Marriage Tips / ବିବାହ ପାଇଁ ସଠିକ୍ ବୟସ ଫରକ ? କେତେ ବୟସର ବ୍ୟବଧାନରେ ଅଧିକ ଝଗଡ଼ା ହୁଏ ଜାଣନ୍ତୁ...

Key Points
କମ୍ ବୟସର ବ୍ୟବଧାନରେ ଅଧିକ ଝଗଡ଼ା ।
୫ ରୁ ୭ ବର୍ଷର ବ୍ୟବଧାନ ଆଦର୍ଶ ।
ଅଧିକ ବୟସ ବ୍ୟବଧାନର ଲାଭ ।
ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି । ସାଧାରଣତଃ ବୈବାହିକ ସମ୍ପର୍କରେ ସ୍ୱାମୀଙ୍କ ବୟସ ସ୍ତ୍ରୀଙ୍କ ଠାରୁ କିଛି ବର୍ଷ ଅଧିକ ରହିବା ଆମ ସମାଜରେ ଦେଖିବାକୁ ମିଳେ । କିନ୍ତୁ ଏହି ବୟସ ବ୍ୟବଧାନ ପ୍ରକୃତରେ କେତେ ହେବା ଉଚିତ୍ ଏବଂ ଏକ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆଦର୍ଶ ବୟସ ବ୍ୟବଧାନ କ'ଣ ହେବା ଦରକାର ? ଏହାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ।
ଏକ ଭଳ ବିବାହ ପାଇଁ କିଛି ପ୍ରମୁଖ କଥା...
କମ୍ ବୟସର ବ୍ୟବଧାନରେ ଅଧିକ ଝଗଡ଼ା
ଯଦି ବୟସର ଫରକ ମାତ୍ର ୧ ରୁ ୨ ବର୍ଷ ହୋଇଥାଏ, ତେବେ ଦମ୍ପତିଙ୍କ ମଧ୍ୟରେ ଅଧିକ ଝଗଡ଼ା ବା ମତଭେଦ ଦେଖାଦେବାର ସମ୍ଭାବନା ଥାଏ । କାରଣ ଉଭୟ ସମାନ ଜୀବନସ୍ତର ଦେଇ ଗତି କରୁଥିବାରୁ ସେମାନଙ୍କ ମଧ୍ୟରେ ଅହଂକାର ଏବଂ ଜିଦ୍ ସମାନ ପରିମାଣରେ ଥାଏ ।
୫ ରୁ ୭ ବର୍ଷର ବ୍ୟବଧାନ ଆଦର୍ଶ
ଗବେଷଣାରୁ ଜଣାପଡିଛି ଯେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ୫ ରୁ ୭ ବର୍ଷର ବୟସ ବ୍ୟବଧାନକୁ ସାଧାରଣତଃ ଏକ ଭଲ ଲକ୍ଷଣ ବୋଲି କୁହାଯାଏ । ବୟସରେ ବହୁତ ଅଧିକ ଫରକ ଥିଲେ ଦୃଷ୍ଟିକୋଣ ଓ ଚିନ୍ତାଧାରାରେ ଭିନ୍ନତା କାରଣରୁ ବୈବାହିକ ସମସ୍ୟା ଦେଖାଦେବାର ଆଶଙ୍କା ଥାଏ । ଅନ୍ୟପକ୍ଷରେ, ଉଭୟଙ୍କର ପସନ୍ଦ ଏବଂ ରୁଚି ଯେପରିକି ଟିଭି ସୋ', ଖାଦ୍ୟପେୟ କିମ୍ବା ବୁଲାବୁଲି ସମାନ ଥିଲେ ସମ୍ପର୍କ ଅଧିକ ମଜବୁତ୍ ହୋଇଥାଏ ।
ଅଧିକ ବୟସ ବ୍ୟବଧାନର ଲାଭ
ଏକ ସନ୍ତୁଳିତ ବୟସ ବ୍ୟବଧାନ ଥିଲେ ପାରସ୍ପରିକ ବୁଝାମଣା ଭଲ ରହେ । ବୟସ୍କ ସ୍ୱାମୀ ନିଜ ସାନ ସ୍ତ୍ରୀର ଭୁଲକୁ କ୍ଷମା କରିବାର ଧୈର୍ଯ୍ୟ ରଖିଥାନ୍ତି ଏବଂ ସେହିପରି ସ୍ତ୍ରୀ ମଧ୍ୟ ନିଜଠାରୁ ବଡ଼ ସ୍ୱାମୀଙ୍କ କଥାକୁ ଧ୍ୟାନର ସହ ଶୁଣନ୍ତି ଏବଂ ସମ୍ମାନ ଦିଅନ୍ତି ।
ପରିପକ୍ୱତା (Maturity)ଏବଂ ବିବାହ ବୟସ
ପୁଅମାନଙ୍କୁ ୨୫ ବର୍ଷରୁ କମ୍ ବୟସରେ ବିବାହ ନକରିବାକୁ ପରାମର୍ଶ ଦିଆଯାଏ, କାରଣ ସେହି ବୟସରେ ସେମାନଙ୍କଠାରେ ପାରିବାରିକ ଦାୟିତ୍ୱ ତୁଲାଇବା ପାଇଁ ଆବଶ୍ୟକ ପରିପକ୍ୱତା ନଥାଇପାରେ । ବିପରୀତ ପକ୍ଷରେ, ୨୧ ବର୍ଷ ବୟସ ବେଳକୁ ଝିଅମାନେ ସମାନ ବୟସର ପୁଅମାନଙ୍କ ତୁଳନାରେ ଅଧିକ ମାନସିକ ପରିପକ୍ୱତା ଦେଖାଇଥାନ୍ତି ।
୫ ରୁ ୭ ବର୍ଷର ବୟସ ବ୍ୟବଧାନ ଏକ ଆଦର୍ଶ ବିବାହର ମୂଳଦୁଆ ହୋଇପାରେ । ଗବେଷଣା ଏହା ମଧ୍ୟ ଦର୍ଶାଏ ଯେ ମହିଳାମାନେ ସାଧାରଣତଃ ନିଜଠାରୁ ବୟସ୍କ ପୁରୁଷଙ୍କୁ ପସନ୍ଦ କରୁଥିବା ବେଳେ, ପୁରୁଷମାନେ କମ୍ ବୟସର ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି । ତେବେ ଶେଷରେ, ଏକ ସଫଳ ବିବାହ କେବଳ ବୟସ ଉପରେ ନୁହେଁ, ବରଂ ଉଭୟଙ୍କ ମଧ୍ୟରେ ଥିବା ପ୍ରକୃତ ଭଲପାଇବା, ଉତ୍ତମ ବ୍ୟବହାର ଏବଂ ପାରସ୍ପରିକ ବୁଝାମଣା ଉପରେ ହିଁ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିଥାଏ ।
📱 Get Argus News App
✨Related Topics
Explore more stories