Minor Safety / ଇନଷ୍ଟାଗ୍ରାମ-ଫେସବୁକରେ ବଦଳିବ ନିୟମ : ନାବାଳକଙ୍କ ପାଇଁ ଆସୁଛି ବଡ଼ କଟକଣା
·3 hours ago·2 min read

Key Points
Instagram-Facebookରେ ବଦଳିବ ନିୟମ, ନାବାଳକଙ୍କ ପାଇଁ ଲାଗିବ ବଡ଼ କଟକଣା
ପିଲାଙ୍କ ପାଇଁ ଦିନକୁ ୨ ଘଣ୍ଟା ସୀମା, ରାତିରେ ଲକ୍ ହେବ Reels ଓ Stories

ସୋସିଆଲ ମିଡିଆ ବ୍ୟବହାର କରୁଥିବା ନାବାଳକଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ନେବାକୁ ଯାଉଛି ମେଟା। ଶିଶୁ ସୁରକ୍ଷା ଏବଂ ଅନଲାଇନ୍ ଶୋଷଣ ସମ୍ପର୍କିତ ଅଭିଯୋଗକୁ ନେଇ ଭାରତରେ କଡ଼ା ଆଭିମୁଖ୍ୟ ପରେ Instagram ଓ Facebookରେ ନାବାଳକଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ମେଟା ପ୍ରସ୍ତୁତ ହେଉଛି। ଏହା ଅନୁସାରେ ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ସମୟରେ ସୀମା ଲାଗିବା ସହ ରାତି ସମୟରେ ଫିଡ୍, ରିଲ୍ସ ଓ ଷ୍ଟୋରିଜ୍ ଉପରେ ମଧ୍ୟ କଟକଣା ଲାଗିପାରେ।
ଏହାସହ ପଢ଼ନ୍ତୁ: UPI ଓ RuPay ବ୍ୟବହାରକାରୀଙ୍କୁ ବଡ଼ ଆଶ୍ୱସ୍ତି….୨,୦୦୦ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟରେ କୌଣସି ଶୁଳ୍କ ନାହିଁ
ସୂଚନାନୁଯାୟୀ, ଶିଶୁମାନଙ୍କ ପାଇଁ ଅନଲାଇନ ଦୁନିଆ ସୁରକ୍ଷିତ କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି । ଏହି ଦିଗରେ ଆହୁରି ଅନେକ କାମ କରିବାକୁ ବାକି ଅଛି । ସୋସିଆଲ ମିଡିଆରେ ହାନିକାରକ ବିଷୟବସ୍ତୁକୁ ରୋକିବା ପାଇଁ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସମସ୍ତ ପ୍ଲାଟଫର୍ମ ସକ୍ରିୟ ଭାବରେ ଏପରି ବିଷୟବସ୍ତୁକୁ ଚିହ୍ନଟ ଏବଂ ରୋକିବା ପାଇଁ ପ୍ରୟାସ ଜାରି ରହିଛି ।
ଏହାସହ ନାବାଳକଙ୍କ ଅନଲାଇନ୍ ସୁରକ୍ଷା ବଢ଼ାଇବା ପାଇଁ ବୟସ ଯାଞ୍ଚ ପ୍ରକ୍ରିୟାକୁ କଡ଼ା କରିବା, ଲାଇକ୍ କାଉଣ୍ଟ ଲୁଚାଇବା ଏବଂ ଶିଶୁ ସମ୍ପର୍କିତ ଅପରାଧିକ ମାମଲାକୁ ଭାରତୀୟ ସୁରକ୍ଷା ଓ ସାଇବର କ୍ରାଇମ୍ ଏଜେନ୍ସିକୁ ରିପୋର୍ଟ କରିବା ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ମେଟାର ଏହି ନୂଆ ନିୟମ କେବେଠାରୁ ଲାଗୁ ହେବ ଏବଂ ନାବାଳକ ୟୁଜରଙ୍କ ଉପରେ ଏହାର ପ୍ରଭାବ କ’ଣ ରହିବ, ଆସନ୍ତୁ ଜାଣିବା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ହେଲା ଏହି କାର୍ଯ୍ୟାନୁଷ୍ଠାନ?
ଇନଷ୍ଟାଗ୍ରାମରେ ଶିଶୁ ନିର୍ଯାତନାକୁ ପ୍ରୋତ୍ସାହନ ଦେଉଥିବା କିଛି ବିଜ୍ଞାପନ ସାମ୍ନାକୁ ଆସିବା ପରେ NCPCR ,ମେଟା ଇଣ୍ଡିଆର ମୁଖ୍ୟଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ। ଏହା ସହ ଦିଲ୍ଲୀ ପୋଲିସ ମଧ୍ୟ ଭାରତର ପୋକ୍ସୋ (POCSO) ଆକ୍ଟ ଅନୁଯାୟୀ ଏହାର ଯାଞ୍ଚ କରୁଛି। କେବଳ ଭାରତ ନୁହେଁ, ବରଂ ଆମେରିକାରେ ମଧ୍ୟ ପିଲାମାନଙ୍କ ସୁରକ୍ଷାକୁ ଅଣଦେଖା କରିଥିବାରୁ ମେଟା ଉପରେ ୧୮ ବିଲିୟନ ଡଲାର (ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା) ର ବଡ଼ ଜରିମାନା ଲଗାଯାଇଛି।
ନାବାଳକମାନଙ୍କର ସୁରକ୍ଷା ପାଇଁ ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକରେ କିଛି ନୂଆ ନିୟମ ଲାଗୁ କରୁଛି:
ସମୟ ସୀମା
ନାବାଳକମାନେ ଦିନକୁ ସର୍ବାଧିକ ୨ ଘଣ୍ଟା ହିଁ ଏହି ଆପ୍ ବ୍ୟବହାର କରିପାରିବେ।
ନାଇଟ୍ ମୋଡ୍
ମଧ୍ୟରାତ୍ରିରୁ ସକାଳ ୬ଟା ପର୍ଯ୍ୟନ୍ତ ନାବାଳକମାନଙ୍କ ପାଇଁ ଫିଡ୍, ରିଲ୍ସ ଏବଂ ଷ୍ଟୋରିଜ୍ ସ୍ୱୟଂଚାଳିତ ଭାବେ ଲକ୍ ହୋଇଯିବ।
ଲାଇକ୍ ଲୁଚାଇବା
ପିଲାମାନଙ୍କ ମନରୁ ସାମାଜିକ ଚାପ କମାଇବା ପାଇଁ ପୋଷ୍ଟଗୁଡ଼ିକରେ 'ଲାଇକ୍' (Like) ସଂଖ୍ୟାକୁ ଲୁଚାଇ ଦିଆଯିବ।
ବୟସ ଯାଞ୍ଚ
୧୩ ବର୍ଷରୁ କମ୍ ପିଲାମାନଙ୍କୁ ଚିହ୍ନଟ କରି ପ୍ଲାଟଫର୍ମରୁ ହଟାଇବା ପାଇଁ ବାୟୋମେଟ୍ରିକ ବୟସ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଉଛି।

Related Topics
Explore more stories