Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Hindu Tradition / ୭ ଦିନ ପରେ ଖରମାସ ଏହି ସମୟରେ କରନ୍ତୁ ନାହିଁ ୪ଟି କାମ

Rashmita Mishra
Browse all articles by Rashmita Mishra
·7 months ago·2 min read
୭ ଦିନ ପରେ ଖରମାସ ଏହି ସମୟରେ କରନ୍ତୁ ନାହିଁ ୪ଟି କାମ
Tradition

Key Points

ଖର ମାସ ଯାହାକୁ ମଳମାସ ମଧ୍ୟ କୁହାଯାଏ । ଏହା ବର୍ଷକୁ ଦୁଇଥର ଆସିଥାଏ ।
ଖାରମାସରେ ଏହି କାମଗୁଡ଼ିକ କରନ୍ତୁ ନାହିଁ

ଖର ମାସ ଯାହାକୁ ମଳମାସ ମଧ୍ୟ କୁହାଯାଏ । ଏହା ବର୍ଷକୁ ଦୁଇଥର ଆସିଥାଏ । ଯେତେବେଳେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ଏହାକୁ ଖରମାସ ବୋଲି କୁହାଯାଏ । ତେଣୁ ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ୍ ନୁହେଁ, ବରଂ ଏହାକୁ ଧାର୍ମିକ ସାଧନା ପାଇଁ ସବୁଠୁ ଭଲ ସମୟ ବୋଲି ବିବେଚନା କରାଯାଏ । କୁହାଯାଉଛି କି ଏଥର ଖରମାସ ୧୬ ଡିସେମ୍ବର, ୨୦୨୫ ମଙ୍ଗଳବାର ଦିନ ଆରମ୍ଭ ହୋଇ ଜାନୁଆରୀ ୧୫ରେ ଶେଷ ହେବ, ଆଉ ସେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ । ଜ୍ୟୋତିଷମାନଙ୍କ କହିବାନୁଯାୟୀ ଏହି ସମୟରେ କିଛି ଶୁଭ କାର୍ଯ୍ୟ କରିବା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ଖାରମାସରେ ଏହି କାମଗୁଡ଼ିକ କରନ୍ତୁ ନାହିଁ
ବିବାହ: ଖରମାସ ସମୟରେ ବାହାଘର କିମ୍ବା ବାହାଘର ଦ୍ଵାରା ଜଡ଼ିତ କିଛି କାମ କରନ୍ତୁ ନାହିଁ । କୁହାଯାଏ କି ଏହି ସମୟରେ ବିବାହ ହେବା ଦ୍ଵାରା ବୈବାହିକ ସମସ୍ୟା ଦେଖାଦେଇଥାଏ ତା'ସହ ମାନସିକ ଚିନ୍ତାର ସମ୍ଭାବନା ବଢ଼ିପାରେ ।

ଗୃହ ପ୍ରବେଶ: ନୂଆ ଘରକୁ ଯିବା କିମ୍ବା ଘର ସ୍ଥାନାନ୍ତର କରିବା ପାଇଁ ଖରମାସକୁ ଏକ ଅତ୍ୟନ୍ତ ଅଶୁଭ ମାସ ବୋଲି ବିବେଚନା କରାଯାଏ । ଏହା ଘରର ସୁଖ ଏବଂ ସମୃଦ୍ଧିକୁ ନଷ୍ଟ କରିଥାଏ ବୋଲି ବିଶ୍ୱାସ କରାଯାଏ।

ଏକ ନୂତନ ବ୍ୟବସାୟ ଆରମ୍ଭ: ଖରମାସ ସମୟରେ ବ୍ୟବସାୟ ଆରମ୍ଭ କରିବା ଅନୁଚିତ ବୋଲି ବିବେଚନା କରାଯାଏ। ଏପରି କରିବା ଦ୍ୱାରା ଆର୍ଥିକ ଅସୁବିଧା ଏବଂ କ୍ଷତି ହୋଇପାରେ।

ମୁଣ୍ଡନ ଏବଂ ନାମକରଣ: ଖରମାସ ସମୟରେ ନାମକରଣ ଉତ୍ସବ, ମୁଣ୍ଡନ ଉତ୍ସବ ଇତ୍ୟାଦି ଶୁଭ ଉତ୍ସବକୁ କରାଯାଇନଥାଏ । ଏହା ବିଶ୍ୱାସ କରାଯାଏ ଯେ ଏହି ପୂଜାଗୁଡ଼ିକ ଶୁଭ ଫଳ ପ୍ରଦାନ କରେ ନାହିଁ।

ନୂଆ ବର୍ଷ ୨୦୨୬ରେ ବିବାହର ଶୁଭ ସମୟ କେବେ ଆରମ୍ଭ ହେବ?
୨୦୨୬ ମସିହାରେ, ସମସ୍ତ ଶୁଭ କାର୍ଯ୍ୟ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ ହେବ ନାହିଁ । ଡିସେମ୍ବର ୧୧ ​​ତାରିଖରେ ଶୁକ୍ର ଯିବେ ଏବଂ ଡିସେମ୍ବର ୧୬ ତାରିଖରେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବେ, ସେହି ଦିନରୁ ଖରମାସ ଆରମ୍ଭ ହେବ । ଏହାର ଅର୍ଥ ହେଉଛି ଫେବୃଆରୀରେ ସମସ୍ତ ଶୁଭ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hindu Tradition | Kharmas Begins in 7 Days — Avoid These 4 Activities During This Period | Argus News