ଦିନକୁ କେତେ ଲାଭ ପାଆନ୍ତି ମୋମୋ ଦୋକାନୀ , ଜାଣନ୍ତୁ କ'ଣ କୁହନ୍ତି ସେମାନେ...

Key Points
ମୋମୋ ଦୋକାନୀ ନିଜ ନିଜ ହିସାବରେ ମୋମୋ ତିଆରି କରି ବିକ୍ରି କରିଥାନ୍ତି । କିଛିଜଣ ଘରେ ମୋମୋକୁ ସମ୍ପୁର୍ଣ୍ଣ ତିଆରି କରି ଠେଲାରେ ଆଣି ବିକ୍ରି କରନ୍ତି, ଆଉ କିଛି ଦୋକାନୀ ତିଆରି ହୋଇଥିବା ମୋମୋକୁ କିଣି ଆଣିଥାନ୍ତି । ତାକୁ କେବଳ ଷ୍ଟିମ କରି ବିକ୍ରି କରିଥାନ୍ତି । ଆଉ ମୋମୋ ବିକ୍ରି ବେଶିକିଛି ହଇରାଣ ହେବାକୁ ପଡିନଥାଏ । ଏହି ଖର୍ଚ୍ଚ ଦୋକାନର ଭଡା , ଗ୍ୟ।ସ ଖର୍ଚ୍ଚ , ପ୍ଲେଟ, ପ୍ୟାକିଙ୍ଗ ପ୍ୟାକେଟ୍ସ ଆଦି ଖର୍ଚ୍ଚକୁ ମିଶାଇ ସେମାନେ ରେଟ ସ୍ଥିର କରିଥାନ୍ତି ।
ମୋମୋ । ଆଜିକାଲି ସମସ୍ତଙ୍କ ପସନ୍ଦର ଫାଷ୍ଟଫୁଡ୍ । ସନ୍ଧ୍ୟାହେଲେ ମୋମୋ ଦୋକାନରେ ଲାଗେ ଗ୍ରାହକଙ୍କ ଗହଳି । କେଉଁଠି ପାଖ ଗଳି ଦୋକାନରେ ଠେଲା ସହ ଷ୍ଟିମର ରଖିଥିବା ମୋମୋ ଦୋକାନୀ ମିଳିଯାଆନ୍ତି, ତ କେଉଁଠି ମଲ୍ର ବଡବଡ ଫୁଡକୋର୍ଟରେ ମୋମୋ ବିକ୍ରି ହେଉଥିବା ନଜର ଆସିଥାଏ । କିନ୍ତୁ ଆପଣ ଜାଣିଛନ୍ତି, ଏହି ମୋମୋ ବିକ୍ରି କରି ସେମାନେ କେତେ ଟଙ୍କା ଇନକମ୍ କରିଥାନ୍ତି ? ଆସନ୍ତୁ ଜାଣିବା ...
ମୋମୋ ଦୋକାନୀ ନିଜ ନିଜ ହିସାବରେ ମୋମୋ ତିଆରି କରି ବିକ୍ରି କରିଥାନ୍ତି । କିଛିଜଣ ଘରେ ମୋମୋକୁ ସମ୍ପୁର୍ଣ୍ଣ ତିଆରି କରି ଠେଲାରେ ଆଣି ବିକ୍ରି କରନ୍ତି, ଆଉ କିଛି ଦୋକାନୀ ତିଆରି ହୋଇଥିବା ମୋମୋକୁ କିଣି ଆଣିଥାନ୍ତି । ତାକୁ କେବଳ ଷ୍ଟିମ କରି ବିକ୍ରି କରିଥାନ୍ତି । ଆଉ ମୋମୋ ବିକ୍ରି ବେଶିକିଛି ହଇରାଣ ହେବାକୁ ପଡିନଥାଏ । ଏହି ଖର୍ଚ୍ଚ ଦୋକାନର ଭଡା , ଗ୍ୟ।ସ ଖର୍ଚ୍ଚ , ପ୍ଲେଟ, ପ୍ୟାକିଙ୍ଗ ପ୍ୟାକେଟ୍ସ ଆଦି ଖର୍ଚ୍ଚକୁ ମିଶାଇ ସେମାନେ ରେଟ ସ୍ଥିର କରିଥାନ୍ତି ।
କଞ୍ଚା ମୋମୋରେ ଦେଶୀ ମୋମୋର ଚାହିଦା ଅଧିକ ଥାଏ । ଦେଶୀ ମୋମୋ ୨ ପ୍ରକାରର ଥାଏ । ସେଥିରୁ କିଛି ହାତରେ ତିଆରି ହୋଇଥାଏ , ଆଉ ମେସିନରେ ତିଆରି ହୋଇଥାଏ । ହାତରେ ତିଆରି କରାଯାଉଥିବା ମୋମୋର ଦାମ ୪.୫ ଟଙ୍କା ହିସାବରେ ବିକ୍ରି ହୋଇଥାଏ । ସେହିପରି ମେସିନରେ ତିଆରି କରାଯାଉଥିବା ମୋମୋ ଗୋଟେ ପିସ୍ ପିଛା ୩ ଟଙ୍କା ହିସାବରେ ବିକ୍ରି କରାଯାଇଥାଏ । ଏଥିରେ ପନିର ଏବଂ ଚିକେନର ଦାମ ଗୋଟେ ପିସ୍ ପିଛା ୫ ଟଙ୍କା ହିସାବରେ ବିକ୍ରି କରାଯାଏ । ଏହି ପରି ଭାବେ ଯଦି ୫ ମୋମୋର ପ୍ଲେଟ ଦୋକାନୀ ବିକ୍ରି କରିଥାଏ ତେବେ ତାକୁ ପାଖାପାଖି ୨୩ ଟଙ୍କା ମୋମୋ ପ୍ଲେଟ ପାଇଁ ଖର୍ଚ୍ଚ କରିବାକୁ ପଡେ । ଏହାଛଡା ଗ୍ୟାସ ଏବଂ ପ୍ଲେଟ ଚଟନୀ ପାଇଁ ୩ରୁ ୪ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ପ୍ଲେଟ ପାଖାପାଖି ୨୭ ରୁ ୨୮ ଟଙ୍କା ପଡିଥାଏ । ଏହାକୁ ଦୋକାନୀ ବିକ୍ରି କରୁଥିବା ସ୍ଥାନର ଭଡା ହିସାବରେ ବିକ୍ରି କରିଥାନ୍ତି । ଏହି ହିସାବ ୨୫ ଗ୍ରାମ ମୋମୋ ପାଇଁ ଅଟେ । ଏହି ଦାମ ଅଲଗା ଅଲଗା ଦୋକାନୀ ନିଜ ହିସାବରେ ଦାମ ଲଗାଇ ବିକ୍ରି କରିଥାନ୍ତି ।
ସେହିପରି ମୋମୋରେ ଦିଆଯାଉଥିବା ଚଟନୀକୁ ସବୁ ମୋମୋ ଦୋକାନୀ ମାନେ ମାଗଣାରେ ଦେଉଥିବା ଦାବି କରନ୍ତି । ତେବେ ମୋମୋ ଦୋକାନୀ ମୋମୋ ପ୍ଲେଟ ପିଛା ୨୦ ରୁ ୨୨ ଟଙ୍କା ଆୟ କରିଥାନ୍ତି । ଯଦି ସେମାନେ ଦିନକୁ ୧୦୦ ପ୍ଲେଟ ମୋମୋ ବିକ୍ରି କରିଥାନ୍ତି , ସେଥିରେ ସେ ଦିନକୁ ୨୨୦୦ ଟଙ୍କା ଆୟ କରିଥାନ୍ତି। ଯେଉଁଥିରେ ଦୋକାନ ଆଦି ଖର୍ଚ୍ଚ ମିଶିଲେ ମଧ୍ୟ ତାଙ୍କୁ ୧୫୦୦ ଶ ଟଙ୍କାର ଦିନକୁ ଫାଇଦା ହୋଇଥାଏ ।