Videos
|
Lifestyle

ସାବଧାନ ! ଆଉ ଲଗାନ୍ତୁ ନାହିଁ ହେୟାର ସିରମ୍‌

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସାବଧାନ ! ଆଉ ଲଗାନ୍ତୁ ନାହିଁ ହେୟାର ସିରମ୍‌

ଅର୍ଗସ ବ୍ୟୁରୋ:  ସଭିଙ୍କର କେଶ ଝଡିବା ଏକ ବଡ ସମସ୍ୟା ହୋଇଗଲାଣି। କେଶ ଝଡିବା କିଭଳି କମିବ ଭିନ୍ନ ଭିନ୍ନ ଉପାୟ ଅବଲମ୍ୱନ କରନ୍ତି। ଆଜିକାଲି ମାର୍କେଟରେ ମଧ୍ୟ ଡୁପ୍ଲିକେଟ ଜିନିଷ ଉପଲବ୍ଧ ହେଉଛି। ଏଇ ଯେମିତି ହେୟାର ସେରମ। ତେବେ ଏବେଠୁ ସାବଧାନ ହୋଇଯାଆନ୍ତୁ। ନହେଲେ ଭୋଗିପାରନ୍ତି ବଡ଼ ସମସ୍ୟା। କେଶରେ ସିରମ ଲଗାଇବା ପୂର୍ବରୁ କରନ୍ତୁ ଏହି କାମ।

ସମାଧାନ: କେବଳ ହେୟାର ଗ୍ରୋଥ ସିରମ ଲଗାଇଦେଲେ କେଶ ସମସ୍ୟାର ସମାଧାନ ହୋଇଯିବନି। ଏଥିପାଇଁ ଉପଯୁକ୍ତ ଖାଦ୍ୟପେୟ,ଜୀବନଶୈଳୀ ଓ ଯତ୍ନ ନେବା ଜରୁରୀ। କିନ୍ତୁ ସିରମର ଉପଯୁକ୍ତ ବ୍ୟବହାର ଓ କିଛି ଜିନିଷକୁ ଧ୍ୟାନରେ ରଖି ଏହାର ବ୍ୟବହାର କଲେ ଫାଇଦା ମିଳିପାରେ।

କାହିଁକି ଝଡ଼େ କେଶ: ତେବେ ଏପରି କେଶ ଝଡ଼ିବା ପାଇଁ ଡାକ୍ତରମାନଙ୍କର ମତ ମାନସିକ ଚାପ। ହରମୋନାଲ ଅସନ୍ତୁଳନ,ଖରାପ ଖାଦ୍ୟପେୟ, ପୋଷକ ତତ୍ତ୍ୱର ଅଭାବ, ଜିନ୍ ଓ ଭୁଲ ହେୟାର କେୟାର ପ୍ରଡକ୍ଟର ବ୍ୟବହାର ଯୋଗୁଁ ଏପରି ସମସ୍ୟା ଦେଖାଦେଇଥାଏ। କେବଳ ସେତିକି ନୁହେଁ ଯଦି ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ, ଆଇରନ ଓ ଭିଟାମିନ ନମିଳେ ତେବେ କେଶ ଝଡ଼ିବା ଓ ନବଢିବା ଭଳି ସମସ୍ୟା ଦେଖାଦିଏ।

ସିରମ ଲଗାଇବାର ଫାଇଦା: ମହିଳାଙ୍କଠୁ ନେଇକି ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ରହୁଛନ୍ତି। ଆଉ ଯେତେବେଳେ ଶୁଣୁଛନ୍ତି ସିରମ ଲଗାଇବା ଦ୍ୱାରା କେଶ ମଜବୁତ ହେଉଛି। ଚୁଟି ଉପୁଡ଼ିବା କମିଯିବା ସହ ଅଧିକ ମୋଟା ଓ ଲମ୍ୱା ହେଉଛି। ଏପରିକି ରୁପି ମଧ୍ୟ କମ୍ ହେଉଛି। ତେଣୁ ବିଭିନ୍ନ ପ୍ରକାରର ସିରମ ବ୍ୟବହାର କରିବାରେ ଲାଗିପଡ଼ୁଛନ୍ତି। କିନ୍ତୁ ଏହି ସିରମ ପ୍ରକୃତରେ କଣ ଏହିସବୁ ସମସ୍ୟାର ସମାଧାନ କରୁଛି।

ଏଥିପ୍ରତି ଧ୍ୟାନ ଦିଅନ୍ତୁ: ସିରମରେ ଥିବା ମିନୋକ୍ସିଡିଲ ବା ବାୟୋଟିନ କେଶ ମୂଳକୁ ପୋଷଣ ଯୋଗାଏ ଯାହାର ପ୍ରଭାବ ଧିରେ ଧିରେ ଦେଖାଯାଏ। ତେବେ ଆପଣମାନେ ଯଦି କେଶରେ ହେୟାର ସିରମ ଲଗାଉଛନ୍ତି ତେବେ ବିଶେଷ କରି ଚାପ ଓ ଚିନ୍ତାରୁ ଦୂରେଇ ରୁହନ୍ତୁ। କାରଣ ଏହି ଦୁଇଟି ଜିନିଷ କେଶର ସ୍ୱାସ୍ଥ୍ୟକୁ ଏକାଧିକ ପ୍ରଭାବ ପକାଇଥାଏ। ଏହାଛଡ଼ା ଆପଣ ଯଦି ହେୟାର ଗ୍ରୋଥ ସିରମ ବ୍ୟବହାର କରୁଛନ୍ତି ତେବେ, ଏହା କେଶ ପାଇଁ ଭଲ ଫଳପ୍ରଦ ବୋଲି ସାବ୍ୟସ୍ତ ହୋଇଥାଏ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
hair serum you may suffer serious problems | Argus News