Videos
|
Lifestyle

ଝିଅମାନେ ଏହି ୩ ରଙ୍ଗର ଟେଡି ପସନ୍ଦ କରନ୍ତି

Rashmita Mishra
Browse all articles by Rashmita Mishra
·1 year ago·2 min read
ଝିଅମାନେ ଏହି ୩ ରଙ୍ଗର ଟେଡି ପସନ୍ଦ କରନ୍ତି

ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’ ପ୍ରେମୀଯୁଗଳଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଚକଲେଟ ଡେ’ର ଜୀବନରେ ମଧୁରତା ଭରିଥିବା ବେଳେ ଟେଡି ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଟେଡି ଦିଆନିଆ ହେବେ। କଥାରେ ଅଛି ଟେଡି ଯେତେ ଦିନ ପାଖରେ ଥିବ, ସେତେଦିନ ଯାଏ ପ୍ରେମ ଅକ୍ଷୁଣ୍ଣ ରହିବ। ବିଶେଷ କରି ପ୍ରେମିକମାନେ ନିଜ ପ୍ରେମିକାକୁ ଟେଡି ବିୟର ଉପହାର ଦେଇଥାଆନ୍ତି।


ଖାସ ସେଥିପାଇଁ ବଜାରରେ ଟେଡି ବିୟର ଦୋକାନରେ ଯୁବପିଢ଼ିଙ୍କର ଭିଡ଼ ଜମୁଛି। ଟେଡି ଡେ’ ପାଇଁ ରାଜଧାନୀର ବିଭିନ୍ନ ମଲ୍‌ ବ୍ୟତୀତ ଗିଫ୍ଟ ଦୋକାନ, ରାସ୍ତାକଡ଼ ସବୁଠି ଭିନ୍ନ ଭିନ୍ନ ରଙ୍ଗ ଓ ଆକୃତିର ପସରା ମେଲିଛି। ବଜାରରେ ୧୫ ସେମିରୁ ଆରମ୍ଭ ହୋଇ ୬ ଫୁଟ ପର୍ଯ୍ୟନ୍ତ ଟେଡି ବିକ୍ରି ହେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୁହାଯାଏକି ଗୋଲାପୀ ଓ ନାଲି ରଙ୍ଗର ଟେଡିର ବେଶ୍‌ ଚାହିଦା ରହିଥାଏ । ଏହି ଦୁଇଟି ରଙ୍ଗର ଟେଡି ଦେଲେ ପ୍ରେମ ବଢ଼େ ବୋଲି ଭାବି ଏହାକୁ ଯୁବପିଢ଼ି କିଣୁଛନ୍ତି। ଟେଡିର ଦାମ ୧୨୦ଟଙ୍କାରୁ ଆରମ୍ଭ ପାଞ୍ଚ ହଜାର ପର୍ଯ୍ୟନ୍ତ ରହିଛି। ସେହିପରି କିଛି ଯୁବପିଢ଼ି ଛୋଟ ଛୋଟ ଟେଡିଗୁଡ଼ିକ ଏକାଠି କରି କାର୍ଡ ସହିତ ଯୋଡ଼ି କରି ନେଉଛନ୍ତି । ସେହିପରି ସାମାଜିକ ଗଣମାଧ୍ୟମରେ ଏହି ଡେ’ ପାଇଁ ସ୍ୱତନ୍ତ୍ର ରିଲ୍‌ସ ଆସୁଛି। ଅବିବାହିତମାନେ ଟଙ୍କା ବଞ୍ଚିଗଲା କହି ରିଲ୍‌ସ ଛାଡ଼ୁଛନ୍ତି ତ ପ୍ରେମୀ ଯୁଗଳମାନେ ପକେଟ ଖାଲିର ଭିଡିଓ ପୋଷ୍ଟ କରୁଛନ୍ତି।


ଝିଅମାନେ ଏହି ୩ ରଙ୍ଗର ଟେଡି ପସନ୍ଦ କରନ୍ତି

ଧଳା ରଙ୍ଗର ଟେଡି:-  ହ୍ଵାଇଟ ଟେଡି ସବୁବେଳେ ସତ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଆମେ ଆମର ସାଥୀ କିମ୍ବା ବନ୍ଧୁଙ୍କୁ ଏହି ରଙ୍ଗ ଟେଡି ଦେଇପାରିବା। ତୁମର ସମ୍ପର୍କ କେତେ ଅବିସ୍ମରଣୀୟ ଏବଂ ସତ୍ୟ ତାହା ଏହି ରଙ୍ଗ ଦର୍ଶାଏ।


ସ୍କାରଲେଟ୍ ଟେଡି:- ରେଡ୍ ଟେଡି ତୁମେ ତୁମର ସାଥୀକୁ ଦିଅନ୍ତୁ। ଲାଲ ରଙ୍ଗ ସବୁବେଳେ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ରଙ୍ଗ କହିଥାଏ ଯେ ତୁମେ ତୁମର ସାଥୀକୁ ବହୁତ ଭଲ ପାଅ ଏବଂ ସେମାନଙ୍କଠାରୁ ଦୂରରେ ରହିପାରିବ ନାହିଁ।


ଗୋଲାପୀ ଟେଡି:- ଝିଅମାନେ ଗୋଲାପୀ ଟେଡିକୁ ବହୁତ ପସନ୍ଦ କରନ୍ତି। ଗୋଲାପୀ ରଙ୍ଗ ମଧ୍ୟ ପ୍ରେମରେ ପରିପୂର୍ଣ୍ଣ ବୋଲି ବିବେଚନା କରାଯାଏ, ଏହି ରଙ୍ଗ ଆପଣଙ୍କ ଜୀବନରେ ରୋମାନ୍ସ ଏବଂ ପ୍ରେମ ଭରିଦିଏ।

Girls like these 3 colored teddy bears | Argus News