Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Health Tips / ହୋଲି ପରେ ହ୍ୟାଙ୍ଗଓଭର ଲାଗୁଛି କି ? ଆପଣାନ୍ତୁ ଏହି ୫ ଘରୋଇ ଉପଚାର

Rashmita Mishra
Browse all articles by Rashmita Mishra
·4 months ago·2 min read
ହୋଲି ପରେ ହ୍ୟାଙ୍ଗଓଭର ଲାଗୁଛି କି ? ଆପଣାନ୍ତୁ ଏହି ୫ ଘରୋଇ ଉପଚାର
Health Tips

Key Points

ନିଶା ଛଡ଼ାଇବ ଏହି ସବୁ ଜିନିଷ ।
ହୋଲି ପରେ ହ୍ୟାଙ୍ଗଓଭରରୁ ଲାଗୁଛି କି ?
ଆପଣାନ୍ତୁ ଏହି ୫ ଘରୋଇ ଉପଚାର କରନ୍ତୁ

ହୋଲି ହେଉଛି ରଙ୍ଗର ପର୍ବ... ସାଙ୍ଗମାନଙ୍କ ସହ ମିଳିମିଶି ଖାଇବା, ପିଇବା ତା' ସହ ନାଚ ଗୀତ କରି ଢେର୍ ସାରା ମଜା ମସ୍ତି କରାଯାଏ । କିନ୍ତୁ କେତେକ ସମୟରେ ଏହି ସବୁ ମଜା ମସ୍ତି ପରଦିନ କ୍ଷତିକାରକ ହୋଇଥାଏ । ବିଳମ୍ବିତ ରାତିର ଯାଏଁ ପାର୍ଟି, ମଦ୍ୟପାନ କିମ୍ବା ଗଞ୍ଜେଇ, ଭାଙ୍ଗ ଖାଇବା ଏବଂ ଅନିୟମିତ ଖାଦ୍ୟ ଅଭ୍ୟାସ ପରଦିନ ସକାଳେ ଶରୀରକୁ ଥକ୍କା ଅନୁଭବ କରାଇଥାଏ ।

ମୁଣ୍ଡବିନ୍ଧା, ବାନ୍ତି, ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା ଏବଂ ଆଳସ୍ୟ ଭଳି ଲକ୍ଷଣଗୁଡ଼ିକ ହ୍ୟାଙ୍ଗଓଭରର ଲକ୍ଷଣ । ଡାକ୍ତରଙ୍କ ମତରେ, ଏହା ମୁଖ୍ୟତଃ ଶରୀରରେ ପାଣି ଏବଂ ଆବଶ୍ୟକୀୟ ମିନିରାଲ୍ସ ଅଭାବ ଯୋଗୁଁ ହୋଇଥାଏ । ଏପରି ପରିସ୍ଥିତିରେ, ଆପଣ କିଛି ସରଳ ଘରୋଇ ଉପଚାର ଗ୍ରହଣ କରି ଶୀଘ୍ର ଆରାମ ପାଇପାରିବେ ।

ଶରୀରକୁ ହାଇଡ୍ରେଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ଯେତେବେଳେ ଆପଣଙ୍କର ହ୍ୟାଙ୍ଗଓଭର ହୁଏ, ପ୍ରଥମେ ଆପଣଙ୍କୁ ଶରୀରର ଜଳୀୟ ଅଂଶକୁ ପୂରଣ କରିବାକୁ ପଡ଼ିବ । ଦିନସାରା ଅଳ୍ପ ଅଳ୍ପ ପାଣି ପିଅନ୍ତୁ । ନଡ଼ିଆ ପାଣି ମଧ୍ୟ ବହୁତ ଲାଭଦାୟକ ହୋଇଥାଏ, କାରଣ ଏଥିରେ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ସ ରହିଛି ଯାହା ଶରୀରକୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରେ । ଆବଶ୍ୟକ ହେଲେ, ORS ମଧ୍ୟ ପିଇପାରିବେ ।

ଲେମ୍ବୁ ପାଣି
ହ୍ୟାଙ୍ଗଓଭର ପାଇଁ ଉଷୁମ ପାଣିରେ ଲେମ୍ଵୁ ମିଶାଇ ପିଇବା ବହୁତ ବହୁତ ଭଲ ହୋଇଥାଏ । ଲେମ୍ବୁରେ ଥିବା ଭିଟାମିନ୍ ସି ଶରୀରକୁ ସତେଜ କରିଥାଏ ତା'ସହ ମୁଣ୍ଡବିନ୍ଧା ଏବଂ ବାନ୍ତି କମ୍ କରିବାରେ ସାହାଯ୍ୟ କରିଥାଏ । ସକାଳେ ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ମଧ୍ୟ ହଜମ ଶକ୍ତି ଉନ୍ନତ ହୋଇଥାଏ ।

ହାଲୁକା ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ
ହ୍ୟାଙ୍ଗଓଭର ସମୟରେ ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟ କ୍ଷତିକାରକ ହୋଇପାରେ । ଏହା ଏସିଡିଟି ଏବଂ ପେଟ ସମସ୍ୟାକୁ ବଢ଼ାଇପାରେ । ତେଣୁ, ଖିଚୁଡ଼ି, ଦଲିଆ, ସୁପ୍, କିମ୍ବା ସିଝା ପନିପରିବା ଭଳି ହାଲୁକା ଖାଦ୍ୟ ଖାଆନ୍ତୁ । ଦହି ମଧ୍ୟ ଖାଇପାରିବେ ଯାହା ପେଟକୁ ଥଣ୍ଡା କରିବାରେ ସାହାଯ୍ୟ କରେ ।

ଫଳ
ଫଳ ତୁରନ୍ତ ଶକ୍ତି ଯୋଗାଇଥାଏ । ବିଶେଷ ଭାବରେ କଦଳୀ ଲାଭଦାୟକ ହୋଇଥାଏ କାରଣ ଏଥିରେ ପୋଟାସିୟମ୍ ଥାଏ, ଯାହା ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ଫେରାଇ ଆଣିବାରେ ସାହାଯ୍ୟ କରେ । ଅମୃତଭଣ୍ଡା ଏବଂ ଅନ୍ୟାନ୍ୟ ସତେଜ ଫଳ ମଧ୍ୟ ଦୁର୍ବଳତା ଦୂର କରିବାରେ ସାହାଯ୍ୟ କରେ ।

ହର୍ବାଲ୍ ଚା ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତୁ
ତୁଳସୀ, ପୁଦିନା ଏବଂ ପାନମହୁରିରୁ ତିଆରି ହର୍ବାଲ୍ ଚା ହ୍ୟାଙ୍ଗଓଭରରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ଏହା ଶରୀରକୁ ଥଣ୍ଡା କରେ, ମୁଣ୍ଡବିନ୍ଧା କମ୍ କରେ ଏବଂ ହଜମ ଶକ୍ତିକୁ ଉନ୍ନତ କରେ । ଏହାକୁ ତିଆରି କରିବା ପାଇଁ, ଏହି ଉପାଦାନଗୁଡ଼ିକୁ ପାଣିରେ ଫୁଟାନ୍ତୁ, ଛାଣି ଗରମ ଗରମ ପିଅନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Tips | Hangover After Holi? Try These 5 Easy Home Remedies | Argus News