Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ପେଟର ଚର୍ବି କମାଇବାକୁ ଚାହୁଁଛନ୍ତି ପିଅନ୍ତୁ ଏହି ପାନୀୟ

Ritu Das
Browse all articles by Ritu Das
·1 year ago·2 min read
ପେଟର ଚର୍ବି କମାଇବାକୁ ଚାହୁଁଛନ୍ତି ପିଅନ୍ତୁ ଏହି ପାନୀୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ ପେଟର ଚର୍ବି ବୃଦ୍ଧି ଏକ ସାଧାରଣ ସମସ୍ୟା ହୋଇଗଲାଣି । ପେଟର ଚର୍ବି କେବଳ ଆମ ଶରୀରର ସୌନ୍ଦର୍ଯ୍ୟକୁ ହ୍ରାସ କରେ ନାହିଁ, ବରଂ ଏହା ଅନେକ ଗମ୍ଭୀର ରୋଗର କାରଣ ମଧ୍ୟ ହୋଇପାରେ। ପ୍ରତିଦିନ ଜଙ୍କ ଫୁଡ ଖାଇବା ଦ୍ବାରା ଆଜିକା ପିଲାଙ୍କର ପେଟ ଅଧିକ ବଢ଼ୁଛି। ଏଥିପାଇଁ କମ ବୟସରୁ ହିଁ ହୃଦଘାତର ଶିକାର ହେଉଛନ୍ତି।
ଏପରି ପରିସ୍ଥିତିରେ, ଯଦି ପେଟର ଚର୍ବି ପାଇଁ କଷ୍ଟ ପାଉଛନ୍ତି ଏବଂ ଏହାକୁ କମାଇବାକୁ ଚାହୁଁଛନ୍ତି, ତେବେ ମେଥି ଆପଣଙ୍କ ପାଇଁ ଏକ ପ୍ରାକୃତିକ ଏବଂ ପ୍ରଭାବଶାଳୀ ସମାଧାନ ହୋଇପାରେ । ମେଥିକୁ ସଠିକ୍ ଭାବରେ ବ୍ୟବହାର କରି ପେଟର ଚର୍ବି ହ୍ରାସ କରାଯାଇ ପାରିବ ବୋଲି ଏକ ରିପୋର୍ଟରେ କୁହାଯାଇଛି ।


ବେଲି ଫ୍ୟାଟ କମ୍ କରେ ମେଥି- ମେଥି ଏକ ଏପରି ମସଲା ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ମେଥିରେ ଫାଇବର, ପ୍ରୋଟିନ୍, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ଭଳି ପୁଷ୍ଟିକର ତତ୍ତ୍ୱ ମିଳିଥାଏ। ଏହା ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରେ, ଯାହା ଓଜନ ହ୍ରାସ କରିବା ସହଜ କରିଥାଏ । ଏହା ସହିତ, ମେଥିରେ ଆଣ୍ଟି-ଇମ୍ଫ୍ଲେମାଟୋରୀ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ।


ମେଥି ପାଣି- ପେଟର ଚର୍ବି କମାଇବା ପାଇଁ ମେଥି ପାଣି ପିଇବା ସବୁଠାରୁ ସହଜ ଏବଂ ପ୍ରଭାବଶାଳୀ ଉପାୟ । ଏଥିପାଇଁ ରାତିରେ ଗୋଟିଏ ଗ୍ଲାସ୍ ପାଣିରେ ଗୋଟିଏ ଚାମଚ ମେଥି ଦାନା ବୁଡ଼ାଇ ରଖନ୍ତୁ । ସକାଳେ ଉଠିବା ପରେ, ଏହି ପାଣିକୁ ଛାଣି ପିଅନ୍ତୁ। ଏହି ପାଣି ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧି ପାଏ ଏବଂ ପେଟର ଚର୍ବି ଧୀରେ ଧୀରେ ହ୍ରାସ ପାଇବାକୁ ଲାଗେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମେଥି ଚା- ଓଜନ ହ୍ରାସ କରିବାରେ ମଧ୍ୟ ମେଥି ଚା ବହୁତ ସହାୟକ । ଏଥିପାଇଁ, ଗୋଟିଏ କପ୍ ପାଣିରେ ଅଧ ଚାମଚ ମେଥି ଦାନା ପକାଇ ଫୁଟାନ୍ତୁ । ଯେତେବେଳେ ଅଧା ପାଣି ରହିଯାଏ, ତାକୁ ଛାଣି ପିଅନ୍ତୁ । ଦିନକୁ ଦୁଇଥର ଏହି ଚା ପିଇବା ଦ୍ୱାରା ପେଟର ଚର୍ବି ଶୀଘ୍ର ହ୍ରାସ ପାଏ ।


ମେଥି ପାଉଡର- ମେଥି ଦାନାକୁ ପେଷି ପାଉଡର ତିଆରି କରନ୍ତୁ । ପ୍ରତିଦିନ ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଗୋଟିଏ ଚାମଚ ଏହି ପାଉଡର ଖାଆନ୍ତୁ । ଏହା ପାଚନ ପ୍ରକ୍ରିୟାକୁ ମଜବୁତ କରେ ଏବଂ ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ହ୍ରାସ ପାଇବାକୁ ଲାଗେ।

Sponsored
if-you-want-to-reduce-belly-fat-drink-this-drink | Argus News