|
logo
Live
Argus News App
GET APP

Argus News - ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ସାହାଯ୍ୟ କରେ ପିଆଜ

Lifestyle

ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ସାହାଯ୍ୟ କରେ ପିଆଜ

Rashmita Mishra
Browse all articles by Rashmita Mishra
·1 year ago·2 min read
ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ସାହାଯ୍ୟ କରେ ପିଆଜ

ଅର୍ଗସ ବ୍ୟୁରୋ:  ଶରୀରରେ ୟୁରିକ୍ ଏସିଡର ପରିମାଣର ବଢିଵା ଦ୍ୱାରା ଗଣ୍ଠିରେ ଯନ୍ତ୍ରଣା ଆରମ୍ଭ ହୁଏ ଏବଂ ଲୋକମାନେ ଅନେକ ରୋଗରେ ଅକ୍ରାନ୍ତ ହୁଅନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ପିଆଜ ବ୍ୟବହାର କେତେ ମାତ୍ରାରେ ଜରୁରୀ ।

ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ର ପରିମାଣ ବଢିବାରେ ଲାଗେ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇବା ଆରମ୍ଭ କରେ । ବିଶେଷକରି ୟୁରିକ୍ ଏସିଡ୍ ର ପରିମାଣ ଵଢିଲେ ଆପଣଙ୍କର  ଶରୀର ଫୁଲା, ଗଣ୍ଠି ଯନ୍ତ୍ରଣା, କିଡନୀ ରୋଗ ଏବଂ ମୋଟାପଣ ଭଳି ଅନେକ ସମସ୍ୟାର ଶିକାର ହୋଇପାରନ୍ତି । ଏପରି ପରିସ୍ଥିତିରେ ଔଷଧ ବ୍ୟତୀତ  ଆପଣ ଚାହିଁଲେ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ଘରୋଇ ଉପଚାର ମଧ୍ୟ ଚେଷ୍ଟା କରିପାରିବେ 

ୟୁରିକ୍ ଏସିଡ୍ କେତେ ରହିବା ଉଚିତ୍ :-
ଆମ ଶରୀରରେ ୟୁରିକ୍ ଏସିଡ୍ ପୂର୍ବରୁ ଉପସ୍ଥିତ ଅଛି ୩.୫ ରୁ ୭.୨ ମିଗ୍ରା ପର୍ଯ୍ୟନ୍ତ ।  ଯଦି ଏହି ପରିମାଣରରୁ ୟୁରିକ୍ ଏସିଡ୍ ଅଧିକ ହୁଏ  ତେବେ ଏହାକୁ ଉଚ୍ଚ ୟୁରିକ୍ ଏସିଡ୍ ସମସ୍ୟା କୁହାଯାଏ । ଶରୀରରେ ଥିବା ପ୍ୟୁରିନ୍ ନାମକ ପ୍ରୋଟିନ୍ ଭାଙ୍ଗିବା ଦ୍ୱାରା ୟୁରିକ୍ ଏସିଡ୍ ସୃଷ୍ଟି ହୁଏ । ଶରୀରରେ ୟୁରିକ୍ ଏସିଡ୍ ର ଅତ୍ୟଧିକ ବୃଦ୍ଧିକୁ ଏଡାଇବା ପାଇଁ ସେହି ଜିନିଷଗୁଡିକ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯେଉଁଥିରେ ଅଧିକ ପରିମାଣର ପ୍ୟୁରିନ୍ ଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପିଆଜ ଲାଭଦାୟକ :-
ଅନେକ ଲୋକଙ୍କର ଖାଇଵା ଵେଳେ ପିଆଜ ନିହାତି ଆଵଶ୍ୟକ ନହେଲେ ସେମାନଙ୍କୁ ଖାଇଵାକୁ ଭଲ ଲଗିନଥାଏ ।କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟର ସ୍ୱାଦ ବଢାଇବା ବ୍ୟତୀତ ପିଆଜ ବଢୁଥିଵା ୟୁରିକ୍ ଏସିଡକୁ  ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ ହୋଇଥାଏ । ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ଶରୀରର ମେଟାବୋଲିଜିମ୍ ଠିକ୍ ରହିବା ଆବଶ୍ୟକ। ଏହା ଓଜନକୁ ନିୟନ୍ତ୍ରଣରେ ରଖିବ ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ ଶୀଘ୍ର ବାହାର କରିଦେଵ । ପିଆଜରେ ଫୋଲେଟ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଭିଟାମିନ୍ ଏ, ସି ଏବଂ ଇ ଭରପୂର ଅଛି । ଏହା ସହିତ ଏହାର ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ଅଛି ।ଏହି ସମସ୍ତ ଗୁଣ ମେଟାବୋଲିଜିମ୍ ବୃଦ୍ଧି କରି ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ 

ଏହିପରି ଖାଆନ୍ତୁ ପିଆଜ :-
ପିଆଜ ଏକ ପ୍ୟୁରିନ ଜାତୀୟ  ଖାଦ୍ୟ ଏହା ୟୁରିକ୍ ଏସିଡ୍ ସ୍ତରକୁ କମାଇଵାରେ ସାହାଯ୍ୟ କରିଥାଏ । ଯଦି ଆପଣ ବଢୁଥିଵା  ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ତେବେ କଞ୍ଚା ପିଆଜ ଖାଇବା ଆପଣଙ୍କ ପାଇଁ ଭଲ ହେବ । ଆପଣ ଏହାକୁ ସାଲାଡ ଭାବରେ ବ୍ୟବହାର କରିପାରିବେ। ଏହା ସହିତ ଖାଲି ପେଟରେ ପିଆଜ ରସ ପିଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ 

Sponsored
ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ସାହାଯ୍ୟ କରେ ପିଆଜ | Argus News