Videos
|
Lifestyle

Chanakya Niti / ଗୁଣ ଦେଖି ସ୍ତ୍ରୀ'କୁ ଚିହ୍ନନ୍ତୁ...

Rashmita Mishra
Browse all articles by Rashmita Mishra
·7 months ago·2 min read
ଗୁଣ ଦେଖି ସ୍ତ୍ରୀ'କୁ ଚିହ୍ନନ୍ତୁ...
Chanakya Niti

Key Points

ଘରର ନାରୀମାନେ ହେଉଛନ୍ତି ଲକ୍ଷ୍ମୀ...
ଭଲ ମହିଳାମାନେ ଘରେ କେବଳ ଧନବାନ ହୋଇନଥାନ୍ତି ବରଂ ପରିବରରେ ଖୁସି, ଶାନ୍ତି, ସମ୍ମାନ ଏବଂ ଉନ୍ନତି ନେଇ ଆସିଥାନ୍ତି ।
ଘରର ନାରୀମାନେ ହେଉଛନ୍ତି ଲକ୍ଷ୍ମୀ... କୁହାଯାଏ କି ଯେଉଁଠି ନାରୀ ମାନଙ୍କୁ ସମ୍ମାନ କରାଯାଏ ସେଇଠି ମାତା ଲକ୍ଷ୍ମୀ ବସବାସ କରନ୍ତି । ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ଘରେ ସ୍ତ୍ରୀମାନଙ୍କୁ ଭୂମିକାକୁ ବହୁତ ସମ୍ମାନ ଏବଂ ମହତ୍ୱ ଦେଇଥାନ୍ତି । ତାଙ୍କ ନୀତି ଅନୁସାରେ କୁହାଯାଏ ଘରେ କିଛି ବିଶେଷ ଗୁଣବାନ ମହିଳା ଲକ୍ଷ୍ମୀଙ୍କ ସହିତ ସମାନ ହୋଇଥାନ୍ତି । ସେଭଳି ମହିଳାମାନେ ଘରେ କେବଳ ଧନବାନ ହୋଇନଥାନ୍ତି ବରଂ ପରିବରରେ ଖୁସି, ଶାନ୍ତି, ସମ୍ମାନ ଏବଂ ଉନ୍ନତି ନେଇ ଆସିଥାନ୍ତି ।

ସଂସ୍କାର ଥିବା ସ୍ତ୍ରୀ:  ସବୁବେଳେ ଭଲ ସଂସ୍କାର ପାଇଥିବା ସ୍ତ୍ରୀ ଚାଣକ୍ୟଙ୍କ ଅନୁସାରେ ଘରେ ଆଧ୍ମାତ୍ମିକ ଓ ନୈତିକ ଉନ୍ନତି ଆଣିଥାନ୍ତି । ସ୍ଥିତି ଯେତେବି କଠିନ ଥାଉ ନା କାହିଁକି ସବୁ ପରିସ୍ଥିତିରେ ସେ ନିଜର କର୍ତ୍ତବ୍ୟ ପାଳନ କରିଥାନ୍ତି । ମୁଣ୍ଡ ଥଣ୍ଡା ରଖି କାମ କରିବା ଦ୍ୱାରା ସବୁଠି ପ୍ରଶଂସା ପାଇଥାନ୍ତି ।

ଘରକୁ ସଜାଡି ରଖୁଥିବା ସ୍ତ୍ରୀ: ଚାଣକ୍ୟ କହିଛନ୍ତି ଯେ ସ୍ତ୍ରୀ'ଙ୍କ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଏ । ଯିଏକି ଘର ସମ୍ଭାଳିବାର କଳାକୁ ନିଖୁଣ ଭାବେ ତୁଲାଇଥାନ୍ତି । ପରିବାରରେ ପ୍ରେମ, ଦାୟିତ୍ୱକୁ ଭଲ ଭାବେ ତୁଲାଇ ଥାନ୍ତି ଏବଂ ପରିବାରକୁ ଏକତ୍ର କରି ରଖନ୍ତି । ସ୍ତ୍ରୀଙ୍କ ବ୍ୟବହାରର ପ୍ରଭାବ ପରିବାରରେ ସକରାତ୍ମକ ରହିଥାଏ । ଏଭଳି ମହିଳା ଥିଲେ ଘରେ ସବୁବେଳେ ଖୁସି, ସ୍ୱାସ୍ଥ୍ୟ ଓ ଅନୁଶାସନ ବଜାୟ ରହିଥାଏ ।

ପରିଶ୍ରମୀ ମହିଳା: ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ ପରିଶ୍ରମି ଏବଂ କର୍ମଠ ମହିଳା ମାନେ ଘରେ ଅସଲ ଖୁସି ଆଣିଥାନ୍ତି । ମହିଳା ଘରେ କାମ କରନ୍ତି କିମ୍ବା ବାହାରେ, ନିଜର ଦାୟିତ୍ୱକୁ ଭଲ ଭାବରେ ନିର୍ବାହ କରିଥାନ୍ତି । ସେମାନଙ୍କର କଠିନ ପରିଶ୍ରମ ଓ ମନ ଲାଗାଇ କାମ ଦ୍ୱାରା ପରିବାର ଆଗକୁ ବଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ । ଏଭଳି ମହିଳା ନିଜେ ଆଗକୁ ବଢିବା ସହ ଅନ୍ୟକୁ ପ୍ରେରଣା ଯୋଗାଇଥାନ୍ତି ।

ବିନମ୍ରତା: ଚାଣକ୍ୟଙ୍କ ଅନୁସାରେ ଧର୍ଯ୍ୟ ଓ ବିନମ୍ରତା ସ୍ତ୍ରୀ'ଙ୍କ ଗୁଣ ଅଟେ । ଯାହାଦ୍ୱାରା ଘରେ ଶାନ୍ତି ବଜାୟ ରହେ । କୋମଳ ସ୍ୱାଭାବ ଥିବା ମହିଳା ସମସ୍ତଙ୍କୁ ଆଦର ଦେଇଥାନ୍ତି ଏବଂ ସବୁ ପରିସ୍ଥିତିରେ ଧର୍ଯ୍ୟ ବଜାୟ ରଖନ୍ତି । ଏଭଳି ସ୍ତ୍ରୀ'ଙ୍କ ପାଇଁ ଘରେ ଖୁସିର ବାତାବରଣ ରହିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chanakya Niti | Know a Woman by Her Virtues and True Qualities | Argus News