Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକ୍ସରସାଇଜ୍‌ ଦ୍ଵାରା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ

Lifestyle

ଏକ୍ସରସାଇଜ୍‌ ଦ୍ଵାରା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ

Rashmita Mishra
Browse all articles by Rashmita Mishra
·1 year ago·2 min read
ଏକ୍ସରସାଇଜ୍‌ ଦ୍ଵାରା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ

ଅର୍ଗସ ବ୍ୟୁରୋ: ଆଜି କାଲି ଅଣ୍ଟା ପୀଡ଼ା ବା ବ୍ୟାକ୍‌ ପେନ୍‌ ଏକ ବଡ଼ ସମସ୍ୟା ହୋଇଛି । କେବଳ ବୟସ୍କ ନୁହେଁ ଯୁବପିଢ଼ିଙ୍କ ଠାରେ ଏହି ଅସୁବିଧା ଅଧିକ ଦେଖିବାକୁ ମିଳୁଛି । ଅଧିକ ସମୟ ଧରି ଗୋଟିଏ ଜାଗାରେ ବସି ରହିବା ଯୋଗୁ ବ୍ୟାକ୍‌ ପେନ୍‌ ହେଉଛି । ଏଥିସହ କମ୍ପ୍ୟୁଟର ସାମ୍ନାରେ ବସି ରହିବା ଯୋଗୁ ଓଜନ ମଧ୍ୟ ବଢ଼ୁଛି, ଯାହା ଅଣ୍ଟା ଉପରେ ପ୍ରେସର ପକାଉଛି । ଏଣୁ ଡାକ୍ତରମାନେ ଅଫିସ୍‌ରେ କାମ କରୁଥିବା ଲୋକଙ୍କୁ ମଝିରେ ମଝିରେ ଟିକେ ଉଠିବାକୁ ଓ ଚାଲିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଏହି ଅଣ୍ଟା ସମସ୍ୟାର ଅନ୍ୟ କାରଣ ଓ ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା ।

ଡାକ୍ତରଙ୍କ ମତରେ ଅଣ୍ଟା ପୀଡ଼ା ହେବାର ଅନେକ କାରଣ ରହିଛି । ବେଳେବେଳେ ହାଡ଼ ଯୋଗୁ ଅଣ୍ଟା ବିନ୍ଧେ କିମ୍ବା ଦରଜ ହୁଏ । ଆଉ କିଛି ଲୋକଙ୍କ ଠାରେ ମାଂସପେଶୀ ସମସ୍ୟା ଯୋଗୁ ଏହି ପୀଡ଼ା ହୋଇଥାଏ । କେବଳ ଯେ ହାଡ଼ ଜନିତ ସମସ୍ୟା ଥିଲେ ଅଣ୍ଟା କାଟେ ତାହା ଭାବିବା ଭୁଲ । ଅଧିକ ସମୟ ବସିବା ଯୋଗୁ କିମ୍ବା ଭୁଲ ଢଙ୍ଗରେ ଶୋଇବା ଯୋଗୁ କିମ୍ବା ଏକ୍ସରସାଇଜ୍‌ କରିବା ବେଳେ ମାଂସପେଶୀରେ ସମସ୍ୟା ସୃଷ୍ଟି ହୋଇପାରେ । ଖାସ୍‌ କରି ଷ୍ଟ୍ରେଚିଂ ବେଳେ ମାଂସପେଶୀ ମକଚି ହୋଇପାରେ । ଯାହା ଦ୍ୱାରା ପ୍ରବଳ ପୀଡ଼ା ହେବା ସହ ଉଠିବା ବସିବା ବି କାଠିକର ପାଠ ହୋଇଯାଏ ।

ଯଦି ଆପଣ ବି ଏଭଳି ସମସ୍ୟା ଭୋଗୁଛନ୍ତି, ତେବେ ଆଉ ଡେରି ନ କରି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଅତି ପୀଡ଼ା ହେଉଥିଲେ ଡାକ୍ତର ତୁରନ୍ତ ପେନ୍‌ କିଲର କିମ୍ବା ମସଲସ୍‌କୁ ଫ୍ରି କରିବାକୁ ଇଞ୍ଜେକସନ୍‌ ଦେଇଥାନ୍ତି । ଏଥିସହ ପୀଡ଼ା ହେଉଥିବା ଜାଗାରେ ମଲମ ବା ଅଏଣ୍ଟମେଣ୍ଟ ଲଗାଇବାକୁ ଦେଇଥାନ୍ତି । ଏଥିରୁ ଶୀଘ୍ର ଉପଶମ ପାଇଁ ସେହି ଜାଗାରେ ଗରମ ସେକ ବି ଦେବାକୁ କିଛି ଡାକ୍ତର ପରାମର୍ଶ ଦିଅନ୍ତି । ଫଳରେ ମାଂସପେଶୀ ରିଲାକ୍ସ ହେବ ଓ ପୀଡ଼ା କମିବ । ଆପଣ କିଛି ହାଲ୍‌କା ଫୁଲ୍‌କା ଏକ୍ସରସାଇଜ୍‌ ମଧ୍ୟ କରିପାରିବେ, ଯାହା ଦ୍ୱାରା ଶୀଘ୍ର ଆରାମ ମିଳିବ ।
ଏଥିସହ ବସିବା ବେଳେ ଅଣ୍ଟା ପେନ୍‌ରୁ ମୁକ୍ତି ଦେଉଥିବା କୁସନ୍‌ ବା ଛୋଟ ତକିଆ ବ୍ୟବହାର କରିପାରିବେ । ଏହା ମଧ୍ୟ ଆରାମ ଦେଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Get rid of back pain with exercise | Argus News