Videos
|
Lifestyle

ହନୁମାନ ଥିଲେ ବ୍ରହ୍ମଚାରୀ, ମକରଧ୍ୱଜ କେମିତି ହେଲେ ତାଙ୍କ ପୁଅ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହନୁମାନ ଥିଲେ ବ୍ରହ୍ମଚାରୀ, ମକରଧ୍ୱଜ କେମିତି ହେଲେ ତାଙ୍କ ପୁଅ ?

ଭଗବାନ ହନୁମାନ। ତାଙ୍କ ବୀରଗାଥା ଯେତେ କହିଲେ ବି ତାହା ଅସୀମିତ। ହନୁମାନଙ୍କର ପୁଅ ହେଉଛନ୍ତି ମକରଧ୍ୱଜ । କିନ୍ତୁ ଭଗବାନ ହନୁମାନ ତ ଥିଲେ ବ୍ରହ୍ମଚାରୀ। ମକରଧ୍ୱଜ କେବଳ ହନୁମାନଙ୍କ ପରି ଦେଖାଯାଉ ନଥିଲେ, ବରଂ ସେ ଶକ୍ତି ଏବଂ ବୀରତ୍ୱରେ ମଧ୍ୟ ହନୁମାନଙ୍କ ସହ ସମାନ ଥିଲେ। ମକରଧ୍ୱଜଙ୍କ ଜନ୍ମ ସମ୍ପର୍କରେ ଏକ ପ୍ରଶ୍ନ ଉଠେ ଯେ ଯେତେବେଳେ ହନୁମାନ ଜୀ ପିଲାଦିନରୁ ବ୍ରହ୍ମଚାରୀ ଥିଲେ, ତେବେ ସେ କିପରି ପିତା ହେଲେ?

ପୌରାଣିକ କଥା ଅନୁସାରେ ବ୍ରହ୍ମଚାରୀ ହନୁମାନଙ୍କ ପୁତ୍ର ମକରଧ୍ୱଜ ହନୁମାନଙ୍କ ଝାଳର ଏକ ବିନ୍ଦୁରୁ ଜନ୍ମ ହୋଇଥିଲେ। ଏହି ବୁନ୍ଦାଟି ଯେତେବେଳେ ସମୁଦ୍ରରେ ପଡ଼ିଥିଲା ସେତେବେଳେ ଏକ ମାଛ ତାକୁ ପିଇ ଦେଇଥିଲା। ସେହି ଝାଳ ବିନ୍ଦୁ ଯୋଗୁଁ ମାଛଟି ଗର୍ଭବତୀ ହେଲା ଏବଂ ତା’ଠାରୁ ମକରଧ୍ୱଜ ଜନ୍ମ ନେଇଥିଲେ । ବଜରଙ୍ଗବାଲୀ ହନୁମାନ ତାଙ୍କର ସମଗ୍ର ଜୀବନ ପ୍ରଭୁ ଶ୍ରୀରାମଙ୍କ ସେବାରେ ବିତାଇଥିଲେ ଏବଂ ପ୍ରତ୍ୟେକ ପଦକ୍ଷେପରେ ତାଙ୍କୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ଥିଲେ।

ହନୁମାନଙ୍କ ମାତାଙ୍କ ନାମ ଅଞ୍ଜନା ଓ ସେ ବାୟୁଦେବତାଙ୍କ ପୁତ୍ର । ସେ ପ୍ରଥମେ ବାଳିଙ୍କର ସେନାପତି ଥାଇ ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ସୁଗ୍ରୀବଙ୍କର ପାରିଷଦ ହେଲେ । ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ସେ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଲଙ୍କାକୁ ଯାଇ ଅଶୋକବନରେ ସୀତାଙ୍କୁ ଠାବ କରି ତାଙ୍କୁ ଶ୍ରୀରାମଙ୍କ ସନ୍ଦେଶ ଦେଇଥିଲେ । ରାମାୟଣରେ ଏସମସ୍ତଙ୍କ କଥାବସ୍ତୁ ବର୍ଣ୍ଣିତ ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
How did Makardhwaj became the son of Hanuman? | Argus News