ଆଜିକାଲିକା ବ୍ୟସ୍ତବହୁଳ ସମୟରେ ସମ୍ପର୍କକୁ କିପରି ଦୀର୍ଘସ୍ଥାୟୀ କରିବେ

Key Points
ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବାକୁ ଉଭୟଙ୍କୁ ବୁଝିବାକୁ ପଡ଼ିବ
ପୁରୁଣା ଝଗଡାକୁ ନେଇ ନିଜ ବୈବାହିକ ଜୀବନ ମଧ୍ୟକୁ ଆଣନ୍ତୁ ନାହିଁ
ନଚେତ ଏକ ସୁନ୍ଦର ସମ୍ପର୍କକୁ ଭାଙ୍ଗିବାକୁ ବେଶୀ ସମୟ ଲାଗିବନି
କୌଣସି ସମ୍ପର୍କର ମୂଳଦୁଆ ଆରମ୍ଭ ହୋଇଥାଏ ପ୍ରେମ ଏବଂ ବିଶ୍ବାସକୁ ନେଇ। ଯଦି ଏହି ଦୁଇଟିରୁ କୌଣସିଟିରେ ବି ଊଣା ହୁଏ ତେବେ ସମ୍ପର୍କ ଆଗକୁ ବଢ଼ି ନ ଥାଏ। ଆଉ ଏକଥା ସମସ୍ତେ ଜାଣିଛନ୍ତି। ଆଜିକାଲିକା ବ୍ୟସ୍ତବହୁଳ ସମୟରେ ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବାକୁ ଉଭୟଙ୍କୁ ବୁଝିବାକୁ ପଡ଼ିବ। ନ ହେଲେ ସମ୍ପର୍କ ଗୋଟିଏ ଝଟକାରେ ଭାଙ୍ଗିଯାଏ। ଆପଣ ଭାବୁଥିବେ ନା ମୁଁ ସମ୍ପର୍କକୁ ନେଇ ଆଜି ଏମିତି ଜ୍ଞାନ ଦେଉଛି। ମୁଁ ଆପଣଙ୍କୁ ଆପଣଙ୍କ ରିଲେଶନସିପ କେମିତି ଚାଲିଛି ଦୁଇ ମିନିଟ ଆଖି ବନ୍ଦ କରି ଭାବିବା ପାଇଁ କହୁଛି। ତା'ପରେ ନିଶ୍ଚିତ ଆପଣ ପ୍ରଶ୍ନର ଉତ୍ତର ପାଇଯିବେ। ଏବେ ଯେଉଁ ସମ୍ପର୍କ ଦେଖ ସବୁଠି ପଜେଜିଭ। ଝଗଡ଼ା କିନ୍ତୁ କାହିଁକି କହିଲେ କାରଣ ଆମେ ଭାବନ୍ତି ଯେ, ଗୋଟିଏ ସମ୍ପର୍କ ଯଦି ବହୁ ଦିନର ହୋଇଯାଏ ତା'ପରେ ଆମେ ସେହି ସମ୍ପର୍କକୁ ଅଣଦେଖା କରନ୍ତି ଯେଉଁଥିପାଇଁ ରିଲେଶନସିପ ମଧ୍ୟରେ ମତାନ୍ତର ଏବଂ ମନାନ୍ତର ଘଟେ।
ବିବାହ ପରେ ପ୍ରାୟ ନିୟୁଲି ମ୍ୟାରେଡ କପଲଙ୍କୁ ନୂଆ ନୂଆ ଚ୍ୟାଲେଞ୍ଜର ସାମ୍ନା ହେବାକୁ ପଡ଼ିଥାଏ। ଏକାସାଙ୍ଗରେ ହଠାତ ଜଣେ ଆଉ ଜଣଙ୍କ ଜୀବନରେ ପ୍ରବେଶ କରିଥିବାରୁ ଦୁହିଁଙ୍କୁ adjust କରିବାକୁ ସମୟ ଲାଗେ। ତେବେ ଖାଲି ଆରେଞ୍ଜ ମ୍ୟାରେଞ୍ଜରେ ପ୍ରୋବ୍ଲେମ ଆସେ ସେମିତି ନୁହେଁ ଲଭ ମ୍ୟାରେଜରେ ମଧ୍ୟ ବହୁତ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ତେବେ ଆମେ ଯଦି ସବୁବେଳେ ଭାଙ୍ଗି ନ ପଡ଼ି ପରିସ୍ଥିତି ସହ ଖାପଖୁଆଇବାକୁ ଚେଷ୍ଟା କରିବା ତାହାଲେ ଦେଖିବେ ଆପଣଙ୍କ ସବୁ ସମ୍ପର୍କ ସୁନ୍ଦର ଭାବେ ଗତି କରିବ। ଦିନକୁ ଦିନ ଛାଡ଼ପତ୍ର ସହ ଏକୁଟିଆ ରହିବା ମାମଲା ବଢ଼ି ବଢ଼ି ଚାଲିଛି। ଯାହାର କାରଣ ତ ବହୁତ ରହିଛି। ଗୋଟିଏ କାରଣ ହେଉଛି ଆଜିକାଲିକା କପଲ ନିଜ ରିଲେଶନସିପକୁ ନେଇ ଓଭର ସ୍ମାର୍ଟ ଏବଂ ଇଣ୍ଡିପେଣ୍ଡେଣ୍ଟ ହୋଇଥାନ୍ତି। ଯେଉଁଥିପାଇଁ ଛୋଟ ଛୋଟ କଥାରେ ବି କମ୍ପରମାଇଜ କରିବାକୁ ନାରାଜ।
📱 Get Argus News App
✨ଯଦି ସମ୍ପର୍କ ମଧ୍ୟରେ ଭଲ ପାଇବା ନ ମିଳୁଛି ବହୁ କର୍ପୋରେଟ ସେକ୍ଟରରେ ଆପଣ ଦେଖିବେ extra marital affair ଚାଲିଛି। ଆଜି ଆମେ ଆପଣଙ୍କୁ ଇନସିକ୍ବରିଟି ବିଷୟରେ କିଛି ଇନଫର୍ମେଶନ ଦେବୁ ଭେବୁଛି ଆପଣ ଯଦି ଏହାକୁ ଆପଣଙ୍କ ରିଲେଶନସିପରେ କନେକ୍ଟ କରୁଛନ୍ତି ନିଶ୍ଚିତ ଆପଣଙ୍କ ସମ୍ପର୍କରେ ସୁଧାର ଆସିବ ପୁରୁଣା ଝଗଡାକୁ ନେଇ ନିଜ ବୈବାହିକ ଜୀବନ ମଧ୍ୟକୁ ଆଣନ୍ତୁ ନାହିଁ। କାରଣ ପୁରୁଣା କଥା ବାରମ୍ବାର ଆଣିଲେ ନିଶ୍ଚିତ ଏକ ବଡ଼ ଝଗଡ଼ା ହୋଇଥାଏ। ଯାହାର ବୋଧେ କିଛି ମୂଲ୍ୟ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନ୍ୟମାନଙ୍କୁ priority ଦେବା ଭଲ କଥା କିନ୍ତୁ ଯଦି ଆପଣଙ୍କ ପାର୍ଟନର ନିଜଠୁ ବି ଅଧିକ ଆପଣଙ୍କୁ ଭଲ ପାଇବା ସହ ଆପଣଙ୍କର କେୟାର କରୁଛି। ତାହାଲେ ତାର ଭଲ ପାଇବା ଆପଣଙ୍କୁ ବୁଝିବାକୁ ପଡ଼ିବ। ନଚେତ ଏକ ସୁନ୍ଦର ସମ୍ପର୍କକୁ ଭାଙ୍ଗିବାକୁ ବେଶୀ ସମୟ ଲାଗିବନି।