Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଚା’ ସହତି ଏହି ସବୁ ଜିନିଷ ଖାଉଥିଲେ ସାବଧାନ ହେଇପାରେ ଏହି ରୋଗ

Rashmita Mishra
Browse all articles by Rashmita Mishra
·1 year ago·2 min read
ଚା’ ସହତି ଏହି ସବୁ ଜିନିଷ ଖାଉଥିଲେ ସାବଧାନ ହେଇପାରେ ଏହି ରୋଗ

Key Points

ଚା ସହିତ ଲୁଣ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ
ଚା’ ସହିତ ଫ୍ରେଞ୍ଚ ଫ୍ରାଏଜ, ବର୍ଗର, ପିଜା କିମ୍ବା ପକୋଡା ଖାଇବା କ୍ଷତିକାରକ
ଚା’ ସହିତ ପରଟା ଖାଇବା ଦ୍ୱାରା ଯକୃତ ଦ୍ୱାରା ହଜମ ହେବାରେ ଅସୁବିଧା ହୁଏ

ସମସ୍ତଙ୍କୁ ଚା' ପିଇବାକୁ ଭଲ ଲାଗିଥାଏ । ଅନେକ ଲୋକ ଚା’ ପିଇ ଦିନଟି ଆରମ୍ଭ କରନ୍ତି। କିନ୍ତୁ, ଅନେକ ଲୋକ ଅଛନ୍ତି ଯେଉଁମାନେ ଚା ସହିତ ନିଶ୍ଚିତ ଭାବରେ କିଛି ନା କିଛି ଖାଇବାକୁ ସପନ୍ଦ କରିଥାନ୍ତି । କିଛି ଲୋକ ଚା ସହିତ ପରଟା, ପୁରୀ, ପକୋଡା ଏବଂ ସମୋସା ଖାଆନ୍ତି। ସେହିପରି ଅନେକ ନମକିନ କିମ୍ବା ବିସ୍କୁଟ ଖାଆନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଚା’ ସହିତ କିଛି ଖାଇବାର ଅଭ୍ୟାସ ଆପଣଙ୍କ ସ୍ବାସ୍ଥ୍ୟକୁ ନଷ୍ଟ କରିପାରେ? ଆଜ୍ଞା ହଁ, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚା ସହିତ କିଛି ଜିନିଷ ଖାଇବାକୁ ମନା କରନ୍ତି। ଏହା କରିବା ଦ୍ୱାରା ଲିଭର କ୍ଷତି ହେବା ସହିତ ଏସିଡିଟି ସମସ୍ୟା ମଧ୍ୟ ହୋଇପାରେ। ଏବେ ପ୍ରଶ୍ନ ହେଉଛି ଚା ସହିତ କ’ଣ ଖାଇବା ଉଚିତ୍‌ ନୁହେଁ। ତେବେ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ କ’ଣ ଆସନ୍ତୁ ଜାଣିବା

ରିପୋର୍ଟ ଅନୁଯାୟୀ, ଚା’ ସହିତ ଫ୍ରେଞ୍ଚ ଫ୍ରାଏଜ, ବର୍ଗର, ପିଜା କିମ୍ବା ପକୋଡା ଖାଇବା କ୍ଷତିକାରକ ହୋଇପାରେ। ଆପଣଙ୍କୁ କହିରଖୁଛୁ ଯେ, ଏହି ସମସ୍ତ ଖାଦ୍ୟ ଫ୍ୟାଟ୍‌ରେ ପରିପୂର୍ଣ୍ଣ, ଯାହାକୁ ହଜମ କରିବା ବହୁତ କଷ୍ଟ।

ଚା ସହିତ ଲୁଣ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଚା ସହିତ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ପାଣି ଜମା ହୋଇପାରେ। ଚିପ୍ସ, ନମକିନ କିମ୍ବା ବିସ୍କୁଟ ଭଳି ଡବା କିମ୍ବା ପ୍ୟାକେଜ ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ଫ୍ୟାଟି ଲିଭର ରୋଗ ଏବଂ ମୋଟାପଣ ସମସ୍ୟା ବଢ଼ିପାରେ।

ଅଧିକାଂଶ ଲୋକ ସକାଳ ଜଳଖିଆରେ ଚା ସହିତ ରୁଟି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଦୈନନ୍ଦିନ ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ଚା ସହିତ ରୁଟି ଖାଇବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ପାଏ ଏବଂ ଫ୍ୟାଟି ଲିଭର ରୋଗର ସମସ୍ୟା ମଧ୍ୟ ସୃଷ୍ଟି ହୁଏ।

ପରଟା, ପକୋଡ଼ା ଇତ୍ୟାଦି ସବୁଜ ପନିପରିବାରୁ ତିଆରି ଖାଦ୍ୟ ଖାଇବା ସହିତ ଚା ପିଇବା କ୍ଷତିକାରକ। ଉଭୟକୁ ଏକାଠି ଖାଇବା ଦ୍ୱାରା ଯକୃତ ଦ୍ୱାରା ହଜମ ହେବାରେ ଅସୁବିଧା ହୁଏ, ଯାହା ଦାରା ଆପଣଙ୍କର ପେଟ ସମସ୍ୟା ହୋଇପାରେ।

ଚା ସହିତ କେବେବି ହଳଦୀ ଖାଇବା ଉଚିତ୍‌ ନୁହେଁ। ହଳଦୀର ଗୁଣ ଚା ସହିତ ପ୍ରତିକ୍ରିୟା କରି ପେଟକୁ କ୍ଷତି ପହଞ୍ଚାଇପାରେ। ଏହି ଦୁଇଟିକୁ ଏକାଠି ସେବନ କରିବା ଦ୍ୱାରା ଏସିଡିଟି ଏବଂ ପେଟ ଫୁଲିବାର ସମସ୍ୟା ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
if-you-eat-all-these-things-along-with-tea-you-may-be-protected-from-this-disease | Argus News