Videos
|
Lifestyle

ସାବଧାନର ସହ ହୋଲି ଖେଳନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·2 min read
ସାବଧାନର ସହ ହୋଲି ଖେଳନ୍ତୁ

ଅର୍ଗସ ବ୍ୟୁରୋ:ହୋଲି । ରଙ୍ଗର ପର୍ବ, ଖୁସିର ପର୍ବ । ପିଲାଠୁ ବୁଢାଯାଏଁ ସମସ୍ତେ ହୋଲିରେ ରଙ୍ଗ ଖେଳିବାକୁ ବେଶ ପସନ୍ଦ କରନ୍ତି । ବିଭିନ୍ନ ରଙ୍ଗର ରଙ୍ଗ ବୋଳାବୋଳି ହୋଇ ମିଠା ଖାଇ ଆନନ୍ଦ ପାଆନ୍ତି । ଏବଂ ଏହି ହୋଲିର ରଙ୍ଗ ତିଆରି କରିବା ପାଇଁ ବିଭିନ୍ନ ପ୍ରକାର ଓୈଷଧୀୟ ଫୁଲ ଯେମିତିକି ଟିସୁଫୁଲ ଆଦି ବ୍ୟବହାର କରାଯାଏ । କିନ୍ତୁ ବର୍ତ୍ତମାନ ଏପରି ବିଷାକ୍ତ କେମିକାଲ ଏହି ହୋଲି ରଙ୍ଗରେ ମିଶାଯାଉଛି ଯାହା ଆପଣଙ୍କ କଳ୍ପନା ବାହାରେ । 

ହୋଲି ଖେଳିବା ଯେତେ ଆନନ୍ଦଦାୟକ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ତା ଠାରୁ ଆହୁରି ଗୁରୁତ୍ବପୂର୍ଣ୍ଣ । ତେଣୁ କିପରି ସାବଧାନର ସହ ହୋଲି ଖେଳିବେ ଏବଂ ନିଜ ସ୍ବାସ୍ଥ୍ୟପ୍ରତି କିପରି ଯତନ୍ବାନ ହେବେ ଆସନ୍ତୁ ଜାଣିବେ । 

ତେଣୁ ହୋଲି ପର୍ବରେ କେଉଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜିନିଷଗୁଡିକ ଧ୍ୟାନରେ ରଖିବା ଜରୁରୀ ତାହା ଆସନ୍ତୁ ଜାଣିବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତୁ ଜାଣିବା ସେଦିନ କିପରି ଖେଳିବେ ହୋଲି

ଆଜିକାଲିର ରଙ୍ଗରେ ଅନେକ ପ୍ରକାରର କେମିକାଲର ମିଶ୍ରଣ ଯାହା ଆମ ଶରୀର ପାଇଁ କ୍ଷତିକାରକ। ଏହି ଗୁଡିକ ଆପଣଙ୍କ ଶ୍ବାସକ୍ରିୟା ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ। ହୋଲି ଖେଳିବା ସମୟରେ ଅଧିକାଂଶ ଲୋକ ଥଣ୍ଡା ଏବଂ କାଶର ଶିକାର ହୁଅନ୍ତି ।ଯାହା ଚର୍ମ ପାଇଁ ମଧ୍ୟ କ୍ଷତିକାରକ 

ଏହି ଜିନିଷଗୁଡିକ ଧ୍ୟନ ରଖନ୍ତୁ :-

  • ପ୍ରଥମେ ଅତ୍ୟଧିକ ରଙ୍ଗୀନ ଏବଂ ଉଜ୍ଜ୍ୱଳ ରଙ୍ଗ କିଣିବା ଠାରୁ ଦୂରେଇ ରୁହନ୍ତୁ । ଏଥିରେ ଅଧିକ ପରିମାଣରେ କେମିକାଲ ମିଶିଥାଏ । 
  • ଫୁଲ ଏବଂ ହଳଦୀରୁ ଵନାଯାଇଥିଵା ପ୍ରାକୃତିକ ରଙ୍ଗ କିଣନ୍ତୁ ଯଦି ଆପଣ ଆଜ୍‌ମା ରୋଗୀ ତେବେ କେବଳ ଅଭିର ଖେଳନ୍ତୁ କିମ୍ବା ଖେଳିବା ସମୟରେ ଏକ ମାସ୍କ ପିନ୍ଧନ୍ତୁ ।
  • ନାକ ଏବଂ ପାଟି ଦେଇ ରଙ୍ଗ ଭିତରକୁ ନଯାଉ ସେଥି ପ୍ରତି ଧ୍ୟାନ ଦିଅନ୍ତୁ । 
  • ହୋଲି ଉତ୍ସବ ସମୟରେ ଘର ଭିତରେ ଭେଣ୍ଟିଲେସନ୍ ନିଶ୍ଚିତ କରନ୍ତୁ ଯାହା ବାୟୁ ପ୍ରଦୂଷଣକୁ କମ୍ କରିଥାଏ ଏବଂ ରଙ୍ଗର କ୍ଷତି କମ୍ କରିଥାଏ 
  •  ମଦ୍ୟପାନ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
  • ହୋଲିକା ଦହନ ସମୟରେ ଛୋଟ ପିଲା ଏବଂ ଘରର ବୟସ୍କମାନଙ୍କୁ ଦୂରରେ ରଖନ୍ତୁ ଯାହା ଦ୍ଵାରା ସେମାନେ ଷୁରକ୍ଷତ ରହିଵେ । 
  • ତେଣୁ ହୋଲି ସମୟରେ ଆପଣ ଏହି ସବୁ ଜିନିଷକୁ ଧ୍ୟାନରେ ରଖିବା ଉଚିତ ଯାହା ଦ୍ଵାରା ଏହି ସମସ୍ୟାର ଦୂରରେ ରହିପାରିଵେ ।
  • ଭଲ ପ୍ରାକୃତିକ ରଙ୍ଗ କିଣନ୍ତୁ ।
Holi colors | Argus News