ଓଜନ ହ୍ରାସ ପାଇଁ ଡାଏଟରେ ସାମିଲ କରନ୍ତୁ ବ୍ରୋକୋଲି

ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ତେଣୁ ଏକ୍ସପର୍ଟମାନେ ପ୍ରାୟତଃ ବ୍ରୋକୋଲି ଖାଇବାକୁ ପରାମର୍ଶ ଦିଅନ୍ତି ଯାହା ଅନେକ ପୋଷକ ତତ୍ତ୍ୱରେ ଭରପୂର । ଏଥିରେ ଭିଟାମିନ୍ ସି, କେ ଏବଂ ଏ, ମିନେରାଲ୍ସ କ୍ୟାଲସିୟମ୍ ଏବଂ ପୋଟାସିୟମ୍, ଆଇରନ, ଫାଇବର ଏବଂ ସଲଫୋରାଫେନ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଏହାର ଅଧିକ ପୁଷ୍ଟିକରତା ଏବଂ କମ କ୍ୟାଲୋରୀ ହେତୁ ବ୍ରୋକୋଲିକୁ ବହୁତ ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ବ୍ରୋକୋଲି ଖାଇବାର ଲାଭ ବିଷୟରେ…
ବ୍ରୋକୋଲି ଖାଇବା ଦ୍ଵାରା ମିଳିଥାଏ ଏହିସବୁ ଲାଭ, ଜାଣନ୍ତୁ...
📱 Get Argus News App
✨ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ: ବ୍ରୋକୋଲିରେ ଥିବା ଭିଟାମିନ୍ C ଧଳା ରକ୍ତ କୋଷ ଉତ୍ପାଦନକୁ ବୃଦ୍ଧି କରେ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ । ଏହି କୋଷଗୁଡ଼ିକ ସଂକ୍ରମଣ ଏବଂ ରୋଗ ସହିତ ଲଢ଼ିବା ପାଇଁ ଆବଶ୍ୟକ ।
ହାଇଡ୍ରେଟ୍ କରିଥାଏ: ବ୍ରୋକୋଲିରେ ଗ୍ଲୁକୋସିନୋଲେଟ୍ସ ଅଧିକ ପରିମାଣରେ ଥାଏ, ଯାହା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ । ଏହି ଯୌଗିକଗୁଡ଼ିକ ଲିଭରରେ ଡିଟକ୍ସିଫାଇଂ ଏଞ୍ଜାଇମଗୁଡ଼ିକୁ ଆକ୍ଟିଭ କରନ୍ତି, ଯାହା ଶରୀରର ବିଷାକ୍ତ ପଦାର୍ଥ ଏବଂ କ୍ଷତିକାରକ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରେ ।
ହାଡ଼ ପାଇଁ ଭଲ: ବ୍ରୋକୋଲି କ୍ୟାଲସିୟମ, ଭିଟାମିନ K ଏବଂ ମ୍ୟାଗ୍ନେସିୟମର ଏକ ଉତ୍କୃଷ୍ଟ ଉତ୍ସ, ଯାହା ହାଡ଼କୁ ମଜବୁତ ରଖିବା ପାଇଁ ଜରୁରୀ ହୋଇଥାଏ ।
ହୃଦୟ ପାଇଁ ଭଲ: ବ୍ରୋକୋଲିରେ ଫାଇବର, ପୋଟାସିୟମ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ, ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଫାଇବର କୋଲେଷ୍ଟ୍ରଲ୍ ଲେବଲ କମ କରିବାରେ ସାହାଯ୍ୟ କରେ ଏବଂ ପୋଟାସିୟମ୍ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରେ ।
ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ: ବ୍ରୋକୋଲି ଫାଇବରରେ ଭରପୁର, ଯାହା ହଜମ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ । ଏହା ପାଚନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ: କମ୍ କ୍ୟାଲୋରୀ କିନ୍ତୁ ଅଧିକ ଫାଇବର ଥିବା ବ୍ରୋକୋଲି ଆପଣଙ୍କୁ ଅଧିକ ସମୟ ପାଇଁ ଫୁଲ୍ ରଖିଥାଏ, ଯାହା ଅତ୍ୟଧିକ ଖାଇବାର ସମ୍ଭାବନା ହ୍ରାସ କରେ । ଏଥିରେ ଜଳର ପରିମାଣ ଅଧିକ ଥିବାରୁ ଏହା ଶୀଘ୍ର ପେଟ ଭରି ଦେଇଥାଏ ।