Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଵେ କେମିତି ?

Rashmita Mishra
Browse all articles by Rashmita Mishra
·2 years ago·2 min read
କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ  ରଖିଵେ କେମିତି ?

ଅର୍ଗସ ବ୍ୟୁରୋ:  ଶରୀରରେ  କୋଲେଷ୍ଟ୍ରଲ ର ମାତ୍ରା ଵଢିଲେ ଅନେକ ସମସ୍ୟା ଦେଖା ଦୋଇଥାଏ । କୋଲେଷ୍ଟ୍ରଲ ଶରୀରରେ ଏକ ପ୍ରକାର ଚର୍ବି ଯାହା ଯକୃତ ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହି କୋଲେଷ୍ଟ୍ରଲ କୋଷର ସ୍ନାୟୁ ଏବଂ ହରମୋନ୍ ତିଆରି କରିବାରେ ସାହାଯ୍ୟ କରେ । ଯେତେବେଳେ ଏହି କୋଲେଷ୍ଟ୍ରୋଲ୍ ପ୍ରୋଟିନ୍ ସହିତ ମିଶିଯାଏ ଏହା ଲିପୋପ୍ରୋଟେନ୍ ସୃଷ୍ଟି କରେ ଯାହା ରକ୍ତରେ ଚର୍ବି ତରଳିବାରେ ରୋକିଥାଏ। ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଥାଏ, ଗୋଟିଏ ଭଲ କୋଲେଷ୍ଟ୍ରଲ ଏବଂ ଅନ୍ୟଟି ଖରାପ କୋଲେଷ୍ଟ୍ରଲ । ଖରାପ କୋଲେଷ୍ଟ୍ରଲ୍ ବହୁତ ଷ୍ଟିକ୍ ଏବଂ ମୋଟା । ଏହା ପ୍ରଭାହିତ ରକ୍ତବ ଏବଂ ଧମନୀ ରାସ୍ତାରେ ଜମା ହୋଇଯାଏ । ଯେଉଁ କାରଣରୁ ରକ୍ତ ଅବରୋଧ ହୋଇପାରେ । ଏପରି ପରିସ୍ଥିତି ହୃଦୟ ଏବଂ ମସ୍ତିଷ୍କ ପାଇଁ ବିପଦଜନକ ହୋଇଥାଏ। 

ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିପାରିଵା ଯଦି ନିଜର ଖାଦ୍ୟ ଏବଂ କିଛି ଅଭ୍ୟାସ ଵଦଳାଇଵେ 

କୋଲେଷ୍ଟ୍ରଲ କମାଇବ ରସୁଣ :-
ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ରସୁଣ ଏକ ଭଲ ଉପାଦାନ ଵୋଲି କୁହାଯାଏ । ରସୁଣରେ ଏନଜାଇମ୍ ଥାଏ ଯାହାକି ଖରାପ କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଆପଣ ୨ଟି ଲବଙ୍ଗ ଓ ରସୁଣକୁ ପ୍ରତିଦିନ ଖାଆନ୍ତୁ ।  ଆଉ ମଧ୍ୟ କୁହାଯାଇଛି ଯେ ନିୟମିତ ରସୁଣ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ୯ ରୁ ୧୫ ପ୍ରତିଶତ ହ୍ରାସ ହୋଇପାରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଲେଷ୍ଟ୍ରଲ କମାଇବ ଆମଲା :-
ଆମଲା ପ୍ରତିଦିନ ଖାଇବା ସ୍ୱାସ୍ଥ୍ୟ ଵହୁର ଭଲ ହୋଇଥାଏ। ଆମଲାରେ  ଭିଟାମିନ୍ ସି ରେ ଭରପୂର ହୋଇ ରହିଛି ।  ଏହା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ ହୋଇଥାଏ ।  ୧ ଚାମଚ ଆମଲା ରସକୁ ଆଲୋ ଭେରା ରସ ସହିତ ମିଶାଇ ସକାଳେ ଖାଲି ପେଟରେ ପିଅନ୍ତୁ । ଏହାକୁ ନିୟମିତ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ ।ଅମଲାରେ  ସାଇଟ୍ରିକ୍ ଏସିଡ୍ ଥିଵାରୁ  କୋଲେଷ୍ଟ୍ରଲ୍ କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । 
 

Sponsored
high cholesterol very dangerous for heart reduce bad cholesterol | Argus News