Love ପରେ Break-Up ବହୁତ କଷ୍ଟ ଦିଏ ସତ, ହେଲେ ଏହାପରେ ଆସେ ନୂଆ ଜୀବନ...

Key Points
ବର୍ଷ ବର୍ଷ ଧରି ନିଜ ସାଥୀ ସହିତ ଆପଣ ବହୁତ ଭଲ ସମୟ ବିତାଇଥିବେ, ତଥାପି ଯଦି ବ୍ରେକଅପ୍ ହୁଏ |
ପ୍ରେମ ଉଚ୍ଛୁଳା ସମୁଦ୍ରର ଢେଉ ପରି, ଯିଏ ନିଇତି କୂଳ ଲଂଘି ବାଟବଣା ହେଉଥାଏ । ପ୍ରେମ କେବେ ଶୀତୁଆ ସକାଳ ତ କେବେ ଶ୍ରାବଣର ଧାରା । ପ୍ରେମ ଦେଖେନି ଜାତିଧର୍ମ । ପ୍ରେମ ସ୍ନେହ, ତ୍ୟାଗର ସଞ୍ଚାର। ସାଥୀ ପାଖରେ ଥିଲେ ସବୁ କିଛି ଗୋଲାପ ପରି ବାସେ ଆଉ ସବୁ ନୂଆ ନୂଆ ଲାଗେ । ଜୀବନ ବହୁତ ସୁନ୍ଦର ଦେଖାଯାଏ । କିନ୍ତୁ କୌଣସି କାରଣରୁ ସମ୍ପର୍କରେ ଭଟ୍ଟା ପଡ଼ିଲେ, ସବୁକିଛି ଯେପରି ଓଲଟପାଲଟ ହୋଇଯାଏ ।
ଖଣ୍ଡ ବିଖଣ୍ଡିତ ହୃଦୟକୁ ଯୋଡ଼ି ରଖିବା ସମ୍ଭବପର ହୋଇପାରେ ନାହିଁ । ତେବେ ଏଥିରେ ପଡ଼ି ଯୁବପିଢ଼ି ଡିପ୍ରେସନର ଶିକାର ହୁଅନ୍ତି । ଅବସାଦରୁ ବାହାରିବାକୁ ଅନେକ ବର୍ଷ ଲାଗେ । ହେଲେ ଏଥି ମଧ୍ୟରେ ବୁଝିବାକୁ ପଡ଼ିବ ଜୀବନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାହା ପାଇଁ ଦିନ ଅଟକି ଯାଏନି କି ସମୟ ସରିଯାଏନି । ବ୍ରେକଅପ୍ ପରେ ବି ନୂଆ ଜୀବନ ଆପଣଙ୍କ ବାଟ ଚାହିଁ ବସିଛି ।
📱 Get Argus News App
✨ହୁଏତ ବର୍ଷ ବର୍ଷ ଧରି ନିଜ ସାଥୀ ସହିତ ଆପଣ ବହୁତ ଭଲ ସମୟ ବିତାଇଥିବେ, ତଥାପି ଯଦି ବ୍ରେକଅପ୍ ହୁଏ, ଏହାକୁ ଆପଣଙ୍କର ବିଫଳତା ବୋଲି ଭାବନ୍ତୁ ନାହିଁ । ବ୍ରେକଅପ ପରେ ଭାବି ନିଅନ୍ତୁ, ତାଙ୍କ ସହ ଜୀବନ ଏତିକି ପର୍ଯ୍ୟନ୍ତ ଥିଲା । ସର୍ବପ୍ରଥମେ ବ୍ରେକଅପରୁ ବାହାରିବା ପାଇଁ କିଛି ସମୟ ନିଅନ୍ତୁ ଓ ତୁରନ୍ତ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଏଥିପାଇଁ ନିଜକୁ ଦୋଷୀ ଭାବନ୍ତୁ ନାହିଁ । ତା’ପରେ ଯାଇ ଆପଣ ଆଗକୁ ବଢ଼ିପାରିବେ । ବ୍ରେକଅପର କାରଣ ଯାହା ହେଉନା କାହିଁକି ନିଜକୁ ଦୋଷ ଦେବା ବନ୍ଦ କରନ୍ତୁ । ସମ୍ପର୍କରେ ଥିବା ତିକ୍ତ ଅନୁଭୂତିକୁ ଭୁଲିଯିବା ପାଇଁ ଚେଷ୍ଟା କରନ୍ତୁ, ତା’ପରେ ଯାଇ ଆପଣ ଖୁସିରେ ଜୀବନ ବଞ୍ଚିପାରିବେ ।
ଗୋଟିଏ ଜାଗାରେ ବସିରହି ପୁରୁଣା ସାଥୀ ସମ୍ପର୍କରେ ଭାବିବା ଦ୍ୱାରା ଜୀବନ ନର୍କ ସମାନ ହୋଇଯାଏ । ଏଥିପାଇଁ ମାହୋଲ ବଦଳାଇବା ଜରୁରୀ, ଯଦ୍ୱାରା ଧ୍ୟାନ ହଟିଯିବ । ଏଥିପାଇଁ, ଆପଣ କିଛି ସୁନ୍ଦର ସ୍ଥାନକୁ ଯାତ୍ରା ଯୋଜନା କରିପାରିବେ, କିମ୍ବା ଏକ ଦକ୍ଷତା ଶ୍ରେଣୀରେ ଯୋଗ ଦେଇପାରିବେ । ଏହା ଆପଣଙ୍କ ମନରେ ସକାରାତ୍ମକତା ଆଣିବ ଏବଂ ଆପଣ ଅନୁଭବ କରିବେ ଜୀବନ ସଠିକ୍ ଦିଗରେ ଗତି କରୁଛି ।
