Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେମିକାଲ ନୁହେଁ, ପତ୍ରରେ ତିଆରି ପ୍ୟାକ ଲଗାନ୍ତୁ...

Lifestyle

କେମିକାଲ ନୁହେଁ, ପତ୍ରରେ ତିଆରି ପ୍ୟାକ ଲଗାନ୍ତୁ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
କେମିକାଲ ନୁହେଁ, ପତ୍ରରେ ତିଆରି ପ୍ୟାକ ଲଗାନ୍ତୁ...

ସୁନ୍ଦର ଦିଶିବାକୁ କିଏ ବା ନଚାହେଁ। ସେଥିପାଇଁ ତ ଝିଅମାନେ ଅଧିକ ମେକଅପ ହେବାକୁ ପସନ୍ଦ ବି କରନ୍ତି। ସେତିକି ନୁହେଁ, ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ମୁହଁରେ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆମ ଘରେ ଥିବା କିଛି ଏପରି ପତ୍ର ଦ୍ୱାରା ଆମ ମୁହଁ ଚିକ୍କଣ ଏବଂ ଗ୍ଲୋ କରିବ। ଯାହା ମାର୍କେଟରେ କେମିକାଲ ଠାରୁ ବେଶ ଲାଭଦାୟକ ହେବ। ଓଲଟା ଏଥିରେ ଥିବା କେମିକାଲ ତ୍ୱଚାର କ୍ଷତି କରିଥାଏ। ଆଜି ଆପଣଙ୍କୁ ପ୍ରାକୃତିକ ଉପାୟରେ କିପରି ତ୍ୱଚାର ଯତ୍ନ ନେବେ ଜାଣିନିଅନ୍ତି।

ତୁଳସୀପତ୍ର:
ତୁଳସୀପତ୍ର କୌଣସି ସ୍କିନ୍‌ ସମସ୍ୟା ହେବାକୁ ଦିଏ ନାହିଁ। ଆପଣ ଏହାକୁ ସ୍କିନ୍‌ କେୟାର ଲାଗି ବ୍ୟବହାର କରିପାରିବେ। ତୁଳସୀର ପତ୍ରରେ ଔଷଧୀୟ ଗୁଣ ଥିବା କାରଣରୁ ଏହା ବରଦାନଠୁ ବି କମ୍‌ ନୁହେଁ।

ନିମ୍ବପତ୍ର:
ତ୍ୱଚାରେ ଚମକ ଆଣିବା ପାଇଁ ନିମ୍ବପତ୍ର ଏକ ପ୍ରାକୃତିକ ଉପଚାରର ଏକ ଅନ୍ୟତମ ମାଧ୍ୟମ। ଏହା ତ୍ୱଚାଜନିତ କେତେକ ସମସ୍ୟା ଦୂରକରିଥାଏ। ଯଦି ଆପଣ ଏହାକୁ ନିଜ ସ୍କିନ୍‌ କେୟାରରେ ସାମିଲ କରିନିଅନ୍ତି ତେବେ ମୁହଁରେ ଚିହ୍ନ ,ଦାଗ,ବ୍ରଣ ଭଳି ସମସ୍ୟା ମୂଳରୁ ସଫା ହୋଇଯିବ।

ଗୋଲାପ ପତ୍ର:
ଗୋଲାପ ପତ୍ର ତ୍ୱଚା ଲାଗି ବହୁତ ଲାଭକାରୀ । ଏହାର ବ୍ୟବହାର ତ୍ୱଚାକୁ ସପ୍ଟ ଏବଂ ଚମକଦାର କରିଥାଏ। ଏହା ବ୍ୟତୀତ ମୁହଁର ହଜିଯାଇଥିବା ରଙ୍ଗ ଫେରିପାଇବେ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How to Use Tulsi to Get Glowing, Radiant Skin | Argus News