Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Food History / ବିରିୟାନୀ କେବେ, କେଉଁଠୁ ଆଉ କେମିତି ଆସିଲା ? ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·7 months ago·2 min read
ବିରିୟାନୀ କେବେ, କେଉଁଠୁ ଆଉ କେମିତି ଆସିଲା ? ଜାଣନ୍ତୁ...
Food History

Key Points

ଭାରତକୁ ବିରିୟାନୀ ଆସିଲା କେମିତି ?
ବିରିୟାନୀ କେବେ, କେଉଁଠୁ ଆଉ କେମିତି ଆସିଲା ? ଜାଣନ୍ତୁ...

ଭାରତୀୟମାନେ କେବଳ ଖାଦ୍ୟ ପ୍ରସ୍ତୁତ କରିବାରେ ଓ ଖାଦ୍ୟ ଖାଇବାରେ ମଧ୍ୟ ବହୁତ ଆଗୁଆ । ଖାସ୍ କରି ଆମ ଓଡ଼ିଆଙ୍କର ଖାଇବାର ପସନ୍ଦ ଖୁବ୍ ଆଲଗା, ଆଉ ଭାରତରେ ଖାଦ୍ୟ କଥା ଆସିଲେ ପ୍ରଥମେ ଉଠେ ବିରିୟାନୀ କଥା । କାରଣ ଏହା ଭାରତର ଏକ ଖୁବ ଲୋକପ୍ରିୟ ଡ଼ିସ୍ । ଏହା ଏତେ ଲୋକପ୍ରିୟ ହେବାର ଆଉ ଏକ କାରଣ ହେଉଛି ଏହା ଉଭୟ ଭେଜ ଏବଂ ନନଭେଜ ଉପାୟରେ ମଧ୍ୟ ତିଆରି ହୋଇପାରିବ ।

କିନ୍ତୁ ଯଦି କାହାକୁ ଏହାର ଇତିହାସ ବିଷୟରେ ପଚରାଯାଏ, ଖୁବ୍ କମ୍ ଲୋକ ଏହା ବିଷୟରେ ଜାଣିନଥିବେ । ତେବେ ଆଜି ବିରିୟାନୀର ଇତିହାସ ଏବଂ ଭାରତ ଆସିବା ପର୍ଯ୍ୟନ୍ତ ଏହାର ଯାତ୍ରା ବିଷୟରେ ଜଣିବା । ବିରିୟାନୀ ଭାରତର ପ୍ରତ୍ୟକ ସ୍ଥାନରେ ବହୁତ ଆନନ୍ଦରେ ଖିଆଯାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଏକ ଭାରତୀୟ ଡ଼ିସ୍ ନୁହେଁ । ବାସ୍ତବରେ, ବିରିୟାନି ପର୍ସିଆ ମାଧ୍ୟମରେ ସାରା ବିଶ୍ୱରେ ବ୍ୟାପିଛି ।

ଏହା ପାର୍ସୀ ଶବ୍ଦ ‘ବିରିୟାନୀ’ ରୁ ଉତ୍ପନ୍ନ ଯାହାର ଅର୍ଥ ହେଉଛି ‘ରାନ୍ଧିବା ପୂର୍ବରୁ ଫ୍ରାଏ କରିବା’ ଏବଂ ‘ବିରିଞ୍ଜ୍’ ଯାହାର ଅର୍ଥ ଚାଉଳ । ବିରିୟାନୀ ସହିତ ଜଡିତ ଅନେକ କାହାଣୀ ପ୍ରସିଦ୍ଧ ରହିଛି । କୁହାଯାଏ ଯେ ମୋଗଲମାନେ ଏହାକୁ ଭାରତକୁ ଆଣିଥିଲେ । ସମୟ ସହିତ, ମୋଗଲ ରୋଷେୟାମାନେ ଏହାକୁ ଏକ ଭଲ ଡ଼ିସରେ ପରିଣତ କଲେ । ଅନ୍ୟ ଏକ କାହାଣୀ ଅନୁଯାୟୀ, ବିରିୟାନୀ ମୋଗଲ ସମ୍ରାଟ ଶାହାଜାହାନଙ୍କ ପତ୍ନୀ ମମତାଜ ମହଲଙ୍କ ଦ୍ୱାରା ଉତ୍ପନ୍ନ ହୋଇଥିଲା ।

କୁହାଯାଏ ଯେ ଦିନେ ବେଗମ୍ ନିଜ ସେନାମଣ୍ଡଳୀକୁ ଯାଇ ଅନେକ ଦୁର୍ବଳ ସୈନିକଙ୍କୁ ଦେଖିଥିଲେ । ସେ ସୈନିକମାନଙ୍କ ଅବସ୍ଥା ଦେଖି ସେ ରୋଷେୟାଙ୍କୁ ସୈନିକମାନଙ୍କୁ ସନ୍ତୁଳିତ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଲେ । ଏଥିପାଇଁ ବେଗମ୍ ମମତାଜ୍ ରୋଷେଇମାନଙ୍କୁ ଚାଉଳ ଏବଂ ମାଂସର ଏପରି ମିଶ୍ରଣ ପ୍ରସ୍ତୁତ କରିବାକୁ କହିଥିଲେ ଯାହା ସୈନିକମାନଙ୍କୁ ଶକ୍ତି ଏବଂ ପୂର୍ତ୍ତି ଯୋଗାଇବ । ଏହା ପରେ ବିରିୟାନୀ ଅନେକ ପ୍ରକାରର ମସଲା, କେସର ଆଦିର ମିଶ୍ରଣରେ ପ୍ରସ୍ତୁତ ହେଲା ।

ଆହୁରି ମଧ୍ୟ କୁହାଯାଏ ଯେ ପ୍ରାୟ ୧୩୯୮ ମସିହାରେ ତୁର୍କ-ମୋଙ୍ଗୋଲର ବିଜେତା ତୈମୁର ଭାରତକୁ ବିରିୟାନୀ ଆଣିଥିଲେ । ଲକ୍ଷ୍ନୌ ଏବଂ ହାଇଦ୍ରାବାଦର ନିଜାମଙ୍କ ମଧ୍ୟରେ ବିରିୟାନୀ ବହୁତ ଲୋକପ୍ରିୟ ଥିଲା । ବିରିୟାନୀ ମୋଗଲ ସମ୍ରାଟଙ୍କ ରାଜକୀୟ ଖାଦ୍ୟର ଏକ ଅଂଶ । ମୁଗଲାଇ ବିରିୟାନୀରେ ମସଲାଯୁକ୍ତ ମାଂସ ସହିତ ଚାଉଳ ଏବଂ କେୱଡାର ସୁଗନ୍ଧ ବ୍ୟବହାର କରାଯାଉଥିଲା, ଯାହାର ବାସ୍ନାରେ ହିଁ ଆପଣଙ୍କ ପାଟିରେ ଲାଳ ଆସିଯିବ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Food History | When, Where, and How Did Biryani Originate? Find Out | Argus News