Videos
|
Lifestyle

ସିଲିଣ୍ଡରରେ କେତେ ଗ୍ୟାସ ଅଛି ଜାଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

Rashmita Mishra
Browse all articles by Rashmita Mishra
·1 year ago·2 min read
ସିଲିଣ୍ଡରରେ କେତେ ଗ୍ୟାସ ଅଛି ଜାଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

Key Points

ଗ୍ୟାସ କେତେ ଅଛି ଜାଣିବେ କେମିତି ?

ସିଲିଣ୍ଡରରେ କେତେ ଗ୍ୟାସ ବାକି ଅଛି ଏବଂ କେବେ ଯାଏଁ ଚାଲିବ ଗ୍ୟାସ୍

ଏବେ ସମସ୍ତଙ୍କ ଘରେ ଚୁଲି ଅପେକ୍ଷା ଗ୍ୟାସର ବ୍ୟବହାର ହେଉଛି । ପ୍ରତ୍ୟେକ ଲୋକ ଚୁଲି ରୋଷେଇ ଅପେକ୍ଷା ଗ୍ୟାସରେ ରୋଷେଇ କରୁଛନ୍ତି। ଟିକେ ଭାବନ୍ତୁ ଯଦି ହଠାତ୍ ସିଲିଣ୍ଡରରୁ ଗ୍ୟାସ ସରିଯାଏ, ତେବେ ଖାଇବା ରୋଷେଇ କେମିତି ହେବ । ତେଣୁ ପ୍ରାୟତଃ ଲୋକମାନେ ସିଲିଣ୍ଡର ଅର୍ଡର କରିଥିବା ତାରିଖକୁ ମନେ ରଖନ୍ତି। ଯାହାଦ୍ୱାରା ସିଲିଣ୍ଡରରେ କେତେ ଗ୍ୟାସ ବାକି ଅଛି ଏବଂ କେବେ ଯାଏଁ ଗ୍ୟାସ୍ ଚାଲିବ ତାହା ଆକଳନ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପଦ୍ଧତି ବିଷୟରେ କହିବାକୁ ଯାଉଛୁ ଯାହା ପରେ ଯଦି ଆପଣ ତାରିଖ ଭୁଲିଯାଆନ୍ତି, ତେବେ ଆପଣ ଚିନ୍ତା କରିବେ ନାହିଁ।

ଏହି ପଦ୍ଧତି ଅନୁସରଣ କରନ୍ତୁ: ପ୍ରଥମେ ଆପଣ ଏକ ସଫା କପଡାକୁ ଭଲ ଭାବରେ ଓଦା କରନ୍ତୁ। ଏବେ ଏହି ଓଦା କପଡାକୁ ସିଲିଣ୍ଡର ଚାରିପାଖରେ ଗୁଡ଼ାନ୍ତୁ।
କପଡାକୁ ପ୍ରାୟ ପାଞ୍ଚ ମିନିଟ୍ ପାଇଁ ସିଲିଣ୍ଡରରେ ଗୁଡ଼ାଇ ରଖନ୍ତୁ ଏବଂ ତାପରେ କପଡାକୁ କାଢି ଦେଖନ୍ତୁ। ସିଲିଣ୍ଡରର ଯେଉଁ ଅଂଶ ଶୁଖିଯିବ ସେଠି ଗ୍ୟାସ ନାହିଁ ଏବଂ ସିଲିଣ୍ଡରର ଯେଉଁ ଅଂଶ ଓଦା ରହିବ ସେତିକି ଯାଏଁ ଗ୍ୟାସ୍ ଅଛି।

ଏହା ପଛର ବିଜ୍ଞାନ କ’ଣ କୁହେ: ସିଲିଣ୍ଡରରେ ଯେଉଁ ଗ୍ୟାସ ଅଛି ଏହା ଥଣ୍ଡା । ସିଲିଣ୍ଡରର ଯେଉଁ ଅଂଶରେ ଗ୍ୟାସ ରହିବ ନାହିଁ, ସେହି ଅଂଶ କପଡାର ପାଣି ଶୋଷି ନେବ। ସିଲିଣ୍ଡରର ଯେଉଁ ଅଂଶରେ ଗ୍ୟାସ ରହିବ, ସେହି ଅଂଶ ଥଣ୍ଡା ରହିବ ଯାହା ଯୋଗୁଁ କପଡା ଶୀଘ୍ର ଶୁଖିବ ନାହିଁ।

ଏହା ବ୍ୟତୀତ ଆପଣ ଗ୍ୟାସ ସିଲିଣ୍ଡରର ଓଜନ ଦ୍ୱାରା ମଧ୍ୟ ଗ୍ୟାସ ଅନୁମାନ କରିପାରିବେ। ଯଦି ସିଲିଣ୍ଡର ଓଜନ ଲାଗେ ତେବେ ସିଲିଣ୍ଡରରେ ଗ୍ୟାସ ଅଛି କିନ୍ତୁ ଯଦି ସିଲିଣ୍ଡର ହାଲୁକା ଲାଗେ ତେବେ ସିଲିଣ୍ଡରରେ କମ୍ ଗ୍ୟାସ ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: