ଘରେ ଯଦି ଲଡ୍ଡୁଗୋପଲ ରଖିଛନ୍ତି ଏମିତି କରନ୍ତୁ ବଢ଼ିବ କୃପା....

Key Points
ଲଡ୍ଡୁଗୋପାଲଙ୍କୁ ଘରେ ରଖିଲେ ଘର ସୁଖସମୃଦ୍ଧି ବଢ଼େ
ଆଜିକାଲି ପ୍ରାୟ ସମସ୍ତେ ଘରେ ଲଡ୍ଡୁଗୋପାଲଙ୍କୁ ରଖି ପୂଜା କରିଥାନ୍ତି। ଲଡ୍ଡୁଗୋପାଲଙ୍କୁ ଘରେ ରଖିଲେ ଘର ସୁଖସମୃଦ୍ଧି ବଢ଼େ। କିଏ କିଏ ଘରେ ପୁଅ ବୋଲି ମାନନ୍ତି। ଆଉ କେହି ବନ୍ଧୁ ଭାବେ ଗୋପାଳଙ୍କୁ ପୂଜା କରନ୍ତି। ଆଉ କିଏ ପ୍ରତିଦିନ ଘରେ ପୂଜା ପାଇଁ ଗୋପଳଙ୍କୁ ସ୍ଥାପିତ କରିଥାନ୍ତି।
ଯଦି ଆପଣ ଘରେ ଲଡ୍ଡୁ ଗୋପାଲଙ୍କୁ ରଖିଛନ୍ତି ତାହେଲେ ଜାଣିନିଅନ୍ତୁ ପୂଜାବିଧି?
ଲଡ୍ଡୁ ଗୋପାଳଙ୍କ ପୂଜା ସାମାନ୍ୟ ଦେବୀ ଦେବତାଙ୍କ ପୂଜା ଭଳି ହୋଇ ନ ଥାଏ
ଘରେ ତାଙ୍କୁ ପରିବାରର ଜଣେ ସଦସ୍ୟ ଭଳି ସେବା ଏବଂ ପ୍ରେମ ଦେବାକୁ ପଡ଼େ।
📱 Get Argus News App
✨ଲଡ୍ଡୁ ଗୋପାଳଙ୍କୁ ଘରକୁ ଆଣିବାକୁ କୌଣସି ଶୁଭ ମୁହୂର୍ତ୍ତ ନ ଥାଏ। ଯେତେବେଳେ ଚାହିଁବେ ଆଣିପାରିବେ। କିନ୍ତୁ ଧ୍ୟାନ ରଖନ୍ତୁ ଯେ, ଲଡ୍ଡୁ ଗୋପାଳଙ୍କୁ ଘରକୁ ଆଣିଲେ ସ୍ଥାପନା ଏବଂ ପ୍ରାଣ ପ୍ରତିଷ୍ଠା ଅବଶ୍ୟ ଦରକାର।
ଲଡ୍ଡୁ ଗୋପାଳଙ୍କ ସେବା କରିବା ଦରକାର
ଗୋପାଳଙ୍କୁ ନିଜ ଘରର ସଦସ୍ୟ ବୋଲି ମାନନ୍ତୁ। ପ୍ରତିଦିନ ସକାଳେ ଗୋପଳଙ୍କୁ ସ୍ନାନ କରାନ୍ତୁ। ଏହାପରେ ସଫା ବସ୍ତ୍ର ପରିଧାନ କରନ୍ତୁ। କାରଣ ତାଙ୍କୁ ନିୟମିତ ସେବା ଏବଂ ପୂଜା କରିବା ଜରୁରୀ।
ପ୍ରସାଦ କଣ ଦେବେ?
ଯଦି ଆପଣ ଘରକୁ କିଛି ଖାଇବା ସାମଗ୍ରୀ ଆଣୁଛନ୍ତି ତେବେ ସର୍ବପ୍ରଥମେ ତାହା ଗୋପାଳଙ୍କୁ ସମର୍ପଣ କରନ୍ତୁ। ଭୋଗ ସବୁବେଳେ ସାତ୍ତ୍ବିକ ହେବା ଦରକାର। ଲଡ୍ଡୁ ଗୋପାଳଜୀଙ୍କୁ ଦିନରେ କମ୍ ସେ କମ୍ ୩ଥର ଭୋଗ ଲଗାନ୍ତୁ। କାରଣ ଲଡ୍ହୁ ଗୋପାଳ ହେଉଛନ୍ତି କୁନି ବାଳକ। ଆଉ ଛୋଟ ଛୁଆଙ୍କୁ ଭୋକ ଶୀଘ୍ର ଲାଗିଥାଏ। ଆଉ ରାତ୍ରି ସମୟରେ ଗୋପାଳଙ୍କୁ ଭୋଗ ଲଗାଇବା ପରେ ଆଳତୀ କରନ୍ତୁ। ଏହାପରେ ପ୍ରଭୁ ଗୋପଳଙ୍କୁ କୋମଳ ବିଛଣାରେ ଶୋଇଦିଅନ୍ତୁ।
ଯଦି ଘରେ ଲଡ୍ଡୁ ଗୋପାଳଙ୍କୁ ସ୍ଥାପନା କରିଛନ୍ତି ତେବେ ତାଙ୍କୁ ଏକୁଟିଆ ଛାଡ଼ିକି ଯାଆନ୍ତୁ ନାହିଁ। ଘରେ କେହି ନା କେହି ଜଣେ ରହିବା ଦରକାର। କାରଣ ଛୋଟ ଛୁଆଙ୍କୁ କଣ କେବେ ଏକୁଟିଆ ଛଡ଼ାଯାଏ। ଯଦି କୁଆଡେ ଯାଉଛନ୍ତି ତେବେ ବାଳ ଗୋପାଳଙ୍କୁ ସାଥୀରେ ନେଇ ଯାଆନ୍ତୁ। ଆପଣଙ୍କ ଯାତ୍ରା ମଧ୍ୟ ସଫଳ ହେବ।
ବାଳଗୋପାଳଙ୍କ ନିକଟରେ ରାତିରେ ଏହିସବୁ ସାମଗ୍ରୀ ନିଶ୍ଚିତ ରଖନ୍ତୁ। ଛୋଟ ଗ୍ଲାସରେ ପାଣି, ତକିଆ ଏବଂ ଚାଦର ନିଶ୍ଚିତ ରଖନ୍ତୁ।
ବିଦ୍ର: ସମସ୍ତ୍ୟ ତଥ୍ୟ ଇଣ୍ଟରନେଟର ତଥ୍ୟକୁ ଆଧାର କରି ଲେଖାଯାଇଛି।