏପରି ଲକ୍ଷଣ ଦେଖୁଛନ୍ତି ତେବେ ଭୁଲରେ ବି କରନ୍ତୁନି ଅଣଦେଖା।

ଯଦି ଆପଣଙ୍କର UTI ଅଛି, ତେବେ ମଧ୍ୟ ବାରମ୍ବାର ପରିସ୍ରା କରିବାର ସମସ୍ୟା ହୋଇପାରେ। ଯଦି ମୂତ୍ରନଳୀ ସଂକ୍ରମଣ ଅଛି, ତେବେ ପରିସ୍ରା କରିବା ସମୟରେ ଯନ୍ତ୍ରଣା ଏବଂ ଜଳାପୋଡ଼ା ସମସ୍ୟା ହୋଇପାରେ।

UTI ହେଉଛି ଏକ ପ୍ରକାର ମୂତ୍ରାଶୟ ସଂକ୍ରମଣ ଯାହା E.coli ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ। ଯଦି ଆପଣ ବାରମ୍ବାର ପରିସ୍ରା କରୁଛନ୍ତି ଏବଂ ପରିସ୍ରା କରିବା ସମୟରେ ଜଳାପୋଡ଼ା ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବା ଉଚିତ।
ପ୍ରୋଷ୍ଟେଟ୍ ସଂକ୍ରମଣ ମଧ୍ୟ ବାରମ୍ବାର ପରିସ୍ରା କରିବାର ସମସ୍ୟା ସୃଷ୍ଟି କରେ। ପ୍ରୋଷ୍ଟେଟ୍ ସଂକ୍ରମଣ ହେଲେ ପୁରୁଷମାନଙ୍କୁ ବାରମ୍ବାର ପରିସ୍ରା କରିବାକୁ ପଡ଼ିଥାଏ। ପରିସ୍ରା କରିବା ପରେ ମଧ୍ୟ ମୂତ୍ରାଶୟ ଖାଲି ହୁଏ ନାହିଁ, ବରଂ ପରିସ୍ରା ପ୍ରବାହ ଧୀର ହୋଇଯାଏ। ଯଦି ଏପରି ହୁଏ, ତେବେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବା ଉଚିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Tips | Frequent Urination Warning: It Could Be a Sign of a Serious Disease | Argus News