ଏମିତି ବସି ପାଣି ପିଇଲେ ପେଟ ହୋଇଥାଏ ସଫା...

ଅର୍ଗସ ବ୍ୟୁରୋ: ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହିତକର । କିନ୍ତୁ ଅଧିକ ପାଣି ପିଇଲେ ବି ଖରାପ । ବିଶେଷଜ୍ଞଙ୍କ କହିବା କଥା ମଣିଷ ଶରୀର ପାଇଁ ପାଣି ନିହାତି ଜରୁରୀ । ଶରୀରକୁ ଆବଶ୍ୟକ ଅନୁଯାୟୀ ପାଣି ପିଇବା ଆବଶ୍ୟକ । କାରଣ ଶରୀରରେ ଜଳୀୟ ଅଂଶ କମିଲେ ଅନେକ ସମସ୍ୟା ଦେଖା ଦେଇଥାଏ । ଆଉ ସେହି ସବୁ ଛୋଟ ଛୋଟ ସମସ୍ୟାରୁ ଆରମ୍ଭ ହୋଇଥାଏ ବଡ଼ ସମସ୍ୟା ।
ତେବେ ପ୍ରତ୍ୟେକ ଦିନ ସକାଳୁ ଉଠିବା ପରେ ଅତି କମ୍ରେ ଏକ ଗ୍ଲାସ ଉଷୁମ ପାଣି ପିଇବା ଦେହ ପାଇଁ ଭଲ । ଏହା ଦ୍ବାରା ପେଟ ସଫା ହୋଇଥାଏ । ରାତି ତମାମ ପାଟିରେ ସୃଷ୍ଟି ହୋଇଥିବା ଜୀବାଣୁ, କୀଟାଣୁ, ଲାଳ ଆଦି ଏହି ଗରମ ପାଣି ଦ୍ବାରା ସଫା ହୋଇଥାଏ । ପାଟିରୁ ଏସବୁ ସିଧା ପେଟକୁ ଯାଇଥାଏ ଓ ପରେ ମଳମୂତ୍ର ଦ୍ବାରା ବହାରକୁ ବାହାରିଯାଇଥାଏ । ଉଷୁମ ପାଣି ପିଇବା ଦ୍ବାରା ପାଟିରୁ କିଛି ମାତ୍ରାରେ ଦୁର୍ଗନ୍ଧ ମଧ୍ୟ କମିଥାଏ ।
ବିଶେଷଜ୍ଞଙ୍କ କହିବା କଥା ଖାଲି ପିଣି ପିଇଲେ ହେବନି, ବରଂ ସଠିକ୍ ଭାବେ ବସି ପାଣି ପଇବା ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ମଳାସନରେ ବସି ପାଣି ପିଇବା ଜରୁରୀ । ଛିଡ଼ା ହୋଇ ପାଣି ପିଇଲେ ପେଟ ଉପରେ ପ୍ରଭାବ ପଡ଼ିଥାଏ । ଏହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହୁଏ ।
ଯଦି ସକାଳୁ ଭଲ ଭାବେ ପେଟ ସଫା ନହୁଏ ତେବେ ଦିନସାରା ଅଳସୁଆ ଲାଗେ, ଗ୍ୟାସ୍ ଏସିଡିଟି ଭଳି ସମସ୍ୟା ମଧ୍ୟ ରହିଥାଏ। ଏଥିପାଇଁ ଆପଣ ସକାଳେ ସଠିକ୍ ପରିମାଣରେ ପାଣି ପିଇବା ଆବଶ୍ୟକ। ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଜଣେ ଯୁବକ ସକାଳୁ ଦୁଇରୁ ତିନି ଗ୍ଲାସ ଉଷୁମ ପାଣି ପିଇବା ଜରୁରୀ । କିନ୍ତୁ ଯଦି ପିଇ ପାରୁ ନାହାନ୍ତି ତେବେ ଅତି କମ୍ରେ ଏକ ଗ୍ଲାସ ନିହାତି ପିଇବା ଆବଶ୍ୟକ ।
ତେବେ ଏହି ସବୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ଆପଣାଇବା ଉଚିତ୍ । କାରଣ ଅର୍ଗସ ପକ୍ଷରୁ ଏହାର ପୁଷ୍ଟି କରାଯାଉ ନାହିଁ ।