Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ବିନା ଓଭନ ବିନା ଅଣ୍ଡାରେ ସହଜରେ ପ୍ରସ୍ତୁତ କରନ୍ତୁ ଚକୋଲେଟ ଇଡଲି , ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବିନା ଓଭନ ବିନା ଅଣ୍ଡାରେ ସହଜରେ ପ୍ରସ୍ତୁତ କରନ୍ତୁ ଚକୋଲେଟ ଇଡଲି , ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ...

Key Points

ନିଜ ଘରେ ଆପଣ ଅତି ସହଜରେ ପିଲାଙ୍କ ପାଇଁ ଚକୋଲେଟ ଇଡଲି ବନାଇ ପାରିବେ , ଯାହା ପିଲାମାନଙ୍କୁ ବେଶ ପସନ୍ଦ ଆସିବ । ଏହାକୁ ଆପଣ ପିଲାଙ୍କୁ ଟିଫିନ୍ କରି ମଧ୍ୟ ଦେଇପାରିବେ ।

ଇଡଲି ପିଲାଠୁ ବୁଢାଯାଏଁ ସମସ୍ତଙ୍କ ପସନ୍ଦ । ଏହାକୁ ଆପଣ ସକାଳ ଜଳଖିଆ ହେଉ କିମ୍ବା ମଧ୍ୟାହ୍ନ ଭୋଜନ କି ରାତ୍ରୀ ଭୋଜନ ସବୁ ସମୟରେ ଖାଇପାରିବେ । କିନ୍ତୁ ବିଶେଷ ଭାବେ ଛୋଟପିଲାଙ୍କ କଥା ଯଦି କୁହାଯାଏ, ତେବେ ଛୋଟପିଲା ଚକୋଲେଟ ଫ୍ଲେଭରର ବେଶି ଖାଦ୍ୟ ଖାଇବା ପସନ୍ଦ କରିଥାନ୍ତି । ତେଣୁ ସକାଳୁ ଯଦି ଆପଣ ଇଡଲିରେ ଚକୋଲେଟ ଫ୍ଲେଭର ଦେଇ ତିଆରି କରିବେ, ତେବେ ପିଲା ଖାଇବାକୁ ବେଶି ପସନ୍ଦ କରିବେ । ଆଉ ତାହା ବି ବିନା ମାଇକ୍ରୋଓଭନ ଏବଂ ବିନା ଅଣ୍ଡାରେ । ହଁ ଆଜ୍ଞା , ନିଜ ଘରେ ଆପଣ ଅତି ସହଜରେ ପିଲାଙ୍କ ପାଇଁ ଚକୋଲେଟ ଇଡଲି ବନାଇ ପାରିବେ , ଯାହା ପିଲାମାନଙ୍କୁ ବେଶ ପସନ୍ଦ ଆସିବ । ଏହାକୁ ଆପଣ ପିଲାଙ୍କୁ ଟିଫିନ୍ କରି ମଧ୍ୟ ଦେଇପାରିବେ । ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଚକୋଲେଟ ଇଡଲି ଏବଂ ଏଥିପାଇଁ କେଉଁ କେଉଁ ସାମଗ୍ରୀର ଆବଶ୍ୟକତା ରହିଛି ।

ପ୍ରସ୍ତୁତି ସାମଗ୍ରୀ :
୧- ୧ କପ୍ ମଇଦା
୨- ୩ଟି ବଡ ଚାମୁଚ କୋକୋ ପାଉଡର
୩- ଅଧ କପ୍ ଚିନି
୪- ଅଧ ଚାମୁଚ ବେକିଙ୍ଗ ସୋଡା
୫- ଅଧ ଚାମୁଚ ବେକିଙ୍ଗ ପାଉଡର
୬-୧/୪ କପ୍ ତେଲ
୭- ଏକ ଚାମୁଚ ଭାନିଲା ଏସେନ୍ସ
୮-ଏକ ଚାମୁଚ ଲେମ୍ବୁ ରସ
୯- ଏକ କପ କ୍ଷୀର

ଚକୋ ଇଡଲି ପ୍ରସ୍ତୁତ କରିବାର ପ୍ରଣାଳୀ ;

ଏହି ଚକୋଲେଟ ଇଡଲି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ମଇଦା, କୋକୋ ପାଉଡର, ଚିନି, ବେକିଙ୍ଗ ସୋଡା ଏବଂ ବେକିଙ୍ଗ ପାଉଡର ମିଶାଇ ଦିଅନ୍ତୁ । ଆଉ ଏକ କପ୍‌ରେ କ୍ଷୀର , ତେଲ , ଭାନିଲା ଏସେନ୍ସ , ଏବଂ ଲେମ୍ବୁ ରସ ମିଶାଇ ରଖନ୍ତୁ । ଏବେ ଦୁଇଟି ଯାକ ପାତ୍ରରେ ସମସ୍ତ ସାମଗ୍ରୀକୁ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଘୋଳ ଯେପରି ଅଧିକ ପତଳା ନହୁଏ ସେଥିପ୍ରତି ଧ୍ୟାନ ରଖନ୍ତୁ । ଏହାପରେ ଇଡଲି ଛାଞ୍ଚ ନିଅନ୍ତୁ, ଏଥିରେ ତେଲ ଲଗାଇ ଏହି ବ୍ୟାଟରକୁ ସେଥିରେ ଦେଇ ଫୁଲ କରନ୍ତୁ । ଏହାପରେ ଏହାକୁ ବନ୍ଦ କରି ୧୦ରୁ ୧୫ ମିନିଟ ଯାଏଁ ଏହି ଇଡଲି ଷ୍ଟାଣ୍ଡରେ ରଖି ଗରମ କରନ୍ତୁ । ଏହା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଚକୋ ଇଡଲି କେକ୍ । ଏହାପରେ ଏହାକୁ ଆପଣ କୌଣସି ଚଟନି କିମ୍ବା ଖାଲି ମଧ୍ୟ ଖାଇପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How to make chocolate idli easily without oven and without eggs, know the preparation method | Argus News