Videos
|
Lifestyle

Kitchen Tips / ଧନିଆ ପତ୍ରକୁ ଅଧିକ ସମୟ ପାଇଁ କିପରି ସତେଜ ରଖିବେ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·11 months ago·1 min read
ଧନିଆ ପତ୍ରକୁ ଅଧିକ ସମୟ ପାଇଁ କିପରି ସତେଜ ରଖିବେ ଜାଣନ୍ତୁ...

Key Points

ଏପରି ରଖିଲେ ମାସେ ରହିବ ଧନିଆ ପତ୍ର ।

ଖରାପ ଓ ହଳଦିଆ ପତ୍ର ବାହାର କରି, ଶୁଖାଇ ଟିସୁରେ ଗୁଡ଼ାନ୍ତୁ।
ଏୟାରଟାଇଟ୍ ପାତ୍ର କିମ୍ବା ଜିପ୍-ଲକ୍ ବ୍ୟାଗରେ ରଖନ୍ତୁ।

ଧନିଆ ପତ୍ର ଖାଦ୍ୟର ସ୍ୱାଦକୁ ଚାରିଗୁଣ ବୃଦ୍ଧି କରିଥାଏ। ଏହା କେବଳ ପନିପରିବା ତରକାରୀ ପାଇଁ ନୁହେଁ ବରଂ ଚଟଣିରେ ମଧ୍ୟ ବ୍ୟବହୃତ ହୁଏ। ତଥାପି, ଏଗୁଡ଼ିକର ସେଲଫ ଲାଇଫ୍ ବହୁତ କମ୍, ଯାହା ଫଳରେ ଏଗୁଡ଼ିକୁ ଅଧିକ ସମୟ ପାଇଁ ସଂରକ୍ଷଣ କରିବା କଷ୍ଟକର ହୋଇପଡ଼େ। କିନ୍ତୁ ଏମିତି କିଛି ସହଜ ଉପାୟ ଅଛି ଯାହା ଆପଣଙ୍କୁ ଅଧିକ ସମୟ ପାଇଁ ସଂରକ୍ଷଣ କରିବାରେ ସାହାଯ୍ୟ କରିବ।


ଧନିଆ ପତ୍ରରୁ ଖରାପ ହୋଇଥିବା କିମ୍ବା ହଳଦିଆ ପଡ଼ିଥିବା ପତ୍ର ବାହାର କରିଦିଅ। ଯଦି ପତ୍ରଗୁଡ଼ିକ ଓଦା ହୋଇଯାଏ, ତେବେ ସେଗୁଡ଼ିକୁ ଭଲ ଭାବରେ ଶୁଖାଇ ଦିଅ। ତା'ପରେ ଧନିଆ ପତ୍ରଗୁଡ଼ିକୁ ଶୁଖିଲା ଟିସୁ ପେପର କିମ୍ବାଲ ଏକ ସଫା କପଡ଼ା ଗୁଡ଼ାଇଦିଅ । ତା ପରେ ସେଗୁଡ଼ିକୁ ଏକ ଏୟାରଟାଇଟ ପାତ୍ର କିମ୍ବା ଜିପ୍-ଲକ୍ ବ୍ୟାଗରେ ସଂରକ୍ଷଣ କରନ୍ତୁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧନିଆ ପତ୍ରକୁ ଅଧିକ ସମୟ ପାଇଁ ସଂରକ୍ଷଣ କରିବା ପାଇଁ, ସେଗୁଡ଼ିକୁ ଫ୍ରିଜରେ ରଖନ୍ତୁ। ପ୍ରଥମେ ପତ୍ରଗୁଡ଼ିକୁ ଭଲ ଭାବରେ ଶୁଖାଇ ଦିଅନ୍ତୁ। ତା'ପରେ, ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି କାଟି ବରଫ କ୍ୟୁବ ଟ୍ରେରେ ରଖନ୍ତୁ।


ଏଥିପାଇଁ, ଏକ ଗ୍ଲାସ ପାଣିରେ ଧନିଆ ପତ୍ର ପକାଇ ଫ୍ରିଜରେ ରଖନ୍ତୁ। ପ୍ରତି ୨ ରୁ ୩ ଦିନ ଅନ୍ତରରେ ପାଣି ପରିବର୍ତ୍ତନ କରନ୍ତୁ। ଦେଖିବେ ଧନିଆ ପତ୍ର ସେମିତି ସତେଜ ହୋଇ ବହୁ ଦିନ ଯାଏଁ ରହିବ । 


ଧନିଆ ପତ୍ରକୁ ଭଲ ଭାବରେ ଧୋଇ ଶୁଖାଇ ଦିଅନ୍ତୁ। ତାପରେ, ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ, କିଛି ତେଲ ମିଶାଇ ସଂରକ୍ଷଣ କରନ୍ତୁ।

Kitchen Tips | How to Keep Coriander Leaves Fresh for Longer | Argus News | Argus News