Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ମୁଁ ଜିଲାପି...କିନ୍ତୁ ମୁଁ ଭାରତୀୟ ନୁହେଁ

Rashmita Mishra
Browse all articles by Rashmita Mishra
·10 months ago·2 min read
ମୁଁ ଜିଲାପି...କିନ୍ତୁ ମୁଁ ଭାରତୀୟ ନୁହେଁ

Key Points

ଜିଲାପିର ଇତିହାସ ପଶ୍ଚିମ ଏସିଆ ସହିତ ଜଡ଼ିତ। ଐତିହାସିକମାନେ ମତ ଦିଅନ୍ତି ଯେ, ପଶ୍ଚିମ ଏସିଆର ସବୁଠାରୁ ପୁରାତନ ଏକ ଆରବୀ ରୋଷେଇ ପୁସ୍ତକ 'କିତାବ୍ ଅଲ୍-ତାବିଖ୍'ରେ ଏହି ଶବ୍ଦ ମିଳିଛି। ଏଥିରେ "ଜଲାବିୟା" ନାମକ ଏକ ମିଠା ତିଆରି କରିବାର ବିଧି ବର୍ଣ୍ଣନା ହୋଇଛି

ମୁଁ ଜିଲାପି... ମୋ ନାଁ ଶୁଣିଲେ ସମସ୍ତଙ୍କ ପାଟିରୁ ଲାଳ ବୁହେ... ମୋ ନାଁ ଯେମିତି ସୁନ୍ଦର...ମୁଁ ଦେଖିବାକୁ ସେମିତି ଗୋଲ ଗୋଲ ରଙ୍ଗ ବେରଙ୍ଗୀ... ସ୍ୱାଦ କଥା ତ ଜମା ପଚାରନି....ସେ କଥା ତ ସମସ୍ତଙ୍କୁ ଜଣା... ହେ ମୋତେ ଭାରି ଖରାପ ଲାଗୁଛି ମୋ ନିଜ ପ୍ରଶଂସା ମୁଁ ନିଜେ ଆଉ କଣ କରିବି। ଏହି ବର୍ଷା ପାଗରେ ଟିକେ ମନେ ପକାଇଲେ ଗରମା ଗରମ ସିରା ବୁଡ଼ିଥିବା ଜିଲାପି କଥା... ମନେ ପଡ଼ିଲେ ପାଟି ବି ମିଠା ହୋଇଯାଉଥିବ। ମୁଁ ଜୋର ଦେଇ କହିପାରିବି ଏମିତି କେହି ନଥିବେ ଯିଏ ମୋର ଦିୱାନା ନଥିବେ। ଭାରତରେ ମୋତେ ଖାଇବାର ସଉକ ସମସ୍ତେ ରଖନ୍ତି। କିନ୍ତୁ ଜାଣିଛନ୍ତି କି ନାହିଁ ମୁଁ ଭାରତୀୟ ନୁହେଁ...। ଆଶ୍ଚର୍ଯ୍ୟ ହୁଅନ୍ତୁନି ମ ଆସନ୍ତୁ ମୋ ବିଷୟରେ ଜାଣିବା।

ଜିଲାପିର ଇତିହାସ ପଶ୍ଚିମ ଏସିଆ ସହିତ ଜଡ଼ିତ। ଐତିହାସିକମାନେ ମତ ଦିଅନ୍ତି ଯେ, ପଶ୍ଚିମ ଏସିଆର ସବୁଠାରୁ ପୁରାତନ ଏକ ଆରବୀ ରୋଷେଇ ପୁସ୍ତକ 'କିତାବ୍ ଅଲ୍-ତାବିଖ୍'ରେ ଏହି ଶବ୍ଦ ମିଳିଛି। ଏଥିରେ "ଜଲାବିୟା" ନାମକ ଏକ ମିଠା ତିଆରି କରିବାର ବିଧି ବର୍ଣ୍ଣନା ହୋଇଛି । ତେବେ ଆରବ ଶବ୍ଦ "ଜଲାବିୟା" ଶବ୍ଦରୁ ହିଁ "ଜିଲାପି" ଶବ୍ଦର ଉତ୍ପତ୍ତି ହୋଇଛି ବୋଲି ବିଶ୍ୱାସ କରାଯାଉଛି । ଏହି ମିଠା ସେତେବେଳେ ଇରାନ ଏବଂ ଅନ୍ୟ ଆରବ ଦେଶମାନଙ୍କରେ ରମଜାନ ଓ ଅନ୍ୟ ପର୍ବପର୍ବାଣି ସମୟରେ ଖୁବ୍ ଲୋକପ୍ରିୟ ଥିଲା । ଏହି ମିଠା ସେଠାରେ 'ଜୁଲବିୟା' ବା 'ଜଲିବିୟା' ନାମରେ ପରିଚିତ। ଜିଲାପିକୁ ପ୍ରଥମ ଥର ପଶ୍ଚିମ ଏସିଆର ଇରାନରେ ତିଆରି କରାଯାଇଥିଲା। ଏବ ପ୍ରଶ୍ନ ଉଠୁଛି ଯେ, ଜିଲାପି ଭାରତକୁ କେମିତି ଆସିଲା।


ମଧ୍ୟଯୁଗରେ, ପର୍ସିଆନ୍ ଏବଂ ତୁର୍କୀ ବଣିକ, କାରିଗର ଏବଂ ଆକ୍ରମଣକାରୀମାନେ ଯେତେବେଳେ ଭାରତକୁ ଆସିଲେ ସେମାନେ ନିଜ ସାଙ୍ଗରେ ନିଜର ସଂସ୍କୃତି, ପରମ୍ପରା ଏବଂ ଖାଦ୍ୟପେୟ ମଧ୍ୟ ଆଣିଥିଲେ। ଏହିପରି ଭାବେ "ଜଲାବିୟା" ଭାରତରେ ପହଞ୍ଚିଲା । ଆଉ ସମୟକ୍ରମେ ଏହାର ନାଁ "ଜିଲାପି" ହୋଇଥିଲା। ଜିଲାପି ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ନାଁରେ ଜଣା ଯାଇଥାଏ। କନ୍ତୁ ଭାରତରେ ଏହାର ନାଁ ଜିଲାପି । ଏହି ଜିଲାପି ଭାରତରେ ପହଞ୍ଚି ଲୋକଙ୍କ ହୃଦୟରେ ଜିଣିଥିଲା । ଆଜି ଜିଲାପି କେବଳ ଏକ ମିଠା ନୁହେଁ, ବରଂ ଏହା ଭାରତର ସଂସ୍କୃତି ଏବଂ ଭାରତୀୟଙ୍କ ଇମୋସନ୍ ସହ ଜଡ଼ିତ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
I Am Jalebi, But Not Indian | Argus News | Argus News