Videos
|
Lifestyle

Daily Oil Consumption / ପ୍ରତିଦିନ କେତେ ତେଲ ଖାଇବା ଉଚିତ? ହୃଦୟକୁ ସୁସ୍ଥ ରଖିବା ପାଇଁ ଜାଣନ୍ତୁ କେଉଁ ତେଲ ଭଲ

Bikash Mohanty
Browse all articles by Bikash Mohanty
·57 mins ago·2 min read
ପ୍ରତିଦିନ କେତେ ତେଲ ଖାଇବା ଉଚିତ? ହୃଦୟକୁ ସୁସ୍ଥ ରଖିବା ପାଇଁ ଜାଣନ୍ତୁ କେଉଁ ତେଲ ଭଲ
Cooking Oil

Key Points

ଭାରତୀୟ ଖାଦ୍ୟ ଗୁଡ଼ିକରେ ତେଲର ଗୁରୁତ୍ବ ଖୁବ୍ ଅଧିକ ରହିଛି 
ଆବଶ୍ୟକତାଠୁ ଅଧିକ ତେଲ ଶରୀର ପାଇଁ କ୍ଷତିକାରକ
ଜଣେ  ବ୍ୟକ୍ତି ମାସକୁ ୨୦୦- ୫୦୦  ମିଲିଲିଟର ତେଲ ବ୍ୟବହାର କରିବା ଉଚିତ
ଭୂବନେଶ୍ବର,୨୬/୧୦: ଭାରତୀୟ ଖାଦ୍ୟ ଗୁଡ଼ିକରେ ତେଲର ଗୁରୁତ୍ବ ଖୁବ୍ ଅଧିକ ରହିଛି । ହେଲେ ଆବଶ୍ୟକତାଠୁ ଅଧିକ ତେଲ ଶରୀର ପାଇଁ କ୍ଷତିକାରକ। ଜଣେ ସୁସ୍ଥ ବ୍ୟକ୍ତି ମାସକୁ ୫୦୦- ୨୦୦ ମିଲିଲିଟର ତେଲ ବ୍ୟବହାର କରିବା ଉଚିତ। ସେହିପରି ରିଫାଇନ୍ ବଦଳରେ ସୋରିଷ ତେଲ କାହିଁକି ଉତ୍ତମ ସେକଥା ବି ଅନେକ ଜାଣନ୍ତି ନାହିଁ । ଗତ କିଛି ବର୍ଷ ମଧ୍ୟରେ ରନ୍ଧା ତେଳକୁ ନେଇ ଅନେକ ଗବେଶଣା ସାମ୍ନାକୁ ଆସିଛି । ଯେଉଁଥିରେ ଖରାପ ତେଲକୁ ହୃଦୟ ପାଇଁ କ୍ଷତିକାରକ ବୋଲି କୁହାଯାଇଛି । ତେଣୁ ଏକଥା ଜାଣିବା ଜରୁରି ଯେ, ପ୍ରତିଦିନ ଆମେ କେଉଁ ପ୍ରକାରର ତେଲ ବ୍ୟବହାର କରୁଛୁ ଏବଂ ଏହା ସ୍ବାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଏ I

'ସବୁବେଳେ ସୀମିତ ମାତ୍ରାରେ ତେଲ ସେବନ କରିବା ଜରୁରି । ସେହିପରି ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୩ରୁ ୪ ଚାମଚ (୧୫-୨୦ ମିଲିଲିଟର) ତେଲରୁ ଅଧିକ ଖାଇବା ଅନୁଚିତ । ଏହାର ଅର୍ଥ ହେଉଛି, ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ମାସକୁ ୫୦୦-୬୦୦ ମିଲିଲିଟର ତେଲ ଯଥେଷ୍ଟ ।ସେହିପରି ୪ ଜଣିଆ ପରିବାର ଲାଗି ୨ ଲିଟରରୁ ଅଧିକ ତେଲ ବ୍ୟବହାର କରିବା ଅନାବଶ୍ୟକ। ସୋରିଷ, ସୋୟା, ଅଲିଭ, ନଡ଼ିଆ ତେଲ ବ୍ୟତୀତ ବଜାରରେ ଅନେକ ତେଲ ମିଳିଥାଏ ।

ପଢନ୍ତୁ ଏହି ଖବର: ଅଧିକ ଅଣ୍ଡା ଖାଉଛନ୍ତି କି? ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଏହି ପ୍ରଭାବ, ଜାଣନ୍ତୁ କେତେ ଅଣ୍ଡା ଖାଇବା ଉଚିତ

ଏଭଳି ସ୍ଥିତିରେ ପ୍ରଶ୍ନ ଉଠେଯେ, ଏଥିରୁ କେଉଁ ତେଲ ସ୍ୱାସ୍ଥ୍ୟ ଲାଗି ହିତକର । ତେବେ ସୋରିଷ, ସୂର୍ଯ୍ୟମୁଖୀ ଏବଂ ଅଲିଭ୍ ତେଲ ହୃଦୟ ସ୍ୱାସ୍ଥ୍ୟ ଲାଗି ଉତ୍ତମ ବିକଳ୍ପ। ହେଲେ ହୃଦୟ ସ୍ବାସ୍ଥ୍ୟ ଲାଗି ସୋରିଷ ତେଲ । ସେହିପରି ହୃଦୟ ପାଇଁ ସୂର୍ଯ୍ୟମୁଖୀ ତେଲ ମଧ୍ୟ ଭଲ, କିନ୍ତୁ ଭାରତୀୟ ଖାଦ୍ୟ ଲାଗି ନୁହେଁ । ସେହିଭଳି ରନ୍ଧା ତେଲରେ ରିଫାଇନ୍ ତେଲ ବ୍ୟବହାର କମ୍ କରିବା ଭଲ । ଏହି ତେଲ ଅଧିକ ତାପମାତ୍ରା ଏବଂ ରାସାୟନିକ ପ୍ରକ୍ରିୟାକରଣ ଏହା ଦ୍ବାରା ଏଥିରେ ବିଷାକ୍ତ ତତ୍ତ୍ବ ସୃଷ୍ଟି ହୋଇପାରେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀର୍ଘ ସମୟ ଏହାର ସେବନ ଦ୍ବାରା ଶରୀରରେ ଖରାପ କୋଲେଷ୍ଟ୍ରୋଲ ପଡ଼ିପାରେ ଏବଂ ଏହା ହୃଦ୍ରୋଗର ବଡ଼ କାରଣ ବୋଲି କୁହାଯାଉଛି।ସେହିଭଳି ସବୁଦିନ ଅଧିକ ଡିପ୍ ଫ୍ରାଏ ଖାଦ୍ୟ ଖାଇବା ଶରୀର ପାଇଁ ବେଶ୍ କ୍ଷତିକାରକ ହୋଇଥାଏ । ଏହାଦ୍ବାରା ମୋଟାପଣ, ମଧୁମେହ, ସହ ହୃଦ୍ଘାତ ହେବା ଆଶଙ୍କା ଦ୍ବିଗୁଣ ବଢ଼ିଯାଏ । ତେବେ ଜଣେ ସୁସ୍ଥ ଲୋକ ମାସକୁ ୫୦୦-୬୦୦ ମିଲିଲିଟର ତେଲ ଖାଇବା ଦରକାର । ସେହିପରି ହୃଦୟ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ସଠିକ୍ ତେଲ ଓ ସୀମିତ ମାତ୍ରାରେ ତେଲ ବ୍ୟବହାର କରିବା ଜରୁରି ବୋଲି ଡାକ୍ତର କହିଛନ୍ତି I ତେବେ ଛାଣିବା ହେଉ କି ରାନ୍ଧିବା ପାଇଁ ତେଲକୁ ଥରେ ବ୍ୟବହାର କରିବା ଦରକାର।