Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅମାବାସ୍ୟାରେ ପିଲା ଜନ୍ମ ହେଲେ ପିଲା ଉପରେ କେଉଁ ପ୍ରଭାବ ପଡିଥାଏ ?

Lifestyle

ଅମାବାସ୍ୟାରେ ପିଲା ଜନ୍ମ ହେଲେ ପିଲା ଉପରେ କେଉଁ ପ୍ରଭାବ ପଡିଥାଏ ?

Rashmita Mishra
Browse all articles by Rashmita Mishra
·1 year ago·2 min read
ଅମାବାସ୍ୟାରେ ପିଲା ଜନ୍ମ ହେଲେ ପିଲା ଉପରେ କେଉଁ ପ୍ରଭାବ ପଡିଥାଏ ?

ପ୍ରତ୍ୟେକ ମଣିଷ କିଛି କଥାକୁ ନେଇ ଶୁଭ ଏବଂ ଅଶୁଭ ନିଶ୍ଚୟ ବିଚାର କରୁଥିବେ । ଏହା ସହିତ ଆପଣ ଅମାବାସ୍ୟା ଏବଂ ପୂର୍ଣ୍ଣିମାକୁ ତିଥିକୁ ମଧ୍ୟ ମାନୁଥିବେ । ତେବେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ କି ପୂର୍ଣ୍ଣିମାରେ ଜନ୍ମ ନେଇଥିବା ପିଲାଙ୍କୁ ବହୁତ ଶୁଭ ଏବଂ ଅମାବାସ୍ୟାରେ ଜନ୍ମ ନେଇଥିବା ପିଲାଙ୍କୁ ଅଶୁଭ ବୋଲି କୁହନ୍ତି । କାରଣ ଏହି ଅମାବାସ୍ୟାରେ ଦେବତା ମାନଙ୍କ ଶକ୍ତି କମିଯାଏ ଏବଂ ନକରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି କୁହାଯାଇଥାଏ ।


ହେଲେ ଏହି କଥାରେ କେତେ ଯେ ସତ୍ୟତା ରହିଛି ତାହା କ’ଣ ଆପଣ ମାନେ ଜାଣନ୍ତି ? କାରଣ ଆମ ଓଡ଼ିଆ ପାଞ୍ଜି ହିସାବରେ ସବୁଦିନର କିଛି ଶୁଭ ବେଳା ଏବଂ କିଛି ଅଶୁଭ ବେଳା ରହିଥାଏ ତାହା ପୂର୍ଣ୍ଣିମା ହେଉ କିମ୍ବା ଅମାବାସ୍ୟାରେ ହେଉ । ତେବେ ଅମାବାସ୍ୟାକୁ ସମ୍ପୂର୍ଣ୍ଣ ଖରାପ ଦିନ କହିବା ଭୁଲ ଅଟେ ।


ତେବେ ଏହା ଛଡା କିଛି ଲୋକ କୁହନ୍ତି କି ଅମାବାସ୍ୟାରେ ଜନ୍ମ ନେଇଥିବା ଝିଅ ଉଆଁସୀ କନ୍ୟା ହୋଇଥାଏ ଏବଂ ସେ ବହୁତ ଶୀଘ୍ର ବିଧବା ହୋଇ ଯାଏ । ଜଣେ ମହିଳା ଅକ୍ଷୟ ତୃତୀୟା ଭଳି ବହୁତ ଶୁଭ ଦିନରେ ଜନ୍ମ ହୋଇଥିଲେ । ହେଲେ ସେ ମଧ୍ୟ ଶୀଘ୍ର ବିଧବା ହୋଇ ଯାଇଥିଲେ । ସେ ତ ଅମାବାସ୍ୟାରେ ଜନ୍ମ ହୋଇ ନଥିଲେ ତଥାପି ଏହା କିପରି ସମ୍ଭବ ହୋଇ ପାରିଲା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଆମର ଦେବ ଦୀପାବଳି ମଧ୍ୟ ଅମାବାସ୍ୟାରେ ପଡେ ଏହା ଛଡା ବକୁଳ ଲାଗି ଅମାବାସ୍ୟା, ତ୍ରିବେଣି ଅମାବାସ୍ୟା ଯେଉଁ ଦିନ ମାଆ ବିରଜା ଜନ୍ମ ହୋଇଛନ୍ତି । ମଧୁ ଅମାବାସ୍ୟା ଯେଉଁ ଦିନ ବାସନ୍ତି ଦୁର୍ଗା ପୂଜା ଆରମ୍ଭ ହୋଇଥାଏ । ରୁକ୍ମିଣୀ ଅମାବାସ୍ୟା ଯେଉଁ ଦିନ ଶନିଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଏ । ସାବିତ୍ରୀ ଅମାବାସ୍ୟା, ଉଭା ଅମାବାସ୍ୟା, ଚିତାଲାଗି ଅମାବାସ୍ୟା, ମହାଳୟା ଅମାବାସ୍ୟା, ଦୀପାବଳି ଅମାବାସ୍ୟା ଆଦି ।


ଏହି ସବୁ ଅମାବାସ୍ୟାରେ ସବୁ ଭଲ କାର୍ଯ୍ୟ ହିଁ କରାଯାଏ ଏବଂ ପୂଜା ଉତ୍ସବ ମଧ୍ୟ କରାଯାଏ ତେଣୁ ଅମାବାସ୍ୟାକୁ ଅଶୁଭ ଏବଂ ସେଦିନ ଜନ୍ମିତ ପିଲା ମାନଙ୍କୁ ମଧ୍ୟ ଅଶୁଭ କହିବାର ପ୍ରଥାକୁ ବନ୍ଦ କରାଯିବାର ଆବଶ୍ୟକତା ରହିଅଛି ଏବଂ ଏଭଳି ଅନ୍ଧ ବିଶ୍ୱାସରୁ ଦୁରେଇ ରହିବା ଉଚିତ । ସେହିଭଳି କିଛି ହୋଇନଥାଏ ।

Sponsored
If a child is born during Amavasya, what effect does it have on the child? | Argus News