Winter Lip Care / ଶୀତ ଦିନେ ଓଠକୁ କେମିତି ରଖିବେ କୋମଳ ?
·8 months ago·3 min read

Key Points
ଶୀତଦିନେ ଅନେକ ଲୋକ ଓଠ ଫାଟିବାର ସମସ୍ୟାରେ ପୀଡିତ ହୋଇଥାନ୍ତି
ଜାଣନ୍ତୁ କେମିତି ନେବେ ଧ୍ୟାନ
ଜାଣନ୍ତୁ କେମିତି ନେବେ ଧ୍ୟାନ
ଆପଣଙ୍କ ଚର୍ମ ପରି, ଆପଣଙ୍କ ଓଠରେ ମଧ୍ୟ ଆର୍ଦ୍ରତା ଆବଶ୍ୟକ ହୋଇଥାଏ । କାରଣ ଶୀତଦିନେ ଓଠ ଫାଟିବା ସହ କେତେକଙ୍କ ଓଠ ଫାଟି ରକ୍ତ ମଧ୍ୟ ବାହାରି ଥାଏ । ପ୍ରାୟତଃ ଶୀତ ଦିନରେ ଲୋକମାନେ ଓଠ ଫଟିବାକୁ ନେଇ ଚିନ୍ତାରେ ରୁହନ୍ତି । ଏହି ସମସ୍ୟାକୁ କେମିତି ମାତ୍ ଦେଇ ହେବ ସେନେଇ ମଧ୍ୟ ଉପାୟ ରହିଛି । ଏବଂ ଏହି ସମସ୍ୟା ନେଇ ଡାକ୍ତର ମାନେ କୁହନ୍ତି ଯେ, ଶରୀରରେ ଜଳ ଅଭାବ କାରଣରୁ ଏଭଳି ସମସ୍ୟା ଦେଖାଦେଇଥାଏ । ଶୀତ ଦିନ ଆସିବା ମାତ୍ରେ ଜଳର ବ୍ୟବହାର ମଧ୍ୟ କମିଯାଇଥାଏ । ଯେଉଁ କାରଣରୁ ଶୀତଦିନେ ଶୁଖିଲା ଚର୍ମ ଏବଂ ଶୁଖିଲା ଓଠର ସମସ୍ୟା ଦେଖାଯାଇଥାଏ ।
ଶୀତ ଦିନରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ବହୁ ଲୋକ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲିପ୍ ବାମ ଓ ପେଟ୍ରୋଲିୟମ୍ ଜେଲି ଆଦି ବ୍ୟବହାର କରିଥାନ୍ତି । ଓଠ ଫାଟିବା ଦ୍ବାରା ବହୁ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ବହୁ ସାମଗ୍ରୀ ଉପଲବ୍ଧ । ହେଲେ ଏହି ଉତ୍ପାଦ କେମିକାଲ ଯୁକ୍ତ ହୋଇଥିବାରୁ ସମସ୍ୟା ସୃଷ୍ଟି କରିପାରେ । ଏହିପରି କ୍ଷେତ୍ରରେ ଆପଣ ଘରୋଇ ଉପାୟରେ ଏହି ସମସ୍ୟାରୁ ଆରାମ ପାଇ ପାରିବେ ବୋଲି ବିଶେଷଜ୍ଞ କହିଛନ୍ତି ।
ଚିନି:
ଶୁଖିଲା ଓଠ ଉପରେ ବହୁ ମୃତ କୋଷିକାମାନେ ଜମା ବାନ୍ଧି ରହିଥାନ୍ତି । ଏହାକୁ ହଟାଇବା ପାଇଁ ସ୍କ୍ରବିଂ ଜରୁରୀ ଅଟେ । ଏଥିପାଇଁ ଏକ ଚାମୁଚ ଚିନି, ମହୁ ଓ ଅଲିଭ ତେଲ ଏବଂ ପେଟ୍ରୋଲିୟମ୍ ଜେଲି ନିଅନ୍ତୁ । ଏହି ସମସ୍ତ ସାମଗ୍ରୀକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ଧୀରେ ଧୀରେ ଓଠରେ ମାଲିସ କରନ୍ତୁ । କିଛି ସମୟ ପରେ ସାମାନ୍ୟ ଉଷୁମ ପାଣିରେ ଧୋଇ ନେଇ ତୁରନ୍ତ ଲିପ୍ ବାମ୍ ଲଗାନ୍ତୁ । ଏପରି କରିବା ଦ୍ବାରା ଓଠ ଖୁବ ଶୀଘ୍ର ନରମ ହୋଇଯାଏ । ସପ୍ତାହକୁ 2ଥର ଏହାକୁ କରିଲେ ଭଲ ଫଳାଫଳ ମିଳିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଲାପ ପାଖିୁଡ଼ା:
କିଛି ଗୋଲାପର ପାଖୁଡ଼ାକୁ କଞ୍ଚା କ୍ଷୀରରେ ବତୁରାଇ ଛାଡ଼ି ଦିଅନ୍ତୁ । ଏହାକୁ ପେଶି ଏକ ଚିକ୍କଣ ପେଷ୍ଟ ବନାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣ ଲିପ୍ ବାମ୍ ଭଳି ଲଗାଇପାରିବେ । ଏହି ମିଶ୍ରଣକୁ ଦୈନିକ 3ରୁ 4 ଥର ଓଠରେ ଲଗାଇଲେ, ଏହା ଓଠକୁ କୋମଳ ରଖିଥାଏ ।
ଲେମ୍ବୁ ରସ:
କିଛି ଲୋକଙ୍କ ଓଠ କଳା ପଡ଼ିଯାଏ । ସେମାନେ ଏକ ଚାମୁଚ ଲେମ୍ବୁ ରସରେ ମହୁକୁ ମିଶାଇ ଏହି ମିଶ୍ରଣକୁ ନିଜ ଓଠରେ ଲଗାଇ ଶୁଖିବାକୁ ଛାଡ଼ି ଦିଅନ୍ତୁ । ଏହା ପରେ ନିଜ ଓଠରେ ଏକ ପେଟ୍ରୋଲିୟମ୍ ଜେଲି ବା ବାମ୍ ଲଗାନ୍ତୁ । ଏପରି ବାରମ୍ବାର କରିବା ଦ୍ବାରା ଆପଣଙ୍କ ଓଠ ଶୁଖିବ ନାହିଁ ଏବଂ ରଙ୍ଗରେ ମଧ୍ୟ ପରିବର୍ତ୍ତନ ଦିଶିଥାଏ ।
ଡାଳିମ୍ବ ରସ:
ଏକ ଚାମଚ ମହୁ ଓ କିଛି ପରିମାଣର ଡାଳିମ୍ବ ରସକୁ ନେଇ ଭଲ ଭାବରେ ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ନିଜ ଓଠରେ ଲଗାନ୍ତୁ । ଏପରି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ । ଶୁଖିବା ପରେ ପାଣିରେ ଏହାକୁ ଧୋଇ ତୁରନ୍ତ ଲିପ୍ ବାମ୍ ଲଗାନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଓଠ ଲମ୍ବା ସମୟ ପର୍ଯ୍ୟନ୍ତ ଆର୍ଦ୍ର ରହିଥାଏ । ସେହିପରି ଏକ କାକୁଡ଼ିକୁ ଏହାର ଚୋପା ସହିତ ବାଟି ନିଅନ୍ତୁ । ଏହାର ରସକୁ ଓଠରେ ଲଗାନ୍ତୁ । 20 ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡନ୍ତୁ । ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।
ଘିଅ କିମ୍ବା ନଡିଆ ତେଲ ବ୍ୟବହାର କରନ୍ତୁ:
ଖରାଦିନେ ମଧ୍ୟ ଓଠରେ ଘିଅ ଲଗାଇପାରିବେ । ଏହା ଓଠକୁ ପୁଷ୍ଟିକର କରିଥାଏ । ଶୀତଦିନେ, ଓଠକୁ ଶୁଷ୍କତା ଏବଂ ଫାଟିବାରୁ ରକ୍ଷା କରିବା ପାଇଁ ନିୟମିତ ନଡିଆ ତେଲ ଲଗାନ୍ତୁ । ଭିତରରୁ ଓଠକୁ ଉଜ୍ୱଳ ଓ ଆର୍ଦ୍ର କରିବା ପାଇଁ ନାଭିରେ ନଡିଆ ତେଲ ମଧ୍ୟ ଲଗାଇ ପରିବେ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
Related Topics
Explore more stories