Videos
|
Lifestyle

Health / ହୃଦ ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ କଣ?

Rashmita Mishra
Browse all articles by Rashmita Mishra
·10 months ago·2 min read
ହୃଦ ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ କଣ?

Key Points

ସୁସ୍ଥ ଶରୀର ପାଇଁ ସୁସ୍ଥ ହୃଦୟ ଜରୁରୀ
ହୃଦୟ ସୁସ୍ଥ ରହିଲେ ସୁସ୍ଥ ରହିବ ଜୀବନ
ହୃଦୟର ଯତ୍ନ ଆପଣଙ୍କୁ ଦେବ ଦୀର୍ଘ ଜୀବନ
ଦୁନିଆ ପାଳୁଛି ବିଶ୍ୱ ହୃଦୟ ଦିବସ

ସୁସ୍ଥ ହୃଦୟ ଆମକୁ ଦେଇଥାଏ ସୁସ୍ଥ ଜୀବନ । ଯଦି ହୃଦୟ ସଠିକ ଭାବେ କାମ କରିବ, ମଣିଷର ଜୀବନ ଦୀର୍ଘାୟୁ ଓ ସୁସ୍ଥ ରହିବ । କିନ୍ତୁ ବର୍ତ୍ତମାନର ଚାପଗ୍ରସ୍ତ ଜୀବନଶୈଳୀ, ବିଷାକ୍ତ ଜନିତ ଖାଦ୍ୟପାନୀୟ, ଓ ଶାରୀରିକ ପରିଶ୍ରମର ଅଭାବ, ଶରୀରକୁ ଆବଶ୍ୟକ ଆରାମ ଅଭାବ କାରଣରୁ ବଢିବାରେ ଲାଗିଛି ହୃଦରୋଗ ଜନିତ ସମସ୍ୟା । ହୃଦ ରୋଗ ଜନୀତ ସମସ୍ୟା ଓ ଏହାର ନିରାକଣ ସମ୍ପର୍କରେ ସଚେତନା ପାଇଁ ପ୍ରତିବର୍ଷ ୨୯ ସେପ୍ଟେମ୍ବରରେ ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ହୃଦୟ ଦିବସ ।

୧୯୯୯ ମସିହାରେ ୱାର୍ଲ୍ଡ ହାର୍ଟ ଫେଡେରେସନର ତତ୍କାଳୀନ ଅଧ୍ୟକ୍ଷ ଆଣ୍ଟୋନି ବେଜାସ ଡି ଲୁନା ଏହି ଦିବସ ପାଳନର ପରିକଳ୍ପନା କରିଥିଲେ । ୨୦୧୨ ମସିହାରୁ ବିଶ୍ୱ ହୃଦୟ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳନ ହେଉଛି । ଚଳିତ ବର୍ଷର ଥିମ ରହିଛି Don't Miss a Beat । ଯାହାର ଅର୍ଥ ହୃଦୟର ପ୍ରତି ଧଡକନ ଗୁରୁତ୍ୱପୂର୍ଣ୍ଣ କାହିଁକି ବଢୁଛି ହୃଦ ରୋଗ, ହୃଦ ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ କଣ? କଣ ଏହାର ନିରାକରଣ? ଜାଣନ୍ତୁ...

ତଥ୍ୟ କହୁଛି ସାରା ବିଶ୍ୱରେ ବଢିବାରେ ଲାଗିଛି ହୃଦ ରୋଗୀଙ୍କ ସଂଖ୍ୟା । ବିଶେଷ କରି ବିକାଶଶୀଳ ଦେଶରେ ଏହି ସଂଖ୍ୟା ବିଗତ କିଛି ବର୍ଷରେ ବଢିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଆକଳନ ଅନୁସାରେ ପ୍ରତିବର୍ଷ ୧୭.୯ ନିୟୁତରୁ ଅଧିକ ଲୋକ ସାରା ବିଶ୍ୱରେ CVD ବା କାର୍ଡିୟୋବାଇସକୁଲାରରେ ମୃତ୍ୟୁ ବରଣ କରୁଛନ୍ତି । ଏଥିରୁ ପ୍ରାୟ ୭୫ ପ୍ରତିଶତ ମୃତ୍ୟୁ କେବଳ ବିକାଶଶୀଳ ଦେଶରୁ ହେଉଛି ।

WHO ରିପୋର୍ଟ ଅନୁସାରେ ୨୦୧୯ ରେ ୧୮ ମିଲିୟନ ଲୋକଙ୍କ ହୃଦ ରୋଗରେ ପ୍ରାଣ ଯାଇଛି । ହୃଦ ରୋଗ ବୃଦ୍ଧି ଓ ମୃତ୍ୟୁ ଭାରତରେ ମଧ୍ୟ ଚିନ୍ତାଜନକ ଭାବେ ବଢିଚାଲିଛି । ସାରା ବିଶ୍ୱରେ ମୋଟ ମୃତ୍ୟୁର କେବଳ ଭାରତରୁ ୨୦ ପ୍ରତିଶତ ହେଉଛି । ପ୍ରାୟ ୯ କୋଟି ଭାରତୀୟ ଏବେ ହୃଦରୋଗରେ ପୀଡିତ ଥିବାବେଳେ ୧୦ ପ୍ରତିଶତ ରୋଗୀ ୨୫ ରୁ ୪୫ ବୟସ୍କ ରହିଛନ୍ତି । ଦେଶର ମହିଳା ମାନେ ମଧ୍ୟ ଏବେ ଦ୍ରୁତ ବେଗରେ ହୃଦ ରୋଗର ଶିକାର ହେଉଛନ୍ତି ।

ଚାପଗ୍ରସ୍ତ କାର୍ଯ୍ୟକ୍ଷେତ୍ର, ପରିବର୍ତ୍ତିତ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ପାନୀୟ, ଧୂମ୍ରପାନ, ମଦ୍ୟପାନ, ମାନସିକ ଚାପ, ନିଦ୍ରାହୀନତା, ଆବଶ୍ୟକ ପରିଶ୍ରମର ଅଭାବ ହୃଦ ରୋଗ ହେବାର ପ୍ରମୁଖ କାରଣ । ତେଣୁ ସମୟ ଆସିଛି, ସଚେତନ ହେବା, ହୃଦୟର ଭାଷା ବୁଝିବା ସୁସ୍ଥ ରହିବା ।


ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Health | What Causes Millions of Deaths from Heart Disease? | Argus News | Argus News