Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Health Tips / ଏହି ଘରୋଇ ଜିନିଷ ଅପଣାନ୍ତୁ ଫଟା ଓଠରୁ ମୁକ୍ତି ମିଳିବ

Rashmita Mishra
Browse all articles by Rashmita Mishra
·8 months ago·2 min read
ଏହି ଘରୋଇ ଜିନିଷ ଅପଣାନ୍ତୁ ଫଟା ଓଠରୁ ମୁକ୍ତି ମିଳିବ

Key Points

ଶୀତ ଋତୁରେ ଓଠ ଫାଟିବା ଏକ ବଡ଼ ସମସ୍ୟା । ଶୀତ ଆରମ୍ଭ ହେବା ସହିତ ଲୋକେ ପ୍ରତିଦିନ ଅନେକ ଚର୍ମ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଶୀତ ଦିନରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି ଓଠ ଫାଟିବା, କଳା ପଡ଼ିଯିବା ଏବଂ ଶୁଖିଲା ହୋଇଯାଏ ।

ଶୀତ ଋତୁରେ ଓଠ ଫାଟିବା ଏକ ବଡ଼ ସମସ୍ୟା । ଶୀତ ଆରମ୍ଭ ହେବା ସହିତ ଲୋକେ ପ୍ରତିଦିନ ଅନେକ ଚର୍ମ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଶୀତ ଦିନରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି ଓଠ ଫାଟିବା, କଳା ପଡ଼ିଯିବା ଏବଂ ଶୁଖିଲା ହୋଇଯିବା‌ । ଶୀତ ଋତୁରେ ବୋହୁଥିବା ଥଣ୍ଡା ପବନ ଚର୍ମର ଆର୍ଦ୍ରତା କମ୍ କରିଥାଏ, ଯାହା ଫଳରେ ଚର୍ମ ଶୁଖିଲା ହୋଇଯାଏ । ଏହି ଶୁଷ୍କତା ବେଳେବେଳେ ଓଠକୁ କଳା ମଧ୍ୟ କରିଦିଏ । ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ଲୋକେ ବଜାରରେ ମିଳୁଥିବା ଦାମୀ ପ୍ରଡକ୍ଟ ବ୍ୟବହାର କରନ୍ତି, ଯାହାକୁ କିଣିବା ସମସ୍ତଙ୍କ ପାଇଁ ସହଜ ହୋଇନଥାଏ । ଏଭଳି କ୍ଷେତ୍ରରେ ଆପଣ କିଛି ଘରୋଇ ଟିପ୍ସ୍ ଆପଣାଇପାରିବେ ଯାହା ଦ୍ଵାରା ଓଠ ଫାଟିବା ସମସ୍ୟାରରୁ ମୁକ୍ତି ପାଇପାରିବେ ।

ଶୁଖିଲା ଏବଂ ଫାଟିଥିବା ଓଠରୁ ମୁକ୍ତି ପାଇବା ପାଇଁ, ଅଧିକାଂଶ ଲୋକ ବଜାରରେ ଉପଲବ୍ଧ ମଏଶ୍ଚରାଇଜର, ଲୋସନ୍ କିମ୍ବା ପେଟ୍ରୋଲିୟମ୍ ଜେଲି ବ୍ୟବହାର କରନ୍ତି। ହେଲେ ଏହି ଉତ୍ପାଦଗୁଡ଼ିକରେ ଥିବା ରାସାୟନିକ ପଦାର୍ଥଗୁଡ଼ିକ ଅଧିକ ସମୟ ଲାଭ ଦିଏ ନାହିଁ  ଯାହାଦ୍ଵାରା ଓଠ ଅଧିକ ଫାଟିଥାଏ । ଏପରି ପରିସ୍ଥିତିରେ, ଘରୋଇ ଉପଚାର ସବୁଠାରୁ ପ୍ରଭାବଶାଳୀ ପ୍ରମାଣିତ ହୁଏ । ତେଣୁ, ଘରେ କିପରି ଆପଣ ଲିପ୍ ବାମ୍ ତିଆରି କରିପାରିବେ ଜାଣନ୍ତୁ... 

ଏଥିସହ ପଢ଼ନ୍ତୁ: ଶୀତଦିନ ପାଦ ଥଣ୍ଡା ରହିଲେ ଏହି ରୋଗର ସଙ୍କେତ 

ଘରେ ଲିପ୍‌ବାମ୍ ତିଆରି କରିବା ପାଇଁ ପ୍ରଥମେ ବିଟ୍ ରୁଟକୁ ଭଲ ଭାବରେ ଛୋଟ ଛୋଟ କରି କାଟି ନିଅନ୍ତୁ । ତାପରେ ସେଥିରେ ଗୋଲାପ ଜଳ ଏବଂ ଗୋଲାପ ଫୁଲର ପାଖୁଡା ମିଶାଇ ଗ୍ରାଇଣ୍ଡ କରନ୍ତୁ । ଏହି ମିଶ୍ରଣକୁ ଏକ କପଡ଼ାରେ ରଖି ଛାଣିନେବା ପରେ ସେଥିରେ ନଡ଼ିଆ ତେଲ ଏବଂ ବାଦାମ ତେଲ ଭଲ ଭାବରେ ମିଶାନ୍ତୁ।

ତାପରେ, ସେହି ମିଶ୍ରଣରେ ଆଲୋଭେରା ଜେଲ ଏବଂ ପେଟ୍ରୋଲିୟମ୍ ଜେଲି ମିଶାନ୍ତୁ । ଏହି ପେଷ୍ଟକୁ କିଛି ସମୟ ପାଇଁ ମାଇକ୍ରୋୱେଭ୍ କରନ୍ତୁ । ଯଦି ଆପଣଙ୍କର ମାଇକ୍ରୋୱେଭ୍ ନାହିଁ, ତେବେ ଆପଣ ଏକ ପାତ୍ରରେ ପାଣି ଗରମ କରି ସେଥିରେ ମିଶ୍ରଣ ଥିବା ପାତ୍ର ରଖିପାରିବେ। ଆପଣଙ୍କର ଲିପ୍ ବାମ୍ ଏବେ ପ୍ରସ୍ତୁତ । ଆପଣ ଏହାକୁ ଏକ କାଚ ପାତ୍ର କିମ୍ବା ବୋତଲରେ ରଖି ବ୍ୟବହାର କରିପାରିବେ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Tips | Effective Home Remedies to Get Rid of Chapped Lips Naturally | Argus News