Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି କି?

Lifestyle

କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି କି?

Rashmita Mishra
Browse all articles by Rashmita Mishra
·2 years ago·2 min read
କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି କି?

ଅର୍ଗସ ବ୍ୟୁରୋ: ଖରାଦିନରେ ସମସ୍ତଙ୍କୁ ଥଣ୍ଡା ଜିନିଷ ପିଇବା ଭଲାଗିଥାଏ । ଆଉ କୋଲ୍ଡ ଡିକ୍ସ ତ ସବୁ ରୁତୁ ପିଇଵାକୁ ଭଲ ଲାଗିଥାଏ । ତେଵେ କୋଲ୍ଡ ଡିକ୍ସଟି କେମିତି ଗରମ ହେଵ ନାହିଁ ସଠିକ ଭାଵରେ  ପିଇବେ ଜାଣନ୍ତୁ ।ନଚେତ୍ ଆପଣଙ୍କୁ ଡାକ୍ତରଖାନା ଯିବାକୁ ପଡିବ । 

ଗ୍ରୀଷ୍ମ  ରୁତୁରେ ଶରୀରକୁ ଥଣ୍ଡା ରଖିବା ପାଇଁ ଥଣ୍ଡା ପାନୀୟ ଖାଇବା ସାଧାରଣ କଥା । ବହୁ ସଂଖ୍ୟକ ଲୋକ ଥଣ୍ଡା  ପିଇ ଗରମରୁ ମୁକ୍ତି ପାଇଥନ୍ତି । ସବୁ ବୟସର ଲୋକମାନେ ଭଲ ଭାବରେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରନ୍ତି । ଏହାର ଥଣ୍ଡା  ହେତୁ ଏହି ପାନୀୟଗୁଡିକ ଲୋକଙ୍କୁ ବହୁତ ଆକର୍ଷିତ କରିଥାଏ କିନ୍ତୁ ଏହାକୁ ଅତ୍ୟଧିକ ପିଇବା ଅତ୍ୟନ୍ତ କ୍ଷତିକାରକ ମଧ୍ୟ ହୋଇଥାଏ । 

ଏହା ଆପଣଙ୍କ ପାଇଁ ଅଜବ ଲାଗୁଥାଇପାରେ କିନ୍ତୁ ଏହା ସତ ଯେ ଥଣ୍ଡା ପାନୀୟର ଅତ୍ୟଧିକ ବ୍ୟବହାର ଆପଣଙ୍କୁ ଅସୁସ୍ଥ କରିପାରେ । ବିଶେଷକରି ମଧୁମେହ ରୋଗୀମାନେ ଏହି ଜିନିଷଠାରୁ ସମ୍ପୂର୍ଣ୍ଣ ଦୂରରେ ରହିବା ଉଚିତ୍ ନଚେତ୍ ଚିନି ସ୍ତରରେ ହଠାତ୍ ଵଢିଯାଇଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ ରିପୋର୍ଟ ଅନୁଯାୟୀ ଥଣ୍ଡା ପାନୀୟର ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ସୋଡା ସହିତ ଶର୍କରା ପାନୀୟରେ ଥିବା ପୋଷକ ତତ୍ତ୍ୱର ପରିମାଣ ଅଳ୍ପ ଅଟେ । ଅଧିକାଂଶ କୋଲ୍ଡ ପାନୀୟରେ ଅଧିକ ପରିମାଣରେ ଚିନି ଏବଂ କ୍ୟାଲୋରୀ ଥାଏ । ଅତ୍ୟଧିକ ପରିମାଣରେ ଚିନି ଖାଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଚିନି ପାନୀୟଗୁଡିକ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ ।
ଅତ୍ୟଧିକ କ୍ୟାଲୋରୀ ଶରୀରର ଓଜନ ବଢାଇପାରେ ଏବଂ ଅନେକ ରୋଗର ଆଶଙ୍କା ବି ଥାଏ। ଅତ୍ୟଧିକ ମିଠା ପାନୀୟ ଖାଇବା ଦ୍ୱାରା ପେଟରେ ଚର୍ବି ଜମା ହୋଇପାରେ । ଥଣ୍ଡା ପାନୀୟରେ ପ୍ରଚୁର ଫ୍ରୁଟକୋଜ୍ ଥାଏ, ଯାହା ପେଟରେ ଚର୍ବି ଜମା ହୋଇପାରେ । ଏହାକୁ ଭିସେରାଲ୍ ଫ୍ୟାଟ୍ ବା ପେଟର ଚର୍ବି କୁହାଯାଏ । ପେଟର ଚର୍ବି ବୃଦ୍ଧି ମଧୁମେହ ଏବଂ ହୃଦରୋଗର ଆଶଙ୍କା ବଢିଇଥାଏ ।
 

Sponsored
health-consuming-too-much-cold-drinks-in-summer-bad-for-health-increase-liver-disease-risk-know | Argus News