Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଚକୋଲେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର..ତ୍ବଚାର ଗ୍ଲୋ ବଢାଏ ଡାର୍କ ଚକୋଲେଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଚକୋଲେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର..ତ୍ବଚାର ଗ୍ଲୋ ବଢାଏ ଡାର୍କ ଚକୋଲେଟ

ଆପଣଙ୍କୁ ବି ଚକୋଲେଟ ଖାଇବା ପସନ୍ଦ କି? ତେବେ ଆପଣଙ୍କୁ ବି ମିଳିବ ଡବଲ ବେନିଫିଟ୍ । ଚକୋଲେଟ ନିଜର ସ୍ବାଦ ଏବଂ ପସନ୍ଦ ପାଇଁ ଖାଇପାରିବେ, ଏଥିସହ ଆପଣଙ୍କ ସ୍କିନ ମଧ୍ୟ ଗ୍ଲୋ କରିବା ଆରମ୍ଭ କରିବ । ଏହା ଆମେ ନୁହେଁ କିଛି ତ୍ବଚା ବିଶେଷଜ୍ଞ ମାନେ ନିଜର ମତ ଦେଇଛନ୍ତି । ଯଦି ଆପଣ ଡାର୍କ ଚକୋଲେଟ ଖାଉଛନ୍ତି, ତେବେ ଏହାଦ୍ବାରା ତ୍ବଚାରେ ଚମକ ଦିଶିଥାଏ । ଏଥିରେ ଥିବା ପୋଷକ ତତ୍ତ୍ବ ଚର୍ମକୁ ପୋଷଣ ଦେବା ଆରମ୍ଭ କରେ ଏବଂ ଯାହାଦ୍ବାରା ତ୍ବଚାରେ ଏକ ପ୍ରାକୃତିକ ଚମକ ଆସିଥାଏ । ତେବେ ତ୍ବଚାର ଆଉ କେଉଁ ଗୁଣରେ ପରିବର୍ତ୍ତନ ଆସିଥାଏ, ତାହା ଆସନ୍ତୁ ଜାଣିବା ।

୧- ତ୍ବଚାର ହାଇଡ୍ରେସନ ବୃଦ୍ଧି କରେ
ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ଅନୁଯାୟୀ , ଡାର୍କ ଚକୋଲେଟ(Dark Chocolate) ରେ ଫ୍ଲାଭୋନୋଏଡସ୍ ରହିଥାଏ, ଯାହା ତ୍ବଚାରେ ସଠିକ ରକ୍ତ ପ୍ରବାହ କରିବାରେ ସାହାଯ୍ୟ କରେ । ଏହା ସ୍କିନକୁ ହାଇଡ୍ରେଟ ରଖେ । କିନ୍ତୁ ଏହାକୁ ଅଳ୍ପ ପରିମାଣରେ ଖାଆନ୍ତୁ, ଆଉ ପାଣି ପିଇବାକୁ ଭୁଲନ୍ତୁ ନାହିଁ ।

୨- କୋଲାଜେନ କ୍ଷରଣ
ଡାର୍କ ଚକୋଲେଟ(Dark Chocolate) ରେ ଥିବା ଫ୍ଲାଭୋନୋଏଡସ ମଧ୍ୟ କୋଲାଜେନ କ୍ଷରଣ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ତ୍ବଚା ଶୁଖିଲା କିମ୍ବା ରଫ୍ ଲାଗୁଛି, ତେବେ ଖାଦ୍ୟରେ ଡାର୍କ ଚକୋଲେଟକୁ ଯୋଡନ୍ତୁ । ଏହା ତ୍ବଚାରେ କୋଲାଜେନ ସୃଷ୍ଟି କରିବାରେ ସାହାଯ୍ୟ କରେ । ତେଣୁ ଡାର୍କ ଚକୋଲେଟ ତ୍ବଚା ପାଇଁ ବେଶ ଉପକାରୀ ।

୩- ଅତିବାଇଗଣୀ ରଶ୍ମିରୁ ତ୍ବଚାକୁ ରକ୍ଷା କରେ
ଡାର୍କ ଚକୋଲେଟ ସୂର୍ଯ୍ୟର ଅତିବାଇଗଣୀ ରଶ୍ମୀରୁ ତ୍ବଚାକୁ ରକ୍ଷା କରିଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ରିସର୍ଚ୍ଚରୁ ଜଣା ପଡିଛି, ପ୍ରତିଦିନ ଡାର୍କ ଚକୋଲେଟ ଖାଇବା ଦ୍ବାରା ଏହା ତ୍ବଚାରେ ସୂର୍ଯ୍ୟଙ୍କ ରଶ୍ମି ଜନିତ ଅନେକ ପ୍ରକାର ଚର୍ମରୋଗରୁ ରକ୍ଷା କରିଥାଏ ।

୪-ତ୍ବଚାକୁ ନରମ ରଖେ
ଡାର୍କ ଚକୋଲେଟ ତ୍ବଚାକୁ ହାଇଡ୍ରେଟ ରଖିବା ସହ ତ୍ବଚାକୁ ନରମ ମଧ୍ୟ ରଖିଥାଏ । ତ୍ବଚାରେ ସଠିକ ରକ୍ତ ପ୍ରବାହ କରିବାରେ ସାହାଯ୍ୟ କରେ । ଯେତେବେଳେ ତ୍ବଚାରେ ରକ୍ତ ପ୍ରବାହ ସଠିକ ହୁଏ ଏବଂ ତ୍ବଚା ହାଇଡ୍ରେଟେଡ ରୁହେ, ଏହା ଆପେ ନରମ ଏବଂ ଗ୍ଲୋ କରିବା ଆରମ୍ଭ କରେ ।

କେବଳ ସେତିକି ନୁହେଁ, ତ୍ବଚାରେ ଯଦି କିଛି ରେଡନେସ ବା ଇରିଟେସନ ହେଉଥାଏ , ତେବେ ଡାର୍କ ଚକୋଲେଟ ଏହାକୁ କମାଇବାରେ ସାହାଯ୍ୟ କରେ । ତେଣୁ କୋକା ଫ୍ଲେଭର ଥିବା ଡାର୍କ ଚକୋଲେଟ ତ୍ବଚା ପାଇଁ ବେଶ ଉପକାରୀ ।
ତେବେ ଅପେକ୍ଷା କାହିଁକି, ଏବେ ହିଁ ନିଜପାଇଁ ଡାର୍କ ଚକୋଲେଟ କିଣନ୍ତୁ । ପେଟକୁ ଶାନ୍ତି ରଖନ୍ତୁ , ଆଉ ତ୍ବଚାକୁ ସୁନ୍ଦର ରଖନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Good news for chocolate lovers.. dark chocolate enhances the skin glow | Argus News