Hot Water Bath / ଗରମ ପାଣିରେ ଗାଧୋଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ନହେଲେ ହେବ ଏହି ରୋଗ

Key Points
ସାବଧାନ ହୋଇଯାଆନ୍ତୁ ନହେଲେ ହେବ ଏହି ରୋଗ
ଶୀତଦିନ ଆସିଲେ ଗରମ ପାଣିରେ ଗାଧୋଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଥଣ୍ଡା ପାଣିରୁ ମୁକ୍ତି ପାଇବା ପାଇଁ ଗରମ ପାଣି ଆମକୁ ଆରାମ ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି, ଯେଉଁ ଗରମ ପାଣି ଆପଣଙ୍କୁ ଶୀତରୁ ଆଶ୍ୱସ୍ତି ଦେଉଛି, ତାହା ଧୀରେ ଧୀରେ ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ? ଅଧିକ ଗରମ ପାଣିରେ ଗାଧୋଇବା ଦ୍ୱାରା ଚର୍ମର ପ୍ରାକୃତିକ ଆର୍ଦ୍ରତା ନଷ୍ଟ ହେବା ସହ କୁଣ୍ଡେଇ ହେବା, ଶୁଷ୍କତା ଭଳି ସମସ୍ୟା ଦେଖାଦେଇପାରେ ।
ବିଶେଷ କରି କିଛି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ସମସ୍ୟା ସୃଷ୍ଟି କରିପାରେ । ତେବେ ଶୀତରୁ ରକ୍ଷା ପାଇବାକୁ ଗରମ ପାଣିରେ ଗାଧୋଉଥିଲେ ସାବଧାନ । କେଉଁମାନେ ଅଧିକ ଗରମ ପାଣିଠାରୁ ଦୂରେଇ ରହିବା ଉଚିତ୍ ଏବଂ ଏହା ଶରୀର ଉପରେ କି ପ୍ରଭାବ ପକାଏ, ଆସନ୍ତୁ ଜାଣିବା ।
ଶୀତଦିନ ଆରମ୍ଭ ହୋଇଗଲାଣି । ଲୋକମାନେ ପ୍ରାୟତଃ ଶୀତଦିନେ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଗରମ ପାଣିରେ ଗାଧୋଇବା ଦ୍ବାରେ ଚର୍ମ ଉପରେ କଣ ପ୍ରଭାବ ପଡିଥାଏ ତାହା ବହୁତ କମ ଲୋକଙ୍କୁ ଜଣା । ତେବେ ଚାଲନ୍ତୁ ଜାଣବା ଗରମ ପାଣିର କଣ ରହିଛି କୁପ୍ରଭାବ ।
ନିୟମିତ ଭାବରେ ଗରମ ପାଣିରେ ଗାଧୋଇବା ଦ୍ବାରା ରକ୍ତ ସଞ୍ଚାଳନ ଭଲ ହୁଏ ଏବଂ ହାଡ ମଜଭୁତ ରହେ । କିନ୍ତୁ ଅନେକ ସମସ୍ୟା ମଧ୍ୟ ହୋଇପାରେ । ଗରମ ପାଣି ଚର୍ମରେ ପ୍ରବେଶ କରି ଆର୍ଦ୍ରତାକୁ କମାଇଦିଏ ଏବଂ ସ୍କିନ ଡ୍ରାଏ କରିଦିଏ ଯେଉଁ କାରଣରୁ କୁଣ୍ଡେଇ ହୋଇଥାଏ ସେଥିପାଇଁ ଚର୍ମ ସମସ୍ୟା ଦେଖାଦେଇଥାଏ । କିଛି ଲୋକଙ୍କ ପାଇଁ ଏହା ବ୍ୟବହାର ଉପଯୋଗୀ ହୋଇପାରେ କିନ୍ତୁ ଅନ୍ୟ କେତେକ ଲୋକଙ୍କ ପାଇଁ ଏହା ବହୁତ ବଡ ବିପଦ ଆଣିପାରେ ।
ଏକଜେମା ପାଇଁ ଅସୁବିଧା:- ଗରମ ପାଣିରେ ଗାଧୋଇବା ଦ୍ବାରା ଏକଜେମା ହୋଇଥାଏ। ବାସ୍ତବରେ, ଗରମ ପାଣି ମାଂସ କୋଷଗୁଡ଼ିକୁ ଟ୍ରିଗର କରିପାରେ ଯେଉଁଥିରେ ହିଷ୍ଟାମାଇନ୍ ଥାଏ ଏବଂ ଚର୍ମର ଓଦା ଅଂଶକୁ ଶୋଷିନିଏ। ଯାହାଦ୍ବାରା ସ୍କିନ କୁଞ୍ଚା କୁଞ୍ଚା ହୋଇଯାଏ। ସେଥିପାଇଁ ଅଧିକ କୁଣ୍ଡେଇ ହୋଇଥାଏ ।
ସୋରିୟାସିସ୍ ସମସ୍ୟାରେ ଅସୁବିଧା:- ଯଦି ଆପଣଙ୍କର ସୋରିଆସିସ୍ ଅଛି ତେବେ ଗରମ ପାଣିକୁ ସମ୍ପୂର୍ଣ୍ଣ ଆଭଏଡ କରନ୍ତୁ ଏହାଦ୍ବାରା ସୋରିୟାସିସ୍ ସମସ୍ୟା ବଢିଥାଏ। ଗରମ ପାଣି ଚର୍ମକୁ ଶୁଖାଇଥାଏ ଏବଂ ଗରମ ସୃଷ୍ଟି କରିଥାଏ । ଏହା ଚର୍ମର ବାହ୍ୟ ସ୍ତରରେ ଉପସ୍ଥିତ ଥିବା କିରାଟିନ୍ କୋଷଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଏ । ଏହି କାରଣରୁ, ଏହା ଚର୍ମକୁ ଶୁଷ୍କ କରିଥାଏ ଯେଉଁଥିପାଇଁ ଏହା ଆର୍ଦ୍ରତା ବଜାୟ ରଖିପାରିବ ନାହିଁ ଏବଂ ସୋରିୟାସିସ୍ ର ଲକ୍ଷଣ ଆରମ୍ଭ ହେବାକୁ ଲାଗେ ।
ଉଚ୍ଚ ବିପି ସମସ୍ୟା:- ଗରମ ପାଣିରେ ଗାଧୋଇବା ଦ୍ୱାରା ଉତ୍ତାପ ହେତୁ ରକ୍ତଚାପ ଶୀଘ୍ର ବଢିଥାଏ । ଏହିପରି ହୃଦଘାତ ଏବଂ ଉଚ୍ଚ ବିପିରେ ପୀଡିତ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଏହି ସବୁ ଜିନିଷକୁ ଧ୍ୟାନରେ ରଖି ଅତ୍ୟଧିକ ଗରମ ପାଣି ବଦଳରେ ଉଷୁମ ପାଣି ବ୍ୟବହାର କରନ୍ତୁ ସେଥିରେ କୌଣସି କ୍ଷତି ନାହିଁ।
📱 Get Argus News App
✨Related Topics
Explore more stories