ଜଣେ ମଣିଷ ଦିନରେ କେତେ ସିଗାରେଟ ଟାଣିପାରିବ ?

ସିଗାରେଟ ଟାଣିବା ଏବେ ଏକ ଫ୍ୟାସନ୍ରେ ପରିଣତ ହେଲାଣି । ଇଚ୍ଛା ଥାଉ କି ନଥାଉ ଲୋକେ ଏବେ ଦେଖେଇ ହେବାକୁ ସିଗାରେଟ୍ ଟାଣିଲେଣି । ସିଗାରେଟ ଟାଣିବା ଏବେ ଅନେକ ଲୋକଙ୍କ ଅଭ୍ୟାସ୍ରେ ବି ପରିଣତ ହେଲାଣି । ସେମାନଙ୍କୁ ପ୍ରତି ଘଣ୍ଟାରେ ଥରେ ଧୁମ୍ରପାନ କରିବାକୁ ପଡ଼ୁଛି । ନହଲେ ସେମାନେ ଅଥୟ ହୋଇଯାଆନ୍ତି ।
ଆଜିର ସମୟରେ ଧୂମ୍ରପାନ ଅତି ସାଧାରଣ ହୋଇଗଲାଣି। ଅନେକ ଲୋକ ଏଥିରେ ନିଶା ପାଉଥିବା ବେଳେ କିଛି ଲୋକ ଦେଖେଇ ହେବା ପାଇଁ ଧୂମ୍ରପାନ ଆରମ୍ଭ କରନ୍ତି। ଆଜିର ସମୟରେ ଏହା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଏହାର ଫଳାଫଳ ଗମ୍ଭୀର ହୋଇପାରେ। କାରଣ ଯେଉଁମାନେ ସିଗାରେଟ୍ ଟାଣନ୍ତି ସେମାନେ ନିଶାରେ ବୁଡିଯାଆନ୍ତି। ଅନେକ ଲୋକ ଚାହିଁଲେ ମଧ୍ୟ ଏହି ନିଶା ଛାଡ଼ିପାରନ୍ତି ନାହିଁ । ଯଦିଓ ସେମାନେ ଜାଣନ୍ତି ଏହା କିପରି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଉଛି।
ସିଗାରେଟ୍ ବ୍ୟବହାର ଶ୍ୱାସକ୍ରିୟା ଏବଂ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସୃଷ୍ଟି କରେ। ବହୁତ ଲୋକ ଅଛନ୍ତି ଯେଉଁମାନେ ଅଧିକ ଧୂମ୍ରପାନ କରନ୍ତି ଏବଂ କିଛି ଲୋକ ଦିନକୁ ଗୋଟିଏ କିମ୍ବା ଦୁଇଟି ସିଗାରେଟ୍ ଟାଣନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଗୋଟିଏ ଦିନରେ କେତେ ସିଗାରେଟ୍ ଟାଣିବା ନିରାପଦ ବୋଲି ବିବେଚନା କରାଯାଏ।
ଏନେଇ ବିଶେଷଜ୍ଞ ମାନେ କ’ଣ କହିଛନ୍ତି, ଆସନ୍ତୁ ଜାଣିବା…
ଡକ୍ଟର ସୁନୀଲ କୁମାର କହିଛନ୍ତି ଯେ, ଅତ୍ୟଧିକ ଧୂମ୍ରପାନକାରୀଙ୍କଠାରେ କର୍କଟ ରୋଗ ହେବାର ସମ୍ଭାବନା ଅଧିକ। ଡାକ୍ତର କହିଛନ୍ତି ଯେ, ସିଗାରେଟ୍ ଟାଣିବା ଭଲ ନୁହେଁ, ସେ ଗୋଟିଏ ସିଗାରେଟ୍ ଟାଣନ୍ତୁ କି ଦୁଇଟି। ଏହି ଅନୁଯାୟୀ, କମ୍ ଧୂମ୍ରପାନ କରୁଥିବା ଲୋକଙ୍କ ଅପେକ୍ଷା ଅଧିକ ଧୂମପାନକାରୀଙ୍କ କର୍କଟ ରୋଗ ହେବାର ଆଶଙ୍କା ଅଧିକ ବୋଲି ଡାକ୍ତର କହିଛନ୍ତି। ଧୂମ୍ରପାନ କମ୍ କିମ୍ବା ଅଧିକ, ଏହା ସବୁବେଳେ ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଏ।