Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାଇବେଟିସ୍‌ ହୋଇଥିଲେ ଖାଆନ୍ତୁ ଜାମୁକୋଳି ପତ୍ର, ମିଳିବ ଫାଇଦା

Lifestyle

ଡାଇବେଟିସ୍‌ ହୋଇଥିଲେ ଖାଆନ୍ତୁ ଜାମୁକୋଳି ପତ୍ର, ମିଳିବ ଫାଇଦା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡାଇବେଟିସ୍‌ ହୋଇଥିଲେ ଖାଆନ୍ତୁ ଜାମୁକୋଳି ପତ୍ର, ମିଳିବ ଫାଇଦା

ଡାଇବେଟିସ୍‌ ବା ମଧୁମେହ ରୋଗ। ପ୍ରତ୍ୟେକ ଘରେ ଘରେ ଏହି ରୋଗକୁ ନେଇ ଚର୍ଚ୍ଚା। ଯଦି ଘରେ କାହାକୁ ବି ଜଣଙ୍କୁ ଏହି ରୋଗ ଆଟାକ୍‌ କଲା ତେବେ ଖାଇବା ପିଇବାରେ ସଙ୍ଗେ ସଙ୍ଗେ କଣ୍ଟ୍ରୋଲ କରାଯାଇଥାଏ। ଆଜି ଆପଣଙ୍କୁ ଏପରି ଏକ ପତ୍ର ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ବିଷଲ୍ୟକରଣୀର କାମ କରିବ। ଆୟୁର୍ବେଦରେ ଜାମୁନ ପତ୍ରକୁ ଅନେକ ପ୍ରକାରର ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ମୁଖ୍ୟତଃ ଏହାକୁ ଖାଲି ପେଟରେ ସେବନ କରିବା ଦ୍ୱାରା, ଅନେକ ପ୍ରକାରର ସମସ୍ୟା ଦୂର ହୋଇପାରିବ।

ଏହା କେବଳ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ନାହିଁ ବରଂ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇପାରେ।ଜାମୁନ ପତ୍ର ଖାଇ ମେଟାବୋଲିଜିମ୍ ବୃଦ୍ଧି କରାଯାଇପାରିବ। ଏହା ବ୍ୟତୀତ ଏହା ଶରୀରକୁ ବିଷମୁକ୍ତ କରିବାରେ ମଧ୍ୟ ସହାୟକ। ଜାମୁନ ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ମୁକ୍ତ ରାଡିକାଲ୍ସରୁ ରକ୍ଷା କରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରେ। ଜାମୁନ ପତ୍ରରେ ପ୍ରାକୃତିକ ଉପାଦାନ ରହିଛି ଯାହା ଶରୀରରେ ଚିନିର ଅବଶୋଷଣକୁ ଧୀର କରିଦିଏ। ଏହା ସାହାଯ୍ୟରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ।

ଏହି ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇମ୍ଫେ୍ଲମାଟୋରୀ ଗୁଣ ଅଛି, ଯାହା ପାଚନ କ୍ରିୟାକୁ ମଜବୁତ କରେ। ଗ୍ୟାସ୍‌, ବଦହଜମୀ ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ଦିଏ।ଜାମୁନ ପତ୍ରରେ ପୋଟାସିୟମ ମିଳିଥାଏ, ଯାହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରେ। ଜାମୁନ ପତ୍ର ଚୋବାଇଲେ ପାଟିରେ ଥିବା ଜୀବାଣୁକୁ ନଷ୍ଟ ହୁଏ। ଏହା ପାଟିର ଦୁର୍ଗନ୍ଧ ଏବଂ ଘା’ରୁ ମୁକ୍ତି ଦିଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
if-you-have-diabetes-eat-jamukoli-leaves-you-will-get-benefits | Argus News