Kitchen Tips / ଆପଣାନ୍ତୁ ଏହି ଟିପ୍ସ୍ ଚିକ୍ ଚିକ୍ କରିବ ଗ୍ୟାସ ବର୍ଣ୍ଣର

Key Points
ଆପଣାନ୍ତୁ ଏହି ଟିପ୍ସ୍ ଚିକ୍ ଚିକ୍ କରିବ ଗ୍ୟାସ ବର୍ଣ୍ଣର ।
ସବୁବେଳେ ଗ୍ୟାସରେ ରୋଷେଇ କରିବା ଫଳରେ ଗ୍ୟାସର ଚୁଲା ବା ଗ୍ୟାସ ବର୍ଣ୍ଣର କଳା ପଡ଼ିଯାଇଥାଏ । ଏହାକୁ ସଫା କରିବାକୁ ମାର୍କେଟରେ ମିଳୁଥିବା ମହଙ୍ଗା ପ୍ରଡକ୍ଟର ଆବଶ୍ୟକତା ପଡିଥାଏ । ଯାହା କେତେକ ସମୟରେ କାମ ବି କରିନଥାଏ । କିନ୍ତୁ ଆପଣ ଜାଣନ୍ତି କି, ମହଙ୍ଗା ପ୍ରଡକ୍ଟ ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ କମ୍ ଖର୍ଚ୍ଚରେ ଏବଂ ସହଜରେ ଆପଣ ଏହାକୁ ସଫା କରିପାରିବେ। ଏହି ଉପଚାର ମାଧ୍ୟମରେ ଆପଣଙ୍କ କଳା ପଡିଯାଇଥିବା ଗ୍ୟାସର ଚୁଲା ପୁରା ନୂଆ ପରି ଦେଖାଯିବ।
ଗ୍ୟାସ୍ ବର୍ନର ସଫା କରିବାର ଘରୋଇ ଉପାୟ
ଗ୍ୟାସ୍ ବର୍ନରରେ ଥିବା ଛୋଟ କଣାଗୁଡ଼ିକ ପ୍ରାୟତଃ ତେଲ, ମସଲା ଏବଂ ଧୂଳିରେ ଭର୍ତ୍ତି ହୋଇଯାଏ। ଏହା ଗ୍ୟାସ୍କୁ ଖରାପ କରିବା ସହ ନିଆଁ ଧିରେ ଧିରେ ବାହାରେ ଏବଂ ରୋଷେଇ କରିବା ପାଇଁ ଅଧିକ ସମୟ ଲାଗିଥାଏ । ଏହା ସହିତ ଗ୍ୟାସ୍ ଅଧିକ ନଷ୍ଟ ହୋଇଥାଏ । ଯଦି ମଇଳା ହୋଇଯାଇଥିବା ଗ୍ୟାସ୍ ଚୁଲାକୁ ସଫା କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡୁଛି ତେବେ ଏହି ସହଜ ଘରୋଇ ଉପଚାର କରି ନିଜର ସମସ୍ୟା ଦୂର କରନ୍ତୁ। ଏହି ଟିପ୍ସ ଦ୍ଵାରା ମାତ୍ର କିଛି ମିନିଟ୍ ମଧ୍ୟରେ ଆପଣଙ୍କର ଗ୍ୟାସ ଚୁଲା ସଫା ହେବା ସହ ଚକ୍ ଚକ୍ ଦିଶିବ।
ଗ୍ୟାସ୍ ବର୍ନର୍ ସଫା କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ
୨ ଗ୍ଲାସ ଉଷୁମ ପାଣି, ଲେମ୍ବୁ ରସ କିମ୍ବା ୧ ଚାମଚ ଭିନେଗାର, ଆଣ୍ଟାସିଡ୍ ପାଉଡର କିମ୍ବା ଇନୋ ପାଉଡର ।
ଗ୍ୟାସ୍ ଚୁଲାକୁ ସଫା କରିବା ପାଇଁ, ପ୍ରଥମେ ଏକ ପାତ୍ରରେ ଦୁଇ ଗ୍ଲାସ ଉଷୁମ ପାଣି ଢାଳନ୍ତୁ। ଏହା ପରେ ଏଥିରେ ଲେମ୍ବୁ ରସ କିମ୍ବା ଧଳା ଭିନେଗାର ମିଶାନ୍ତୁ। କାରଣ ଲେମ୍ବୁ ବା ଭିନେଗାର ଉଭୟ ତେଲ ଲାଗି କଳା ହୋଇଯାଇଥିବା ଦାଗ ଛଡ଼ାଇବାରେ ସାହାଯ୍ୟ କରେ। ଲେମ୍ବୁ ବା ଭିନେଗାର ଉଷୁମ ପାଣିରେ ପକାଇ ସାରିବା ପରେ ସଫା କରିବାକୁ ଥିବା ବର୍ନର ସବୁକୁ ସେଥିରେ ପକାନ୍ତୁ। ତା'ପରେ ଇନୋ ପାଉଡରକୁ ବର୍ନର ଉପରେ ଛିଞ୍ଚନ୍ତୁ ଏବଂ ଏହାକୁ ୫ମିନିଟ୍ ପାଇଁ ରଖନ୍ତୁ। ପାଞ୍ଚ ମିନିଟ୍ ପରେ, ବର୍ନରକୁ ବାହାର କରି ଏକ ନରମ ବ୍ରଶ୍ ସାହାଯ୍ୟରେ ଘଷି ଦିଅନ୍ତୁ। ଆପଣ ଦେଖିବେ ଯେ ମଇଳା ଆପେ ଆପେ ଛାଡ଼ି ଯିବ ।
ଇନୋ ପାଉଡରରେ ମୁଖ୍ୟତଃ ସୋଡିୟମ୍ ବାଇକାର୍ବୋନେଟ୍ ଏବଂ ସାଇଟ୍ରିକ୍ ଏସିଡ୍ ଥାଏ। ଲେମ୍ବୁ ରସ କିମ୍ବା ଭିନେଗାର ଏବଂ ଉଷୁମ ପାଣି ସହିତ ଏହାକୁ ମିଶାଇଲେ, ଏହା ଦ୍ରୁତ ଗତିରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଉତ୍ପାଦନ କରେ, ଯାହ ଫଳରେ ଗ୍ୟାସ୍ ସଫା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
📱 Get Argus News App
✨Related Topics
Explore more stories