Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଦିନକୁ କେତେ ଅଲମଣ୍ଡ ଖାଇବା ଉଚିତ୍? ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·11 months ago·2 min read
ଦିନକୁ କେତେ ଅଲମଣ୍ଡ ଖାଇବା ଉଚିତ୍? ଜାଣନ୍ତୁ...

Key Points

ଦିନକୁ କେତେ ଅଲମଣ୍ଡ ଖାଇବା ଉଚିତ୍?

ହଜମ ଜନିତ ସମସ୍ୟା

ଓଜନ ବଢ଼ିବା ସହ ରକ୍ତ ଜମାଟ ବାନ୍ଧେ

ଡ୍ରାଏଫ୍ରୁଟ୍ସର ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ସେଥିରୁ ଗୋଟିଏ ହେଲା ଅଲମଣ୍ଡ। ଏହାକୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ତା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ଏଥିରେ ଭିଟାମିନ ଇ, ଭିଟାମିନ ବି, ଆଇରନ୍‌, ପୋଟାସିୟମ, ଜିଙ୍କ,ମ୍ୟାଗ୍ନେିସିୟମ, କପର, ଫୋଲେଟ ଭଳି ତତ୍ତ୍ୱ ରହିଛି। ଏହାଛଡ଼ା ଏଥିରେ ଥିବା ଫ୍ୟାଟ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଶରୀର ବହୁତ ଲାଭଦାୟକ। ହେଲେ ସବୁକିଛିର ସଠିକ୍‌ ଏବଂ ସୀମିତ ମାତ୍ରାରେ ଖାଇବା ଆବଶ୍ୟକ। ଆଲମଣ୍ଡ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ, ତାର ଅର୍ଥ ଯେତେ ଇଚ୍ଛା ସେତେ ଖାଇବା ଠିକ୍‌ ନୁହେଁ। ଯଦି ଭୁଲ ସମୟରେ ଏବଂ ଅଧିକ ମାତ୍ରାରେ ଏହାକୁ ଖିଆନ୍ତି ତେବେ ଲାଭ ବଦଳରେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ଅଧିକ ବାଦାମ ଖାଇଲେ କଣ ଅସୁବିଧା ହୁଏ ।

ଦିନକୁ କେତେ ଅଲମଣ୍ଡ ଖାଇବା ଉଚିତ୍?
ବିଶେଷଜ୍ଞଙ୍କ ମତରେ ବୟସ୍କ ବ୍ୟକ୍ତିମାନେ ଦିନକୁ ୨୦ଟି ଅଲମଣ୍ଡ ଖାଇପାରିବେ, ଯାହାକି ୩୦ ଗ୍ରାମ ହେବ। ଏତିକି ମାତ୍ରା ଶରୀର ପାଇଁ ଭଲ। ହେଲେ ଏହାଠାରୁ ଅଧିକ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ମାତ୍ରା ଅଧିକ ହୋଇପାରେ ଏବଂ ଫ୍ୟାଟ୍‌ ବଢ଼ିପାରେ।

ହଜମ ଜନିତ ସମସ୍ୟା:- ଅଲମଣ୍ଡ ଅଧିକ ଖାଇବା ପରେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ, ନଚେତ ହଜମ ହେବାରେ ଅସୁବିଧା ସୃଷ୍ଟି ହୋଇଥାଏ। ହଜମ ଠିକ୍ ଭାବରେ ନହେଲେ ପେଟ ଫୁଲିବା, ଗ୍ୟାସ, ପେଟ ବ୍ୟଥା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ ।

ଓଜନ ବଢ଼ିବା:- ଅଲମଣ୍ଡ ଖାଇବା ହାର୍ଟ ପାଇଁ ବହୁତ ଭଲ ହୋଇଥାଏ। ହେଲେ ଆବଶ୍ୟକତାଠାରୁ ଅଧିକ ଖାଇଲେ ଅଧିକ କ୍ୟାଲୋରୀ ଦେହକୁ ଯାଏ। ଯାହାକି ଓଜନ ବଢ଼ାଇଥାଏ।


ରକ୍ତ ଜମାଟ ବାନ୍ଧିବା:- ଅଲମଣ୍ଡରେ ଭିଟାମିନ ଇ ଭରପୂର ମାତ୍ରାରେ ରହିଥାଏ। ଏହାକୁ ଅଧିକ ଖାଇବା ମୁଣ୍ଡବିନ୍ଧା, ରକ୍ତଜମାଟ ଭଳି ଲକ୍ଷଣ ଦେଖା ଯାଇଥାଏ।

 
ପେଟ ବ୍ୟଥା:- ଅଧିକ ଅଲମଣ୍ଡ ଖାଇବା ଦ୍ୱାରା ପେଟରେ ବ୍ୟଥା ହୋଇଥାଏ। ଏଥିସହ ଗ୍ୟାସ, ବ୍ଲୋଟିଂ ଭଳି ସମସ୍ୟା ଉପୁଜିପାରେ।

ଆଲର୍ଜି: ଅଲମଣ୍ଡ ସେବନ ତ୍ୱଚା ପାଇଁ ଲାଭକାରୀ ଯେତିକି ଖରାପ ମଧ୍ୟ ସେତିକି। ଏହାକୁ ଅଧିକ ସେବନ କରିବା ଦ୍ୱାରା କିଛି ଲୋକଙ୍କୁ ଆଲର୍ଜି ହୋଇପାରେ। ଫଳରେ ସ୍କିନ୍ କୁଣ୍ଡାଇ ହେବା, ରାସେସ୍‌, ଫଳିଯିବା ଭଳି ସମସ୍ୟା ଉପୁଜିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
how-many-almonds-should-you-eat-per-day-find-out | Argus News