Videos
|
Lifestyle

ଖଜୁରୀ କେମିତି ଖାଇଲେ କେଉଁ ରୋଗରୁ ମୁକ୍ତି ପାଇପାରିଵେ... ପଢନ୍ତୁ

Smruti Parija
Browse all articles by Smruti Parija
·2 years ago·2 min read
ଖଜୁରୀ କେମିତି ଖାଇଲେ କେଉଁ ରୋଗରୁ ମୁକ୍ତି ପାଇପାରିଵେ... ପଢନ୍ତୁ

ଅର୍ଗସ ବ୍ୟୁରୋ: ଅନେକ ରୋଗରୁ  ନିଜ ଶରୀରକୁ ରକ୍ଷା କରିଵା ପାଇଁ ପ୍ରଚୁର ପରିମାଣର ଫାଇଵରର  ଆଵଶ୍ୟକତା ରହିଛି । ଫାଇଵର କେଵଳ ହଜମ ଶକ୍ତିକୁ ଵଢାଏ ନାହିଁ ଵରଂ ଅନେକ ରୋଗରୁ ରକ୍ଷା କରିଵାରେ ସାହାଯ୍ୟ କରିଥାଏ। ଆଉ ଖଜୁରୀରେ ପ୍ରଚୁର ପରିମାଣର ଫାଇଵର ଭରପୂର ହୋଇ ରହିଛି ।

ଖଜୁରୀ କେମିତି ଖାଇଲେ କେଉଁ ରୋଗରୁ ମୁକ୍ତି ପାଇପାରିଵେ ପଢନ୍ତୁ...

ଏହି ୩ ପ୍ରକାରର ରୋଗ ପାଇଁ ଖଜୁରୀକୁ କ୍ଷୀରରେ  ଭିଜାଇ ଖାଇଲେ ଅତ୍ୟନ୍ତ ଲାଭଦାୟକ...

ଅର୍ଶ ରୋଗ ପାଇଁ ଖଜୁରୀ:-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଦି ଆପଣ ଅର୍ଶ ରୋଗୀ ତେଵେ ଖଜୁରୀକୁ କ୍ଷୀରରେ  ଖାଇଵା ନିହାତି ଆଵଶ୍ୟକ । ଯେତେଵେଳେ  ଆପଣ ଏହାକୁ କ୍ଷୀରରେ ସିଜାଇ ଖାଆନ୍ତି , ଏହାର ଫଇଵରର ପରିମାଣ ଦୁଇଗୁଣ ଵଢିଯାଏ ଫଳରେ ମଳ ପରିଷ୍କାର ହେଵା ଦ୍ଵାରା କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ । ଏହି ଭଳି ଉପାୟରେ ଖଜୁରୀ ଖାଇଵା ଦ୍ଵାରା ଅର୍ଶ ରୋଗର ଲକ୍ଷ୍ୟଣ କମ୍ ହୋଇଥାଏ । 

ମୋଟାପା ରୋଗୀ ଖଜୁରୀ କେମିତି ଖାଇବେ:-

 ମୋଟାପଣ କମାଇଵା ପାଇଁ ଶରୀରରେ ଚର୍ଵିର ପରିମାଣ କମିଵା ନିହାତି ଆଵଶ୍ୟକ । ପେଟରେ ମେଟାଵୋଲିକ ହାର ଵଢିଵା ଦ୍ଵାରା  ଆପଣଙ୍କର ଖାଇଵା ହଜମ ହୋଇନଥାଏ ଏଵଂ ତା ପରେ ମୋଟାପଣ ସମସ୍ୟା ଵଢିଵାରେ ଲାଗିଥାଏ । ତେଣୁ  ମୋଟାପଣ କମାଇଵା ପାଇଁ ଆପଣ ରାତିରେ କ୍ଷୀରରେ ଖଜୁରୀ ଭିଜାଇ ସକାଳ ଖାଇଵା ଉଚିତ୍। ଏପରି ଖାଇଵା ଦ୍ଵାରା ଏହା ସ୍କ୍ରଵ୍ ଭଳି କାମ କରେ । ଶରୀରରେ ଜମା ହୋଇଥିଵା ଚର୍ଵିକୁ ହ୍ରାସ କରିଵାରେ ସାହାଯ୍ୟ କରେ ।

ଉଚ୍ଚ କୋଲେଷ୍ଟ୍ରଲ ପାଇଁ ଖଜୁରୀ :-

ଖଜୁରୀ ସେବନ କରିବା ଦ୍ୱାରା ଉଚ୍ଚ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇପାରିବ । କ୍ଷୀର ସହିତ ଖଜୁରୀ ଖାଇଲେ ଧମନୀ ସୁସ୍ଥ ରହେ । ଏହା କୋଲେଷ୍ଟ୍ରଲ ହ୍ରାସ କରେ, ଧମନୀକୁ ସଫା କରେ ଏଵଂ ଭଲରେ ରକ୍ତ ସଚାଂଳନ କରାଏ । ଏହା ଵ୍ୟତୀତ ହୃଦୟକୁ ସୁସ୍ଥ ରଖିଵାରେ ମଧ୍ୟ ସହାୟକ ହୋଇଥାଏ । 
 

high-fiber-dry-fruits-dates-with-milk-benefits-for-piles-obesity-heart-health | Argus News