୩୦ ବର୍ଷ ପରେ ଆପଣଙ୍କ ଡାଏଟରେ ସାମିଲ କରନ୍ତୁ ଏହି ୫ ଖାଦ୍ୟ...

ଅର୍ଗସ ବ୍ୟୁରୋ: ୩୦ ବର୍ଷ ପରେ ଶରୀରକୁ ବିଶେଷ ଧ୍ୟାନ ରଖିବା ନିହାତି ଦରକାର। ଆପଣ ଏହି ୫ ପ୍ରକାର ଖାଦ୍ୟ ଆପଣଙ୍କ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ। ଆପଣଙ୍କ ଶରୀରରେ କୋଲାଜେନ ବୃଦ୍ଧି ହେବାରେ ସହାୟକ ହେବ। ଆଉ ଆପଣଙ୍କ ତ୍ବଚା ସବୁବେଳେ ଔଜଲ୍ୟ ଦିଶିବ।
ବାଦାମ, କାଜୁ ଓ ଅଖରୋଟ ଭଳି ଡ୍ରାଇ ଫ୍ରୁଟ୍ସ ପ୍ରୋଟିନ୍, ବିଟାମିନ୍ ଓ ଓମେଗା-3 ଫ୍ୟାଟି ଏସିଡ୍ ସହିତ ପୁର୍ଣ୍ଣ ଥାଏ, ଯାହା କୋଲାଜେନ୍ ଉତ୍ପାଦନରେ ସହାୟକ ହୋଇଥାଏ ଏବଂ ଚର୍ମର ସ୍ୱାସ୍ଥ୍ୟକୁ ସହାୟତା କରେ। ଏହାର ପ୍ରତିଦିନ ସେବନ ଆପଣଙ୍କର ଚର୍ମ ପାଇଁ ବହୁତ ଲାଭଦାୟକ ହୋଇପାରିବ। ଏହାର ପୋଷକତା ବଢ଼ାଇବା ପାଇଁ ଆପଣ ଏହାକୁ ସ୍ମୂଦି, ଦହି କିମ୍ବା ଓଟମିଲ୍ରେ ମିଶାଇ ପାରିବେ।
ପାଲକ, ଓ ଅନ୍ୟାନ୍ୟ ପତ୍ରଭରା ଶାଗରେ ଭିଟାମିନ୍ A, C ଓ K ପୂର୍ଣ୍ଣ ମାତ୍ରାରେ ଥାଏ, ଯାହା କୋଲାଜେନ୍ ସଂଶ୍ଳେଷଣରେ ସହାୟତା କରେ ଏବଂ ଚର୍ମକୁ କ୍ଷତିରୁ ବଞ୍ଚାଇଥାଏ। ସାଲାଡ, ସ୍ମୁଦି ଏବଂ ଲଞ୍ଚ ପ୍ଲେଟର ସାଇଡ ଡିସ ଭାବେ ଆପଣ ଗ୍ରୀନ ଲିଫକୁ ନିଶ୍ଚିତ ଆଡ କରନ୍ତୁ। ଷ୍ଟ୍ରବେରୀ, ବ୍ଲ୍ୟୁବେରୀ ଏବଂ ରସବେରୀ ଭଳି ବିଭିନ୍ନ ପ୍ରକାର କୋଳି ଜାତୀୟ ସବୁ ଫ୍ରୁଟ୍ସରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ଯାହା କୋଲାଜେନକୁ କ୍ଷତି ହେବାରେ ବଞ୍ଚାଇଥାଏ। ଏଥିରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ ଯାହା କୋଲାଜେନ ଉତ୍ପାଦନ ପାଇଁ ନିହାତି ଜରୁରୀ। ବେରୀଜକୁ ଆପଣ ବ୍ରେକଫାଷ୍ଟରେ ଓଟ୍ସ, ସ୍ମୁଦି ଏବଂ ଶେକରେ ସାମିଲ କରିପାରିବେ।
କମଳା, ଲେମ୍ବୁ ଏବଂ ଅଙ୍ଗୁର ଭଳି ଖଟା ଫଳରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଛି। ଯାହା କୋଲାଜେନ୍ ସଂଶ୍ଳେଷଣରେ ସହାୟକ ହୋଇଥାଏ ଏବଂ ଚର୍ମକୁ କ୍ଷତି ପହଞ୍ଚାଇଥିବା ଓପନ ପୋର୍ସକୁ ବ୍ଲକ୍ କରେ। ଆପଣ ସାଲାଡ ଖାଇବାବେଳେ ଉପରେ ଲେମ୍ବୁକୁ ଚିପୁଡିକି ଖାଇପାରିବେ।
📱 Get Argus News App
✨ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଭାରତୀୟ ଖାଦ୍ୟରେ ବ୍ୟବହୃତ ରସୁଣ ମଧ୍ୟ ଆପଣଙ୍କୁ ସବୁବେଳେ ଯୁବାବସ୍ଥା ରଖିବାରେ ସହାୟକ ହେବ। ଆପଣ ଜାଣିଛନ୍ତି କି, ରସୁଣରେ ସଲଫର ରହିଛି ଯାହା କୋଲାଜେନ ଉତ୍ପାଦନରେ ନିହାତି ଆବଶ୍ୟକ। ଖାଇବାରେ ଟିକେ ରସୁଣ ପଡ଼ିଲେ ତାହାର ସ୍ବାଦ ଦୁଇଗୁଣା ହୋଇଥାଏ। ଆଉ ମଧ୍ୟ ରସୁଣ ତ୍ବଚା ପାଇଁ ମଧ୍ୟ ରାମବାଣ ଭଳି କାର୍ଯ୍ୟ କରେ। ସେଥିପାଇଁ ନିଜ ନିତିଦିନିଆ ଡାଏଟରେ ରସୁଣକୁ ନିଶ୍ଚିତ ଆଡ୍ କରନ୍ତୁ।