ଆମ ସ୍ୱାସ୍ଥ୍ୟ ପାଇଁ କେଉଁଟି ଭଲ ? ଅଧିକ କିସମିସ ଭଲ, ନା ଅଙ୍ଗୁର...

Key Points
- ଅଙ୍ଗୁର ଓ କିସମିସ୍ ସ୍ୱାସ୍ଥ୍ୟ ପାଇଁ କେଉଁଟା ଭଲ ?
- କିସମିସ୍ ଓ ଅଙ୍ଗୁର ମଧ୍ୟରେ କେଉଁଟି ଅଧିକ ସୁସ୍ଥ ?
ଅର୍ଗସ ବ୍ୟୁରୋ: ଫଳ ମଧ୍ୟରେ ଅଙ୍ଗୁର ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ଏହାର ଖଟା, ମିଠା ଟେଷ୍ଟ୍ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ଅଙ୍ଗୁରକୁ ଆମେ ସତେଜ ବି ଖାଉ ଏବଂ ଶୁଖେଇକି ମାନେ କିସମିସ୍ ଭଳି ମଧ୍ୟ ଖାଇଥାଉ । ଏମିତି ବିବେଚନା କରାଯାଏ ଡ୍ରାଏ ଫ୍ରୁଟ୍ସ ଆମ ଦେହ ପାଇଁ ଭଲ । ସେଥିପାଇଁ କିସମିସ୍ ଖିରି କିମ୍ବା ଏମିତି ମଧ୍ୟ ଆମେ ସେବନ କରୁ ।
ହେଲେ ଆମ ସ୍ୱାସ୍ଥ୍ୟ ପାଇଁ କେଉଁଟି ଭଲ । ଅଧିକ କିସମିସ ଭଲ ନା ଅଙ୍ଗୁର ଆସନ୍ତୁ ଜାଣିବା ଏହି ରିପୋର୍ଟରେ....
- ଅଙ୍ଗୁର ଖାଇବାର ଲାଭ...
ଶରୀରକୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାରେ ଅଙ୍ଗୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ । ତେଣୁ ଜଣେ ବ୍ଲଡ୍ପ୍ରେସର ସମସ୍ୟା ସହଜ ଜଡ଼ିତ ବ୍ୟକ୍ତି ଏହାକୁ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରିବେ । କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ବିଶେଷ ଭାବରେ ଅଙ୍ଗୁରରେ ଭିଟାମିନ୍-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ । ଏଥିଯୋଗୁଁ ଶରୀର ବାହ୍ୟ ସଂକ୍ରମଣରୁ କେତେକାଂଶରେ ରକ୍ଷା କରେ ।
ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ନିକଟରେ ଜଣାପଡ଼ିଛି ଯେ, ଏଥିରେ ଥିବା ଉପକାରୀ ତତ୍ତ୍ୱ କ୍ୟାନ୍ସର ଆକ୍ରାନ୍ତ କୋଷ(ସେଲ୍)ଗୁଡ଼ିକୁ ବୃଦ୍ଧି କରିବାକୁ ଦେଇ ନ ଥାଏ । ଏଥିରେ ଫାଇବର୍ ମଧ୍ୟ ରହିଛି, ଯାହା କୋଲେଷ୍ଟରଲ୍ର ମାତ୍ରାକୁ ସନ୍ତୁଳିତ ରଖେ । ଅଙ୍ଗୁରରେ ଭିଟାମିନ୍-କେ, କ୍ୟାଲସିୟମ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଥିବାରୁ ଏହା ଅସ୍ଥି ଓ ମଜ୍ଜାକୁ ଶକ୍ତ ରଖିଥାଏ ।
📱 Get Argus News App
✨ଠିକ୍ ସେହିପରି ଅଙ୍ଗୁର ଅପେକ୍ଷା କିସମିସ୍ ରେ ଅଧିକ କ୍ୟାଲୋରୀ ଥାଏ । ଅଙ୍ଗୁର ଶୁଖାଇ କିସମିସ୍ ପ୍ରସ୍ତୁତ କରାଯାଏ । ଏହି ପ୍ରକ୍ରିୟାରେ ଚିନି ଏବଂ ଆଣ୍ଟିଅକ୍ସିଡାଣ୍ଟ ବ୍ୟବହାର କରାଯାଏ । ଯାହା କ୍ୟାଲୋରୀରେ ପରିଣତ ହୁଏ । ଅଧା କପ ଅଙ୍ଗୁର ଖାଇଲେ ଆପଣଙ୍କୁ ମାତ୍ର 30 କ୍ୟାଲୋରୀ ମିଳିବ । ହେଲେ ଯଦି ଆପଣ ସମାନ ପରିମାଣର କିସମିସ୍ ଖାଆନ୍ତି ତେବେ ଆପଣଙ୍କୁ 250 କ୍ୟାଲୋରୀ ମିଳିବ ।
- କିସମିସ୍ ଖାଇବାର ଲାଭ
କିସମିସ୍ ଫାଇବରର ଏକ ସମୃଦ୍ଧ ଉତ୍ସ । ଏଥିରେ ଆଇରନ ଏବଂ ପୋଟାସିୟମ୍ ମଧ୍ୟ ମିଳିଥାଏ । କିସମିସ୍ ରେ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ଥାଏ । ଯାହା ଅନ୍ତନଳୀରେ ଥିବା ଜୀବାଣୁକୁ ସନ୍ତୁଳିତ କରେ ।
- କିସମିସ୍ ଓ ଅଙ୍ଗୁର ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ଅଧିକ ସୁସ୍ଥ କ'ଣ ?
ଉଭୟ ଜିନିଷ ସ୍ୱାସ୍ଥ୍ୟ ପାଇଁ ଭଲ । ହେଲେ କିସମିସ୍ ଅପେକ୍ଷା ଆଙ୍ଗୁର ସ୍ୱାସ୍ଥ୍ୟ ପାଇଁ ବେଶୀ ଭଲ । କାରଣ ଏଥିରେ କ୍ୟାଲୋରୀ କମ୍ ଥାଏ । ଯେଉଁଥିରେ କ୍ୟାଲୋରୀ କମ୍ ତାହା ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ ।
ସେଥିପାଇଁ ନିୟମିତ ନିଜ ଡାଏଟ୍ ରେ ଫଳ ଆଡ୍ କରନ୍ତୁ ଓ ସୁସ୍ଥ ରୁହନ୍ତୁ ।