ଶୀତ ଦିନେ କେମିତି କମିବ ରୁପି ?

ଅର୍ଗସ ବ୍ୟୁରୋ: କେଶ ଝଡିବା ଏକ ସାଧାରଣ ଜିନିଷ | ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ କିଛି ପରିମାଣର କେଶ ହରାନ୍ତି ଏବଂ ନୂତନ କେଶ ବଢିଥାଏ | ଅବଶ୍ୟ, ଯେତେବେଳେ କେଶ ଅତ୍ୟଧିକ ପରିମାଣରେ ପଡ଼ିବା ଆରମ୍ଭ କରେ ସେତେବେଳେ ଏହା ଚିନ୍ତାର ବିଷୟ ହୋଇଯାଏ | କେଶ ଝଡିବା ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତଙ୍କର ବଡ ସମସ୍ୟା । ଶୀତଦିନେ କେଶ ଝଡିବା ସମସ୍ୟା ଅଧିକ ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ରୁପି। ବାୟୁମଣ୍ଡଳରେ ଥଣ୍ଡାର ପ୍ରଭାବ ଯୋଗୁଁ କେଶମୂଳ ଅଧିକ ଶୁଷ୍କ ହୋଇ ଏପରି ହୋଇଥାଏ। ତେଣୁ ରୁପି ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ ।
ରୁପି ସମସ୍ୟା ଦୂର କରିବା ପାଇଁ ହେଲେ ଲେମ୍ବୁ ଓ ଟି ଟ୍ରି ଅଏଲ୍ ମାସ୍କ ବହୁତ ଭଲ। ଲେମ୍ବୁ ରସକୁ ନଡିଆ ତେଲରେ ମିଶାଇ ଲଗାଇ ପାରିବେ। ଲେମ୍ବୁ କେଶ ମୂଳରେ ଥିବା ପିଏଚ୍ ଲେବଲ ବାଲାନ୍ସ ହୋଇ ରହିଥାଏ। ତେଣୁ ରୂପି ସମସ୍ୟା ଦୂର ହୋଇଥାଏ। ନିମ୍ବ ଓ ଅଁଳା ଗୁଣ୍ଡ ସହିତ ଏଲୋବେରା ଜେଲ ମିଶାଇ କେଶରେ ଲଗାନ୍ତୁ। ଏହି ହେୟାର ପ୍ୟାକ୍କୁ ଲଗାଇ ୩୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ରୁପି ଦୂର ହେବା ସହିତ କେଶ ମଜବୁତ ହେବ। ଦହି ସହିତ ମହୁ ମିଶାଇ କେଶ ମୂଳରେ ଭଲଭାବେ ଲଗାନ୍ତୁ।
📱 Get Argus News App
✨୨୦ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। ଦହିରେ ଥିବା ପ୍ରୋବାୟୋଟିକ୍ କେଶକୁ ମୂଳରୁ ମଜବୁତ କରିବା ସହିତ ମହୁ କେଶକୁ ମଶ୍ଚରାଇଜ୍ କରିବ। ରୁପି ଦୂର କରିବାରେ ମେଥି ବେଶ୍ ଫଳପ୍ରଦ ହୋଇଥାଏ। ଏଥିପାଇଁ ମେଥିକୁ ରାତିରୁ ଭିଜାଇ ରଖନ୍ତୁ। ସକାଳୁ ଏହାକୁ ଛାଣି ଏଥିରେ ନିମ୍ବପତ୍ର ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏଥିରେ ଲେମ୍ବୁ ରସ ମିଶାଇ କେଶ ମୂଳରେ ଲଗାନ୍ତୁ। ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ଲଗାଇଲେ କିଛି ଦିନ ପରେ ରୁପି ସମସ୍ୟା ଦୂର ହୋଇଯିବ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: