Videos
|
Lifestyle

Winter Bathing / ଶୀତଦିନେ ଗାଧୋଇବାକୁ ଗରମ ପାଣି ନା ଥଣ୍ଡା ପାଣି ଭଲ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଶୀତଦିନେ ଗାଧୋଇବାକୁ ଗରମ ପାଣି ନା ଥଣ୍ଡା ପାଣି ଭଲ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
Winter Bathing

Key Points

ଶୀତଦିନେ ଗାଧୋଇବାକୁ ଗରମ ପାଣି ନା ଥଣ୍ଡା ପାଣି ଭଲ?
ଉଷୁମ ପାଣିରେ ଗାଧୋଇବା ଶରୀରକୁ ଆରାମ ଦେଇଥାଏ।
ଥଣ୍ଡା ପାଣି ଶରୀରକୁ ତୁରନ୍ତ ସତେଜ ରଖେ

ଭୁବନେଶ୍ୱର: ଧୀରେ ଧୀରେ ଆରମ୍ଭ ହେଲାଣି ଶୀତ ଋତୁ। ସକାଳୁ ଉଠି ବିଛଣା ଛାଡ଼ିବାକୁ ମନ ହେଉନି। ଆଉ ଗାଧୋଇବା କଥା ଭାବିଲେ ଅନେକଙ୍କୁ ଥଣ୍ଡା ଲାଗୁଛି। ଏଭଳି ସମୟରେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ଥଣ୍ଡା ପାଣିକୁ ମଧ୍ୟ ବାଛନ୍ତି। ତେବେ ଶୀତଦିନେ ଗାଧୋଇବା ପାଇଁ କେଉଁ ପାଣି ଅଧିକ ଭଲ? ଗରମ ନା ଥଣ୍ଡା?

ଉଷୁମ ପାଣିରେ ଗାଧୋଇବାର ଲାଭ

ଶୀତଦିନେ ଉଷୁମ ପାଣିରେ ଗାଧୋଇବା ଶରୀରକୁ ଆରାମ ଦେଇଥାଏ। ଏହା ମାଂସପେଶୀର କଠିନତା ଓ ଥକ୍କାପଣ କମାଇବାରେ ସହାୟକ ହୋଇପାରେ। ଏହାସହ ଶରୀରକୁ ଉଷ୍ମତା ଦେବା ସହ ମାନସିକ ଚାପ କମାଇବାରେ ମଧ୍ୟ ସାହାଯ୍ୟ କରେ। ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧୋଇଲେ କିଛି ଲୋକଙ୍କ କ୍ଷେତ୍ରରେ ନିଦର ଗୁଣବତ୍ତା ଭଲ ହୋଇପାରେ। କିନ୍ତୁ ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଚର୍ମ ପାଇଁ କ୍ଷତିକାରକ। ଏହା ଚର୍ମର ପ୍ରାକୃତିକ ତେଲ ନଷ୍ଟ କରି ଶୁଷ୍କତା, କୁଣ୍ଡେଇ ହେବା ଓ ସମ୍ବେଦନଶୀଳତା ବଢ଼ାଇପାରେ।

ଥଣ୍ଡା ପାଣିରେ ଗାଧୋଇବା କେତେ ଲାଭଦାୟକ?

କିଛି ଲୋକ ଶୀତଦିନେ ମଧ୍ୟ ଥଣ୍ଡା ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। ଥଣ୍ଡା ପାଣି ଶରୀରକୁ ତୁରନ୍ତ ସତେଜ ଓ ସତର୍କ ଅନୁଭବ କରାଇପାରେ। ଏହାଦ୍ୱାରା ଅଳ୍ପ ସମୟ ପାଇଁ ଶକ୍ତି ଓ ସତେଜତା ଅନୁଭବ ହୋଇଥାଏ। ତେବେ ହଠାତ୍ ଅତ୍ୟଧିକ ଥଣ୍ଡା ପାଣିରେ ଗାଧୋଇବା ବିପଦପୂର୍ଣ୍ଣ ହୋଇପାରେ। ଏହାଦ୍ୱାରା ଦ୍ରୁତ ନିଶ୍ୱାସ, ହୃଦସ୍ପନ୍ଦନ ବୃଦ୍ଧି ଓ ରକ୍ତଚାପରେ ହଠାତ୍ ପରିବର୍ତ୍ତନ ହୋଇପାରେ। ବିଶେଷକରି ହୃଦ୍‌ରୋଗ କିମ୍ବା ରକ୍ତଚାପ ସମସ୍ୟା ଥିବା ବ୍ୟକ୍ତି ଏଥିପ୍ରତି ସତର୍କ ରହିବା ଆବଶ୍ୟକ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଏଣିକି ଏହି ସହରରେ ଧୂମପାନ ମନା! ନିୟମ ଉଲ୍ଲଂଘନ କଲେ ଗଣିବେ ଜରିମାନା।

ପ୍ରତିଦିନ ଗରମ ପାଣିରେ ଗାଧୋଇବା କ୍ଷତିକାରକ କି?

ପ୍ରତିଦିନ ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ଚର୍ମର ପ୍ରାକୃତିକ ଆର୍ଦ୍ରତା କମିଯାଇପାରେ। ଫଳରେ ଶୀତଦିନେ ଚର୍ମ ଅଧିକ ଶୁଷ୍କ ଓ ରୁକ୍ଷ ହୋଇପାରେ। ଏକଜିମା, କୁଣ୍ଡେଇ ହେବା କିମ୍ବା ସମ୍ବେଦନଶୀଳ ଚର୍ମ ସମସ୍ୟା ଥିବା ଲୋକେ ଅତ୍ୟଧିକ ଗରମ ପାଣିରୁ ଦୂରେଇ ରହିବା ଉଚିତ। ଗାଧୋଇବା ପରେ ମଇଶ୍ଚରାଇଜର ଲଗାଇବା ମଧ୍ୟ ଜରୁରୀ।

ଶୀତଦିନେ କେଉଁ ପାଣିରେ ଗାଧୋଇବା ଭଲ?

ସାଧାରଣତଃ ଶୀତଦିନେ ଉଷୁମ ପାଣିରେ ଗାଧୋଇବା ଅଧିକାଂଶ ଲୋକଙ୍କ ପାଇଁ ଆରାମଦାୟକ ବିକଳ୍ପ। ପାଣି ଏତେ ଗରମ ହେବା ଉଚିତ ନୁହେଁ ଯେ ଚର୍ମ ଲାଲ ହୋଇଯିବ କିମ୍ବା ପୋଡ଼ିବା ଭଳି ଅନୁଭବ ହେବ। ଗାଧୋଇବା ସମୟ ୫ରୁ ୧୦ ମିନିଟ୍ ମଧ୍ୟରେ ସୀମିତ ରଖିବା ଭଲ।