Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଗରମ ପାଣିରେ କୁରକୁରି ସିଝାଇ ଖାଇଛନ୍ତି କି? ଥରେ ଏହି ରେସପି ପ୍ରସ୍ତୁତ କରନ୍ତୁ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଗରମ ପାଣିରେ କୁରକୁରି ସିଝାଇ ଖାଇଛନ୍ତି କି? ଥରେ ଏହି ରେସପି ପ୍ରସ୍ତୁତ କରନ୍ତୁ...

କୁରକୁରେ ସମସ୍ତଙ୍କର ବେଶ ପ୍ରିୟ । ଖାଲି ସମୟରେ ଯେତେବେଳେ କିଛି ଚଟପଟା ଖାଇବାକୁ ଇଚ୍ଛା ହୁଏ, ଆମେ କୁରକୁରେ ଖାଇବାକୁ ପସନ୍ଦ କରିଥାନ୍ତି । ସେଥିରେ ସାଧାରଣତଃ ଟିକେ ଟମାଟୋ, ପିଆଜ , ଲେମ୍ବୁ ପକାଇ ଚଟପଟା ଷ୍ଟାଇଲରେ ଖାଇଥାନ୍ତି । କିନ୍ତୁ କୁରୁକୁରେକୁ ଗରମ ପାଣିରେ ସିଝାଇ ଏହାର କିଛି ରେସିପି ହେଉଥିବା ଆପଣ କେବେ ଶୁଣିଛନ୍ତି କି? ସେମିତି ଏକ ରେସିପି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏକ ଫୁଡ୍ କଣ୍ଟେଣ୍ଟ କ୍ରିଏଟର ଏହି 'ଟେଷ୍ଟ ଦ ବେଷ୍ଟ' ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଏହି ରେସିପିକୁ ଆପଣ ମଧ୍ୟ ନିଜ ଘରେ ସ୍ନାକ୍ସ ଆଇଟମ୍ସ ଭାବେ ପ୍ରସ୍ତୁତ କରି ପରିବାରରେ ସମସ୍ତଙ୍କୁ ଖୁଆଇ ପାରିବେ ।

ଏହି ଭାଇରାଲ ରେସିପି ପାଇଁ ଆପଣଙ୍କୁ ଗୋଟେ ପ୍ୟାକେଟ କୁରକୁରୀ, ୩ଟି ବ୍ରେଡ, ଗୋଟେ ପିଆଜ, କଞ୍ଚା ଲଙ୍କା, ଗୋଟେ ଛୋଟ କପ୍ ମଇଦା, , ଧନିଆ ଗୁଣ୍ଡ , ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ନେବାକୁ ପଡିବ । ପ୍ରଥମେ ବ୍ରେଡ ଆଉ କୁରୁକୁରି ସହ କଟା ପିଆଜ ଆଉ କଞ୍ଚା ଲଙ୍କାକୁ କାଟି ଗରମ ପାଣିରେ ଫୁଟାଇବାକୁ ପଡିବ । ଏହା ଫୁଟି ଆସିବା ପରେ ଧିରେଧିରେ ଭାଙ୍ଗି ପରସ୍ପର ସହ ଲାଗିଯିବ । ଏଥିରେ କିଛି ମଇଦା , ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଆଉ ଗୋଲମରିଚ ଗୁଣ୍ଡ ଦେଇ ୨ ରୁ ୩ ମିନିଟ ଏପରି ଗୋଳାଇବେ । ପରେ ଏହା କାଢି ଗୋଲ ଗୋଲ ଆକାରର ଆକୃତି ଦେଇଦେବେ । ପରେ ସେହି କଡେଇରେ ତେଲ ଗରମ କରି ଏହାକୁ ସେହି ତେଲରେ ପକାଇ ଛାଣିଦେବେ । ପ୍ରସ୍ତୁତ ହୋଇଯିବ ବ୍ରେଡ କୁରୁକୁରେ ରେସିପି । ଗରମ ଗରମ ଟମାଟୋ ସସ୍ ସହ ଏହାକୁ ଖାଇ ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Have you ever tried boiled kurkure with bread recipe ? Try this at home | Argus News