Videos
|
Lifestyle

ମାତ୍ର ୧୫ ଟଙ୍କାରେ ୧୦୦ବର୍ଷର ଲାଭ

Rashmita Mishra
Browse all articles by Rashmita Mishra
·2 years ago·2 min read
ମାତ୍ର ୧୫ ଟଙ୍କାରେ ୧୦୦ବର୍ଷର ଲାଭ

ଅର୍ଗସ ବ୍ୟୁରୋ: ଆଗରୁ ଲୋକ ମାନେ ଚାଷକୁ ପ୍ରଧାନ୍ୟ ଦେଉଥିଲେ ଚାଷକୁ ଏକ ଲାଭଜନକ ଉର୍ପାଦ ଭାବରେ ବିବେଚନା କରୁଥିଲେ କିନ୍ତୁ ଵର୍ତ୍ତମାନ ସମୟରେ ଚାଷକୁ କେହି ଗୁରୁତ୍ଵ ଦେଉନାହାନ୍ତି । କାରଣ ସେଥିରେ ଚାଷ ପାଇଁ ଅଧିକ ପରିଶ୍ରମ ଏବଂ କମ୍ ଲାଭ ମିଳିଥାଏ । କିନ୍ତୁ ବର୍ତ୍ତମାନ ସମୟ ବଦଳିଛି ଲକ୍ଷ ଲକ୍ଷ ଲୋକ ଚାଷ ବ୍ୟବସାୟରେ ନିଜର ଚେଷ୍ଟା କରିଛନ୍ତି ଏବଂ ଭଲ ଅର୍ଥ ଉପାର୍ଜନ ମଧ୍ୟ କରୁଛନ୍ତି। ବିଶେଷକରି ବିଭିନ୍ନ ପ୍ରକାରର ଫସଲ ଚାଷ କରିନ୍ତି ଯଦିଓ ଲୋକମାନେ ଭାବନ୍ତି ଯେ ଗହମ, ଚାଉଳ ଏବଂ ଡାଲି ଗୁରୁତ୍ୱପୂର୍ଣ୍ଣ ଫସଲ ଵୋଲି କୁହାଯାଏ।  କିନ୍ତୁ ତାହା ନୁହେଁ ଚାଷ ହେଉଛି ଏକ ବ୍ୟବସାୟ ଯେଉଁଥିରେ ଆପଣ ବିଭିନ୍ନ ପ୍ରକାରର ଫସଲ ଚାଷ କରାଯାଇପାରିବ । ଆମେ ଆପଣଙ୍କୁ ଏକ ଫସଲର ଚାଷ ବିଷୟରେ କହୁଛୁ ଯାହାକି ଵହୁତ କମ ଜଳ ଆବଶ୍ୟକ କରେ ଏଵଂ ଉର୍ବର ଜମି ଆବଶ୍ୟକ କରେ ନାହିଁ ।

ଏହା ହେଉଛି ଜୋଜୋବା ଚାଷ। ଏହି ବିହନର ମୂଲ୍ୟ କିଲୋଗ୍ରାମ ପିଛା ୫୦୦ ଟଙ୍କା ବୋଲି କୁହାଯାଉଛି। ଏଥି ସହିତ ଏହି ଗଛ ଗୁଡିକର ମୂଲ୍ୟ ମାତ୍ର ୧୫ ରୁ ୩୦ ଟଙ୍କା । କିନ୍ତୁ ଜୋଜୋବା ମଞ୍ଜିରୁ ବାହାର କରାଯାଇଥିବା ତେଲ ଲିଟର ପିଛା ୭୦୦୦ ଟଙ୍କାରେ ବିକ୍ରି ହୁଏ।  ବିଶେଷ କଥା ହେଉଛି କି ଏହି ଗଛକୁ ଥରେ ଲଗାଇଲେ ଏହା୧୦୦ ରୁ ୨୦୦ ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ। ତେଵେ ଆସନ୍ତୁ ଜାଣିଵା ଏହି ଚାଷକୁ କେମିତି କରାଯାଇପାରିବ

ଜୋଜୋବା ଚାଷ କେମିତି କରିବେ :-
ଜୋଜୋଵା ଗଛ ଗୁଡିକ ଛୋଟ ଛୋଟ ଗଛ ଯାହା ଅନେକ ଡାଳ ଥାଏ ଏହା ଶୁଖିଲା ଅଞ୍ଚଳରେ ଭଲ ଭାଵରେ ଵଢିପାରେ। ଏହା ୮ ରୁ ୧୯ ଫୁଟ ଉଚ୍ଚରେ ଗଛ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୋଜୋବା ଚାଷ ପାଇଁ ଅଧିକ ପ୍ରରିଶ୍ରମ କରିଵାକୁ ପଡିନଥାଏ ।ଗରମ ଏବଂ ଶୁଷ୍କ ଜଳବାୟୁରେ ଏହାକୁ ସହଜରେ ଚାଷ କରାଯାଇପାରିବ। ଜୋଜୋବା ଗଛଗୁଡିକ ଟିକିଏ ଜଳ ପାଇଲେ ଅତି ସହଜରେ ବଢିପାରନ୍ତି । ବାଲିଆ ମାଟିରେ ଜୋଜୋବା ଗଛ ଵଢିଵା ସହଜ ହୋଇଥଏ ।ଏଥିରେ କୌଣସି ସାରର ଆଵଶ୍ୟକତା ନାହିଁ  ।

ଜୋଜୋବା ଏଥିପାଇଁ ଉପଯୋଗୀ 
ଜୋଜୋଵା ଗଛ ଗୁଡିକ ସ୍କିନ୍,କସମେଟିକ୍ ଉପାଦାନରେ ଵ୍ୟଵହାର ହୋଇଥାଏ ତାହା ସହ ଚର୍ମ ରୋଗ ସହିତ ଜଡିତ ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୁଏ।ଜୋଜୋବା ମଞ୍ଜିରୁ ବାହାର କରାଯାଇଥିବା ତେଲରେ ମହମ ଏଷ୍ଟର ମିଳିଥାଏ ଯାହା  ମଶ୍ଚରାଇଜର, ଶରୀରର ଲୋସନ, ସାମ୍ପୋ ଏବଂ କେଶ ତେଲ ଇତ୍ୟାଦି ପାଇଁ ବ୍ୟବହୃତ ହୁଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୦୦ବର୍ଷରୁ ଅଧିକ ଜୋଜୋଵା ଗଛ :-
ଦୁନିଆରେ ଜୋଜୋବାର  ବହୁତ ଚାହିଦା ଅଛି ତେଣୁ ଏହି ଫସଲର ମୂଲ୍ୟ ମଧ୍ୟ ଭଲ । ୨୦ କିଲୋଗ୍ରାମ ଜୋଜୋବା ମଞ୍ଜିରୁ ୧୦କିଲୋଗ୍ରାମ ତେଲ ବାହାର କରାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଜୋଜୋଵା ଗଛ ଗୁଡିକର ବୟସ ୧୦୦ ବର୍ଷରୁ ଅଧିକ ଅର୍ଥାତ୍ ଏହା ଲଗାଯିବା ପରେ ଏହା ଏକ ଶତାବ୍ଦୀ ପାଇଁ ଫଳ ଦେଇଥାଏ 

jojoba-farming-gives-good-earning-oil-price-of-this-plant-is-rs-7000-per-liter | Argus News