Videos
|
Lifestyle

ଶ୍ରାବଣ ମାସ ସ୍ଵପ୍ନରେ ସାପ ଦେଖିବା ଶୁଭ ନା ଅଶୁଭ? ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଶ୍ରାବଣ ମାସ ସ୍ଵପ୍ନରେ ସାପ ଦେଖିବା ଶୁଭ ନା ଅଶୁଭ? ଜାଣନ୍ତୁ...

Key Points

ଶ୍ରାବଣ ମାସ ସ୍ୱପ୍ନରେ ସାପ ଦେଖିବା ଶୁଭ ନା ଅଶୁଭ ?


ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି, ଏହି ମାସକୁ ଭଗବାନ ଶିବଙ୍କ ମାସ କୁହାଯାଏ। ଭକ୍ତିର ସହ ଶିବ ଉପାସନା ପାଇଁ ଶ୍ରାବଣ ମାସର ବିଶେଷ ଗୁରୁତ୍ୱ ରହିଛି। ଏହି ସମୟରେ ଅନେକ ଭକ୍ତ, ଭଗବାନ ଶିବଙ୍କ ପୂଜା ନିଷ୍ଠାର ସହ କରିଥାନ୍ତି । ଏପରି ପରିସ୍ଥିତିରେ, ଅନେକ ସମୟରେ ଲୋକମାନେ ସତରେ ହେଉ କିମ୍ବା ସ୍ୱପ୍ନରେ ଶିବଙ୍କ ସହ ଜଡିତ କିଛି ଜିନିଷ ସ୍ଵପ୍ନରେ ଦେଖିଥାନ୍ତି, ଯେପରି ସାପ କିମ୍ବା ସାପଙ୍କ ମୂର୍ତ୍ତି ସ୍ୱପ୍ନରେ ଦେଖିଥାନ୍ତି । ତବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ଯେ ସାପ ଦେଖିବା ଶୁଭ ନା ଅଶୁଭ?

ଶ୍ରାବଣ ମାସରେ ସାଧାରଣତଃ ସାପ ଦେଖାଯାଏ ନାହିଁ, କିନ୍ତୁ ଯଦି ଦେଖାଯାଏ, ତେବେ ଏହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଶ୍ରାବଣରେ ସାପ ଦେଖିବା ଭଗବାନ ଶିବଙ୍କ ଆଶୀର୍ବାଦର ଏକ ସଙ୍କେତ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ସାପ ଶିବଙ୍କ ଅଳଙ୍କାର, ତେଣୁ ଏହା ଦର୍ଶାଏ ଯେ ଭଗବାନ ଶିବ ଆପଣଙ୍କ ଭକ୍ତିରେ ପ୍ରସନ୍ନ ଏବଂ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବେ। ଆହୁରି ମଧ୍ୟ କୁହାଯାଏ ଯେ ସାପ ଦେଖିବା ଆର୍ଥିକ ଲାଭର ସଙ୍କେତ। ଏହା ସହିତ, ଆପଣଙ୍କୁ ଶୀଘ୍ର କିଛି ଶୁଭ ଖବର ମିଳିବ।

ସ୍ୱପ୍ନରେ ସାପ ଦେଖିବା
ଶାସ୍ତ୍ର ଅନୁସାରେ, ଯଦି ଆପଣ ସ୍ୱପ୍ନରେ ସାପ ଦେଖନ୍ତି, ତେବେ ଏହା କେବଳ ଏକ ସାଧାରଣ ସ୍ଵପ୍ନ ନୁହେଁ। ଏହି ସ୍ୱପ୍ନ କୌଣସି ଆଧ୍ୟାତ୍ମିକ ସଙ୍କେତକୁ ସୂଚାଏ । ଏପରି ପରିସ୍ଥିତିରେ, ସ୍ୱପ୍ନରେ ସାପ ଦେଖିବା ଭଗବାନ ଶିବ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ବୋଲି ବିବେଚନା କରାଯାଏ। ଏହାର ଅର୍ଥ ହେଉଛି ଯେ ଆପଣଙ୍କର ଆର୍ଥିକ ଅବସ୍ଥା ସୁଧୁରିବାକୁ ଯାଉଛି ଏବଂ ଶୀଘ୍ର ଆପଣଙ୍କ ଘରକୁ ଧନ, ଯଶ ଏବଂ ସମୃଦ୍ଧି ଆସିବ।

ମୃତ ସାପ ଦେଖିଲେ
ଶାବଣ ମାସରେ ସ୍ୱପ୍ନରେ କିମ୍ବା ସତରେ ମୃତ ସାପ ଦେଖିବା ଏକ ଅଶୁଭ ସଙ୍କେତ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ କିଛି ବଡ଼ ସମସ୍ୟା ଆସିବାକୁ ଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
is-it-auspicious-or-inauspicious-to-see-a-snake-in-a-dream-in-the-month-of-shravan-find-out | Argus News