Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଗୁପଚୁପ୍ ଖାଇଲେ ମିଳିବ ଏହି ସବୁ ଫାଇଦା, ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·10 months ago·2 min read
ଗୁପଚୁପ୍ ଖାଇଲେ ମିଳିବ ଏହି ସବୁ ଫାଇଦା, ଜାଣନ୍ତୁ...

Key Points

ଗୁପଚୁପ୍ ପାଟିକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭକାରୀ ହୋଇଥାଏ ।


ଗୁପଚୁପ୍ ଖାଇବା ସମସ୍ତଙ୍କୁ ପସନ୍ଦ ଥାଏ । ଗୁପଚୁପ୍ ନାଁ ଆସିବା ମାତ୍ରେ ସମସ୍ତଙ୍କ ପାଟିରେ ପାଣି ଆସିଯାଏ । ବର୍ଷା ହଉ ଅବା ଗରମ ସବୁବେଳେ ଗୁପଚୁପ୍ ଖାଇବାର ମଜା ନିଆରା ଥାଏ । ଗୁପଚୁପ୍ ବଡ଼ଠୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ଭଲ ପାଆନ୍ତି । ଗୁପଚୁପକୁ କେହି ଗୋଲଗପ୍ପା କୁହନ୍ତି ତ ଆଉ ପୁଣି କିଏ ପାନୀପୁରୀ, ପୁଚକା ବୋଲି ମଧ୍ୟ କୁହନ୍ତି ।

ଏହା ପାଟିକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭକାରୀ ହୋଇଥାଏ । କେବଳ ପାଟିର ସ୍ବାଦକୁ ବଢାଇ ନଥାଏ ବରଂ ସ୍ବାସ୍ଥ୍ୟ ଜନିତ ଫାଇଦା ମଧ୍ୟ ଦେଇଥାଏ । ଏ କଥା ଶୁଣିବା ମାତ୍ରେ ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ସତ କିନ୍ତୁ ଏହା ସତ । କିନ୍ତୁ ଯଦି ଆପଣ ମଇଳା ସ୍ଥାନରୁ କିମ୍ବା ଅପରିଷ୍କାର ଭାବରେ ତିଆରି ଗୋଲଗପ୍ପା ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଖୁବ୍ କମ୍ ଲୋକ ଗୁପଚୁପ୍ ଖାଇବାର ଫାଇଦା ସମ୍ପର୍କରେ ଜାଣନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଏହାର ଲାଭ ସମ୍ପର୍କରେ ଜଣାଇବୁ ।

ବିଶେଷଜ୍ଞଙ୍କ ମତରେ ଗୁପଚୁପରେ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିସାର ରହିଛି । ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଭିଟାମିନ୍ ସି ରହିଛି । ଏହି ସମସ୍ତ ଉପାଦାନ ଶରୀରର ଗଠନରେ ସାହାଯ୍ୟ କରେ । ଏହା ସତ୍ତ୍ୱେ ବିଶେଷଜ୍ଞମାନେ ସୀମିତ ପରିମାଣରେ ଗୁପଚୁପ୍ ଖାଇବାକୁ ପରାମର୍ଶ ଦେଉଛନ୍ତି । ଏହାକୁ ଅଧିକ ପରିମାଣରେ ଖାଇବାର କ୍ଷତି ମଧ୍ୟ ହୋଇଥାଏ ।

ଯଦି ଓଜନକୁ କମାଇବାକୁ ଚାହୁଁଛନ୍ତି ତେବେ ଏହି ସମସ୍ୟା ପାଇଁ ଗୁପଚୁପ୍ ବେଷ୍ଟ ହୋଇଥାଏ । ପାଟିକୁ ଟେଷ୍ଟି ଲାଗିବା ସହ ଓଜନ ଯାତ୍ରାକୁ ମଧ୍ୟ ସରଳ କରିଦେଇଥାଏ । ଏଥିରେ ପୋଦିନା, ହେଙ୍ଗୁ, ଲେମ୍ବୁ ଏବଂ ଆମ୍ବକସିଆ ଅଦା ରହିଥାଏ । ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ସମସ୍ୟା ଦୂର କରିବା ପାଇଁ ଗୁପଚୁପକୁ ଭଲ ବୋଲି ବିବେଚନା କରାଯାଏ । ଯାହା ଓଜନ କମ୍ କରିବାରେ ଚମତ୍କାର ଫାଇଦା ଦେଇଥାଏ ।

ଏଥିରେ ତେନ୍ତୁଳି, କଳା ଲୁଣ, ଜିରା, ଜଲଜିରା ଏବଂ ଅନ୍ୟାନ୍ୟ ମସଲା ଥାଏ । ତେଣୁ ଏହାକୁ ପାଚନ ସମସ୍ୟା ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ । ଯାହା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏତିକି ନୁହେଁ ବରଂ ଏଥିରେ ସୁଜି, ଚଣା ଏବଂ ସିଝା ଆଳୁ ଥାଏ । ଯାହାକୁ ଖାଇବା ଦ୍ବାରା ଆପଣ କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଗୁପଚୁପ୍ ଡାଇବେଟିସ୍ ରୋଗୀଙ୍କ ପାଇଁ ପ୍ରଭାବଶାଳୀ ହୋଇଥାଏ । କାରଣ ଏଥିରେ ଥିବା କଳା ଗୋଲମରିଚ, ଜିରା ଇତ୍ୟାଦି ମସଲା ଡାଇବେଟିସ୍ ନିୟନ୍ତ୍ରଣ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । କଳାଚଣାରୁ ଭରପୁର ମାତ୍ରାର ପ୍ରୋଟିନ୍ ମିଳିଥାଏ । ଯାହା କୋଲେଷ୍ଟ୍ରୋଲ ସମସ୍ୟା ପାଇଁ ଭଲ ବିକଳ୍ପ । ଏହି ସବୁ ସମସ୍ୟା ଥିଲେ ଗୁପଚୁପ୍ ଖାଇବା ଆବଶ୍ୟକ । କିନ୍ତୁ ଅଧିକ ଖାଇବା ଦ୍ବାରା କ୍ଷତିରେ ପକାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Benefits of Eating Gupchup (Pani Puri): Know the Surprising Advantages | Argus News