Videos
|
Lifestyle

ଗ୍ଲୋଇଂ ସ୍କିନ୍ ଆଣିଦେବ ଏହି ଫେସପ୍ୟାକ୍

Rashmita Mishra
Browse all articles by Rashmita Mishra
·11 months ago·2 min read
ଗ୍ଲୋଇଂ ସ୍କିନ୍ ଆଣିଦେବ ଏହି ଫେସପ୍ୟାକ୍

Key Points

ଆମ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଜିନିଷ ମଧ୍ୟରୁ ବିଟ୍ରୁଟ୍ ହେଉଛି ସ୍କିନ ପାଇଁ ବରଦାନ ସଦୃଶ୍ୟ । ବିଟ୍ରୁଟ୍ ଶରୀର ପାଇଁ ଯେତିକି ଲାଭକାରୀ ଗ୍ଲୋଇଂ ସ୍କିନ୍ ପାଇଁ ମଧ୍ୟ ସେତିକି ପ୍ରଭାବଶାଳୀ ହୋଇଥାଏ ।

ସୁନ୍ଦର ଏବଂ ଗ୍ଲୋଇଂ ସ୍କିନ୍ କିଏ ବା ଚାହେଁ ନାହିଁ । ଖାସ୍ କରି ଝିଅମାନେ ଏସବୁ ପ୍ରତି ବେଶୀ ଧ୍ୟାନ ଦେଇଥାନ୍ତି । କ’ଣ ଲଗେଇବେ, କ’ଣ ପିନ୍ଧିବେ ଏମିତି ଅନେକ କିଛି । ଯାହା ଦ୍ବାରା ସେମାନେ ସୁନ୍ଦର ଦିଶିପାରିବେ । ବିଶେଷ କରି କିଛି ସ୍ପେଶାଲ ଅକେଜନ ଆସିବା ମାତ୍ରେ ସୁନ୍ଦର ଦିଶିବା ନେଇ ଅଧିକ ଚିନ୍ତାରେ ରହିଥାନ୍ତି ଝିଅମାନେ।


ଆଜିକାର ବ୍ୟସ୍ତବହୁଳ ଜୀବନରେ କମ୍ ସମୟ ମଧ୍ୟରେ ସୁନ୍ଦର ଦିଶିବା ପାଇଁ ମାର୍କେଟରେ ବିକ୍ରି ହେଉଥିବା ବିଭିନ୍ନ କେମିକାଲ କ୍ରିମର ବ୍ୟବହାର କରିଥାନ୍ତି । କିଛି କ୍ଷଣ ପାଇଁ ସୁନ୍ଦରତା ଦେଇଥାଏ ସତ କିନ୍ତୁ ପରବର୍ତ୍ତୀ ସମୟରେ ସ୍କିନକୁ ଖରାପ କରିଦେଇଥାଏ । ତେଣୁ ସ୍କିନକୁ ଚମକଦାର ରଖିବାକୁ ଚାହୁଁଥିଲେ କିଛି ଘରୋଇ କ୍ରିମର ବ୍ୟବହାର କରନ୍ତୁ । ଆମ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଜିନିଷ ମଧ୍ୟରୁ ବିଟ୍ରୁଟ୍ ହେଉଛି ସ୍କିନ ପାଇଁ ବରଦାନ ସଦୃଶ୍ୟ । ବିଟ୍ରୁଟ୍ ଶରୀର ପାଇଁ ଯେତିକି ଲାଭକାରୀ ଗ୍ଲୋଇଂ ସ୍କିନ୍ ପାଇଁ ମଧ୍ୟ ସେତିକି ପ୍ରଭାବଶାଳୀ ହୋଇଥାଏ ।

ତେବେ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ । କିଛି ବିଟ୍ରୁଟ୍, ଆଲୋଭେରା ଜେଲ ନିଅନ୍ତୁ ସେଥିରେ ଅଳ୍ପ କିଛି ଗୋଲାପ ଜଳ ମିଶାନ୍ତୁ ଭଲ ଭାବରେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଭଲ ଭାବରେ ଲଗାନ୍ତୁ ୧୫ ଛାଡନ୍ତୁ । ତା ପରେ ଭଲ ଭାବରେ ଧୋଇଦିଅନ୍ତୁ । ଏହିପରି ଭାବରେ ସପ୍ତାହକୁ ଦୁଇରୁ ତିନି ଥର କରନ୍ତୁ । ଯାହା ଫେସରେ ଚିକ୍କଣ ଆଣିବ ।

ବିଟ୍‌ରୁଟରେ ଭିଟାମିନ୍‌ ସି, ଏ, ବି୬, ଫୋଲିକ୍‌ ଏସିଡ୍‌, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଏବଂ ଆଇରନ୍‌ ରହିଛି, ଯାହା ସ୍କିନକୁ ସୁସ୍ଥ ଏବଂ ହାଇଡ୍ରେଟେଡ୍ ରଖିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ସ୍କିନରେ ଚମକ ଆଣିବା ସହ ମୁହଁକୁ ସତେଜ ରଖିଥାଏ । ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବ ବ୍ରଣ ଜନିତ ସମସ୍ୟାକୁ କମାଇଥାଏ । ଏଥିରେ ଥିବା ଜଳୀୟ ଅଂଶ ସ୍କିନକୁ ହାଇଡ୍ରେଟ୍ ରଖିବା ସହିତ ଶୁଷ୍କତାଠାରୁ ମୁକ୍ତି ଦେଇଥାଏ ।

କେବଳ ଏତିକି ନୁହେଁ ବରଂ ମୁହଁରେ କଳା ଦାଗ ଦେଖା ଦେଉଥିଲେ ଏଥିପାଇଁ ବିଟ୍ରୁଟ୍ ବେଷ୍ଟ ହୋଇଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ଫେସର କଲରରେ ମଧ୍ୟ ହାଲୁକା ପରିବର୍ତ୍ତନ ହୋଇଥାଏ । ଏଥିରେ ଥିବା ଲାଭକାରୀ ଗୁଣ ସ୍କିନକୁ ଖରାରୁ ରକ୍ଷା କରିବାରେ ସହାୟକ କରିଥାଏ । ମୁହଁରେ ପଡୁଥିବା ଭାଙ୍ଗକୁ ମଧ୍ୟ କମ୍ କରିଥାଏ ତା ସହ ସ୍କିନକୁ ଟାଇଟ କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Get Glowing Skin with This Simple Face Pack | Argus News | Argus News